ବେତନଟୀ ମୟୁର ସାହିତ୍ୟ ସଂସଦର ୩୦ ତମ ବାର୍ଷିକ ଉତ୍ସବ

ବେତନଟୀ: ଉତ୍ତର ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୟୂର ସାହିତ୍ୟ ସଂସଦ, ବେତନଟୀର ତିରିଶତମ ବାର୍ଷିକ ସାରସ୍ୱତ ସମାରହ ସ୍ଥାନୀୟ ଏମ୍. ପି. ସି. ଉଚ୍ଚ ବିଦ୍ୟାଳୟ ସଭା କକ୍ଷରେ ରବିବାର ଅନଷ୍ଠିତ ହୋଇଅଛି। ଦୁଇଟି ପର୍ୟ୍ୟାୟରେ ଆୟୋଜିତ ଏହି କାର୍ୟ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅର୍ଜ୍ଜୁନ ସିଂ ଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ପ୍ରଥମ ପର୍ୟ୍ୟାୟ କବିତା ପାଠ ଉତ୍ସବରେ ବେତନଟୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ସଂଯୁକ୍ତା ଜୀ ସଭାପତିତ୍ବ କରିଥିବା ବେଳେ ବାଣୀ ପୀଠର ଅଧ୍ୟକ୍ଷ ଡ. କୁମାର ବାବୁଲି, କବି ସଂଗମର ଅଧ୍ୟକ୍ଷ ବାସୁଦେବ ନାପିତ, ବଣମଲ୍ଲି ର ସମ୍ପାଦକ ପ୍ରଭାତ କୁମାର ଆଚାର୍ୟ୍ୟ, ତତ୍ତ୍ଵମସି ର ସମ୍ପାଦକ ରାଜେନ୍ଦ୍ର କୁମାର ସାମଲ, ସାହିତ୍ୟିକା ବିରଜା ଦେବୀ ଓ ସତ୍ୟବ୍ରତ ମିଶ୍ର ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ। କବୟିତ୍ରୀ ସୀମା ଦାସ ଖଟୁଆ ସ୍ବାଗତ ଭାଷଣ ଦେଇଥିବା ବେଳେ କବି ସଞ୍ଜୀବ କୁମାର ପାଣିଗ୍ରାହୀ ବେଦ ପାଠ କରିଥିଲେ । କବୟିତ୍ରୀ ସବିତା ମହାନ୍ତି ଓ କବି ସନ୍ୟାସୀ ପାତ୍ରଙ୍କ ସଂଯୋଜନାରେ ପଚାଶରୁ ଅଧିକ କବି କବୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ। କବୟିତ୍ରୀ ସୌଦାମିନୀ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ଦ୍ୱିତୀୟ ପର୍ୟ୍ୟାୟ କାର୍ୟ୍ୟକ୍ରମରେ କବି ନୀରଦ ସୁନ୍ଦର ଜେନା ଅତିଥି ମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲା ବେଳେ କବି ରମାକାନ୍ତ ମହାନ୍ତ ପରିଚୟ ପ୍ରଦାନ କରିଥିଲେ। ବିବେକାନନ୍ଦ ଶିକ୍ଷାକେନ୍ଦ୍ର ବେତନଟୀର ଛାତ୍ରୀମାନେ ସ୍ବାଗତ ସଂଗୀତ ଏବଂ ଶିଶୁ ନୃତ୍ୟ ଶିଳ୍ପୀ ବର୍ଷା ପତି ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ। କବି ଭାସ୍କର ଚନ୍ଦ୍ର ଦ୍ବିବେଦୀ ସଭାପତି ମୟୂର ସାହିତ୍ୟ ସଂସଦବେତନଟୀ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପଜିଲ୍ଲାପାଳ, ବାରିପଦା ଡ. ଦୟାସିନ୍ଧୁ ପରିଡ଼ା ମୁଖ୍ୟ ଅତିଥି, କାଦଡିହା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଭାଗବତ ଲେଙ୍କା ମୁଖ୍ୟ ବକ୍ତା, ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ପୁଷ୍ପା ପାତ୍ର, ସମ୍ମାନିତ ଅତିଥି ଏବଂ ଫକୀର ମୋହନ ସାହିତ୍ୟ ପରିଷଦର ସଂପାଦକ ଡ. ରତ୍ନାକର ସିଂହ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ। ଅତିଥି ମାନେ ମୟୂର ସାହିତ୍ୟ ସଂସଦର ତିରିଶ ବର୍ଷର ସଫଳ ଅଭିଯାନକୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ସାହିତ୍ୟ ମାଧ୍ୟମରେ ସମାଜର ପରିବର୍ତ୍ତନ ସମ୍ଭବ ବୋଲି ଦୃଢ଼ ମତ ରଖିଥିଲେ। ସଂସଦର ସମ୍ପାଦକ ଯତୀନ୍ଦ୍ର ନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଡ. ମନ୍ଦାକିନୀ ସାହୁ ପତ୍ରିକା ସମୀକ୍ଷା କରିଥିଲେ। ଏହି ଅବସରରେ ସଂସଦର ବାର୍ଷିକ ମୁଖ ପତ୍ର ବନମୟୁରି, କବି ନୀରଦ୍ ସୁନ୍ଦର ଜେନାଙ୍କର କବିତା ସଂକଳନ “ତଥାପି ବଞ୍ଚିବାକୁ ହେବ।” ଏବଂ ଶିଶୁ ପତ୍ରିକା “କଇଁ ଫୁଲ” ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଅନୁବାଳା ମହାନ୍ତିଙ୍କୁ ବନ ମୟୁରୀ, ସୀମା ଦାସ ଖଟୁଆଙ୍କୁ ମୟୂର କବିଶ୍ରୀ, ଗଙ୍ଗାଧର ଦାସଙ୍କୁ ମୟୂର ସାରସ୍ୱତ ସମ୍ମାନ, ଦିବାକର ସିଂ ଙ୍କୁ ମୟୂର ନାଟ୍ୟ ଶ୍ରୀ ସମ୍ମାନ ଏବଂ ରବୀନ୍ଦ୍ର ନାଥ ଖଟୁଆଙ୍କୁ ମୟୂର ସମାଜ ସେବୀ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ର ସଭାପତିଅରୁଣ କୁମାର ଓତା, ସମୟ ଚକ୍ରର ସଂପାଦକ ସର୍ବେଶ୍ଵର ଜେନା, କବୟିତ୍ରୀ ସୁଚରିତା ମହାନ୍ତି, କବି ଅଜୟ ପାଲ, କବି ଡ. ସରୋଜ ନାୟକ, କବୟିତ୍ରୀ ବାସନ୍ତୀ ଲତା ମହାପାତ୍ର, କବି ଗୋପାଳ ଚନ୍ଦ୍ର ସାଓ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ଓ ମୀନକେତନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲାବେଳେ ସହଦେବ ଗିରି, ଗୌତମ ଚନ୍ଦ୍ର ବେହେରା, ହରେନ୍ଦ୍ର ବାରିକ୍, ବିଜୟ କୁମାର ଦ୍ୱିବେଦୀ, କମଳ ଲୋଚନ କର, ଗଣେଶ ଚନ୍ଦ୍ର ସାହୁ ସହଯୋଗ କରିଥିଲେ। ଶେଷରେ କବି ରତିକାନ୍ତ ବେହେରା ଉଦ୍ ଯାପନୀ କୃତଜ୍ଞତା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page