ବାଇକ ଆରୋହୀଙ୍କ ମୃତ୍ୟୁ, ଥାନାରେ ଏତଲା

କଳାହାଣ୍ଡି,୨୪|୨(କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ ): କଳାହାଣ୍ଡି ଜିଲ୍ଲା ଧନେର ନିକଟରେ ରବିବାର ବିଳମ୍ବିତ ରାତ୍ରିରେ ବାଇକ ଦୁର୍ଘଟଣାର ଶିକାର ହୋଇ ଏକ ଚାଷ ଜମିରେ ପଡ଼ିଥିବା ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଥାନାରେ ଏତଲା ଦିଆଯାଇଛି। ମୃତକ ଜଣକ ହେଲେ ବୋଡେ଼ନ ଗାଁ ର ଅରୁଣ ନାଏକ ବୋଲି ଜଣା ପଡିଛି। ଅରୁଣ ନିଜ ଗାଁ ରୁ କଳମପୁର ବ୍ଲକ ଅଞ୍ଚଳକୁ ଯାଉଥିବା ବେଳେ ଧନେର ନିକଟ ବୁଲାଣି ରାସ୍ତା ରେ ଭାରସାମ୍ୟ ହରାଇ ଏକ ଚାଷ ଜମିରେ ଯାଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଦୁର୍ଘଟଣା ହୋଇଥିବା ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିବା ବେଳେ ୧୦୮ ଆମ୍ବୁଲାନ୍ସ ଯୋଗେ ଅରୁଣ ଙ୍କୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଅରୁଣ ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏ ସଂକ୍ରାନ୍ତ ରେ ପରିବାର ଲୋକେ ସୋମବାର ସକାଳ ୧୦ ଟାରେ ଏତଲା ଦେଲା ପରେ ଥାନା କେଶ ନମ୍ବର ୬୯/୨୫ ରେ ଏକ ମାମଲା ରୁଜୁ କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ଶବ ହସ୍ତାନ୍ତର କରିଥିବା ପୋଲିସ ସୂତ୍ର ରୁ ସୂଚନା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page