ବୋଧଖଣ୍ଡି ଗ୍ରାମରେ ନିଆରା ଗଜଲକ୍ଷ୍ମୀ ପୂଜା

ବାଳକାଟି: ପୂରଣପ୍ରଧାନ ପଞ୍ଚାୟତ ଶିଶିଲୋ ବୋଧଖଣ୍ଡି ଗ୍ରାମରେ ନିଆରା ଗଜଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀଙ୍କ ଦ୍ୱାରା ଏହି ପୂଜା ଧୁମଧାମରେ ପାଳିତ ହୋଇଯାଇଛି l ଗ୍ରାମ୍ୟକମିଟି, ବୁଦ୍ଧିଜୀବୀ, ଯୁବଗୋଷ୍ଠୀ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ କରାଯାଇଥିଲା l ଏଥିରେ ପ୍ରଥମ ଦିନରେ ନିଶାନିବାରଣ ନିମନ୍ତେ ଗ୍ରାମର ଯୁବକ ମାନଙ୍କ ଦ୍ୱାରା ଏକ ନାଟକ ପରିବେଷଣ କରାଯାଇଥିଲା l ପରେ ଓଡିଶାର ସୁନାମଧନ୍ୟ ଗାୟକଙ୍କ ଦ୍ୱାରା ବାଦୀ ପାଲା ପରିବେଷଣ କରାଯାଇଥିଲା l ଏହି ଉପଲକ୍ଷେ ଗ୍ରାମବାସୀଙ୍କ ଦ୍ୱାରା କଳାକାର ଓ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ଅତିଥି ଭାବେ ରାଧାନାଥ ପ୍ରହରାଜ, ଲକ୍ଷ୍ମୀଧର ଜେନା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଯୁବନେତା ବ୍ରହ୍ମାନନ୍ଦ ସ୍ୱାଇଁ, ପ୍ରତାପ ନାୟକ,ଗୋବିନ୍ଦ ପ୍ରଧାନ, ବରିଷ୍ଠ ନାଗରୀକ ମଞ୍ଚର ସଭାପତି ନବକିଶୋର ସ୍ୱାଇଁ, ଗଜଲକ୍ଷ୍ମୀ ପୂଜା କମିଟି ସଭାପତି ପ୍ରେମାନନ୍ଦ ମହାପାତ୍ର, ସମ୍ପାଦକ ଅର୍ଜୁନ ସାହୁ, କୋଷାଧ୍ୟକ୍ଷ ଜୟଦେବ ବାରିକ ପ୍ରମୁଖ ଯୋଗଦେଇଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page