ବରିଷ୍ଠ ନାଗରିକଙ୍କୁ ଗୃହବନ୍ଦୀ କଲେ ଅଜଣା ଦୁବୃର୍ତ୍ତ

ରାତି ଅଧରେ ଏମିତି କାମକଲେ ଦୁର୍ବୃତ

ପଥର ପକାଇ ବନ୍ଦ କରିଦେଲେ ଯିବା ଆସିବା ବାଟ

ଗୃହବନ୍ଦୀ ହେଲେ ବରିଷ୍ଠ ନାଗରିକ ହରେକୃଷ୍ଣ ମିଶ୍ର

ଭୁବନେଶ୍ୱର ତା ୨୮/୦୧/୨୫: ଏମିତି ଖବର ଆସିଛି ଖୋଦ୍ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଞ୍ଚଳ ନିକଟ ଗଡ଼ଗୋପୀନାଥ ପ୍ରସାଦ ଅନ୍ତର୍ଗତ ବାସୁଦେବ ନଗରରେ। ବାସୁଦେବ ନଗର ପ୍ଲଟ ନମ୍ବର ୧୧୩୦ରେ ଦୀର୍ଘ ବର୍ଷ ଧରି ସେହି ଅଂଚଳରେ ପରିବାର ସହିତ ରହିଆସୁଛନ୍ତି ବରିଷ୍ଠ ନାଗରିକ ତଥା ସମାଜସେବୀ ହରେକୃଷ୍ଣ ମିଶ୍ର । ହେଲେ ଗତ ୨୬ ତାରିଖ ରାତିରେ କେହି ଅଜଣା ଦୁର୍ବୁତ୍ତ ତାଙ୍କ ଘର ସମ୍ମୁଖରେ ଥିବା ରାସ୍ତାକୁ ସମ୍ପୂର୍ଣ୍ଣ ବେଆଇନ ଭାବେ କଟା ପଥର ପକାଇ ଅବରୋଧ କରିଥିବା ଅଭିଯୋଗ କରିଛନ୍ତି ଶ୍ରୀଯୁକ୍ତ ମିଶ୍ର। ଯାହା ଫଳରେ କି ସେ ଓ ଉକ୍ତ ସ୍ଥାନରେ ରହିଥିବା ଅନ୍ୟ ଜନସାଧାରଣ ଯିବା ଆସିବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ବରିଷ୍ଠ ନାଗରିକ ଜଣକ ମଧୁମେୟ ଓ ରକ୍ତଚାପ ରୋଗୀ ହୋଇଥିବାରୁ ଘରୁ ନବାହାରି ପାରି ନିଜକୁ ଅସୁସ୍ଥତା ମନେ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି।

କଣ ପାଇଁ ଏମିତି କରିଲେ ଦୁର୍ବୃତ ? ରାତିରେ କାହିଁକି ରାସ୍ତା କରିଲେ ବନ୍ଦ?

ଏ ବାବଦରେ ସେ ଲିଖିତ ଭାବେ ସ୍ଥାନୀୟ ମଞ୍ଚେଶ୍ୱର ଥାନାରେ ଜଣାଇବା ସହ ପୋଲିସକୁ ଅନୁରୋଧ କରିଛନ୍ତି ଯେ ଯଥାଶୀଘ୍ର ବେଆଇନ ଅବରୋଧକୁ ଖାଲି କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ସରକାର ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ମଧ୍ୟ ଅଭିଯୋଗକାରୀ ହରେକୃଷ୍ଣ ମିଶ୍ର ଅନୁରୋଧ କରିଛନ୍ତି। ଏହିଭଳି ସମସ୍ୟା ଆଜି ରାଜଧାନୀରେ ମୁଣ୍ଡଟେକି ଥିବାବେଳେ ଦୁର୍ବୃତ୍ତମାନେ ନିଦ୍ଦ୍ୱର୍ନ୍ଦରେ ନିଜର କାର୍ଯ୍ୟ ହାସଲ କରିବାରେ ଟିକେ ବି ଡରୁନାହାନ୍ତି। ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଦାବି କରିଛନ୍ତି ସ୍ଥାନୀୟ ଅଧିବାସୀ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page