ବାଲିଅନ୍ତା 01/04:- ଭୁବନେଶ୍ବର ଠାରେ ଅବସ୍ଥିତ ବ୍ଲୁମିଙ୍ଗଡେଲ୍ସ ଫାଉଣ୍ଡେସନ୍ ପକ୍ଷରୁ ୩୦ ମାର୍ଚ୍ଚ ୨୦୨୬ ତାରିଖରେ ଜିକେସିଏମ୍ ଓଡିଶୀ ରିସର୍ଚ୍ଚ ସେଣ୍ଟରରେ “ବ୍ଲୁମିଙ୍ଗଡେଲ୍ସନାଇଟ୍” ବଡ଼ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଇଥିଲା। ଏହି ଅବସରରେ ‘କିଡ଼୍ ବ୍ଲୁମିଙ୍ଗଡେଲ୍ସ” ପ୍ରି ସ୍କୁଲର ଶିଶୁମାନଙ୍କର “ଗ୍ରାଜୁଏସନ୍ ଡେ” ପାଳନ କରାଯାଇଥିଲା, ଯେଉଁଠାରେ ଶିଶୁମାନେ ପ୍ରି ସ୍କୁଲରୁ କିଣ୍ଡରଗାର୍ଟେନ୍କୁ ଉତ୍ତୀର୍ଣ୍ଣ ହୋଇଥିଲେ। ଏହି ଅବସରରେ ସେମାନଙ୍କର ପ୍ରଥମ ଶିକ୍ଷାଗତ ସଫଳତାକୁ ପ୍ରୋତ୍ସାହନ ଦେବା ସହିତ ସେମାନଙ୍କୁ ଆଗକୁ ବଡ଼ ଲକ୍ଷ୍ୟ ସାଧନ ଦିଗରେ ପ୍ରେରିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସହିତ ଗୋଡ଼ିବାରି ଗ୍ରାମର “ବୁଗିନ୍ ହ” ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ମଧ୍ୟ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ବିଧାୟକ; ଡଃ ରୋଜାଲିନ ପାଟ୍ଟଶାଣୀ ମିଶ୍ର, ପରିଚୟ ଫାଉଣ୍ଡେସନ୍ର ସ୍ଥାପିକା; ଶ୍ରୀ ସମ୍ବିତ ତ୍ରିପାଠୀ, ପେସ୍ ଫାଉଣ୍ଡେସନ୍ର ଚେୟାରମ୍ୟାନ୍; ଶ୍ରୀମତୀ ଶୁଚିସ୍ମିତା ପୃଷ୍ଟି, ସାମାଜିକ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭାମଣ୍ଡନ କରିଥିଲେ । ମୋଟ ୨୪ ଜଣ ଶିଶୁ ଲାଲ୍ ଗ୍ରାଜୁଏସନ୍ ଡ୍ରେସ୍ ଓ କ୍ୟାପ୍ ପିନ୍ଧି ଅତିଥିମାନଙ୍କ ପାଖରୁ ସମ୍ମାନିତ ହୋଇ କିଣ୍ଡରଗାର୍ଟେନ୍କୁ ଉତ୍ତୀର୍ଣ୍ଣ ହୋଇଥିଲେ। ସମାଜର ପ୍ରତ୍ୟେକ ବର୍ଗର ପିଲାମାନଙ୍କ ଶିକ୍ଷାକୁ ଗୁରୁତ୍ବ ଦେଇ, ଅଧ୍ବକ୍ଷା ଶ୍ରୀମତୀ ସବିତା ପଟ୍ଟନାୟକଙ୍କ ନେତୃତ୍ଵରେ ଚାଲୁଥିବା “ବୁଗିନ୍ ହ” ଶିକ୍ଷା କେନ୍ଦ୍ର ଏକ ଅନନ୍ୟ ପ୍ରୟାସ । ଜନଜାତିର କିଶୋର କିଶୋରୀମାନେ, କିଡ଼୍ ଝୁମିଙ୍ଗଡେଲ୍ସର ଶିଶୁ ମାନଙ୍କ ସହିତ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗ ଦେଇଥିଲେ। ବ୍ଲୁମିଙ୍ଗଡେଲ୍ ଫାଉଣ୍ଡେସନ୍, କିଙ୍ଗ୍ ଝୁମିଙ୍ଗଡେଲ୍ସ ପ୍ରି ସ୍କୁଲ ମାଧ୍ୟମରେ ସୃଜନଶୀଳ ଓ ମୂଲ୍ୟଭିତ୍ତିକ ପରିବେଶରେ ପ୍ରାରମ୍ଭିକ ଶିଶୁ ଶିକ୍ଷାରେ ଗୁରୁତ୍ବ ଦେବାବେଳେ, “ବୁଗିନ୍ ହ” ଶିକ୍ଷା କେନ୍ଦ୍ର ମାଧ୍ୟମରେ ପଛୁଆ ଶ୍ରେଣୀର କିଶୋରୀ ସଶକ୍ତିକରଣରେ ମଧ୍ଯ କାମ କରୁଛି, ଯାହା ଦ୍ବାରା ସମସ୍ତ ଶିଶୁ ଓ ଯୁବମାନଙ୍କର ସମଗ୍ର ବିକାଶ ଓ ସମାନ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସୁନିଶ୍ଚିତ କରୁଅଛି।
ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା। ଦୁଇରୁ ପାଞ୍ଚ ବର୍ଷ ବୟସର ଶିଶୁମାନଙ୍କ ଠାରୁ ଆରମ୍ଭ କରି ଜନଜାତିର କିଶୋର କିଶୋରୀ ମାନଙ୍କ ଆଧ୍ୟାତ୍ମିକ, ଦେଶଭକ୍ତିମୂଳକ, ଓଡିଶାର ରୁଦ୍ଧିମନ୍ତ କଳା ସଂସ୍କୃତିର ନୃତ୍ୟ ପ୍ରଦର୍ଶନ ଦର୍ଶକମାନଙ୍କର ମନ
ମୋହିଥିଲା ।ସମଗ୍ର କାର୍ଯ୍ୟକ୍ରମଟି ସ୍କୁଲର ଦୃଷ୍ଟିକୋଣରୁ ପ୍ରେରିତ ଥିଲା – “କିଙ୍ଗ୍ ଝୁମିଙ୍ଗ ଡେଲ୍ସର ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ସଫଳତାରେ ଗର୍ବିତ ହେବେ, ସକାରାତ୍ମକ ମନୋଭାବ ରଖୁବା ସହ ନିଜର ସମ୍ପୂର୍ଣ୍ଣ ବିକାଶ କରିବା ଦିଗରେ ପ୍ରୟାସ କରିବେ I”
ଭୁବନେଶ୍ବର ଠାରେ ଅବସ୍ଥିତ ବ୍ଲୁମିଙ୍ଗଡେଲ୍ସ ଫାଉଣ୍ଡେସନ୍ ପକ୍ଷରୁ “ବ୍ଲୁମିଙ୍ଗଡେଲ୍ସନାଇଟ୍” ପାଳନ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଭୁବନେଶ୍ବର ଠାରେ ଅବସ୍ଥିତ ବ୍ଲୁମିଙ୍ଗଡେଲ୍ସ ଫାଉଣ୍ଡେସନ୍ ପକ୍ଷରୁ “ବ୍ଲୁମିଙ୍ଗଡେଲ୍ସନାଇଟ୍” ପାଳନ
ବାଲିଅନ୍ତା 01/04:- ଭୁବନେଶ୍ବର ଠାରେ ଅବସ୍ଥିତ ବ୍ଲୁମିଙ୍ଗଡେଲ୍ସ ଫାଉଣ୍ଡେସନ୍ ପକ୍ଷରୁ ୩୦ ମାର୍ଚ୍ଚ ୨୦୨୬ ତାରିଖରେ ଜିକେସିଏମ୍ ଓଡିଶୀ ରିସର୍ଚ୍ଚ ସେଣ୍ଟରରେ “ବ୍ଲୁମିଙ୍ଗଡେଲ୍ସନାଇଟ୍” ବଡ଼ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଇଥିଲା। ଏହି ଅବସରରେ 'କିଡ଼୍ ବ୍ଲୁମିଙ୍ଗଡେଲ୍ସ" ପ୍ରି ସ୍କୁଲର
ଚୈତ୍ର ମଙ୍ଗଳବାର ପୂଜା ଉଦଯାପିତ
ଭୁବନେଶ୍ୱର ତା 01/04/26 ସ୍ଥାନୀୟ ବମିଖାଲ ଠାରେ ମା ମଙ୍ଗଳାଙ୍କ ଶେଷ ଚୈତ୍ର ମଙ୍ଗଳ ବାର ପୂଜା ପାରମ୍ପରିକ ପୂଜା, ନୀତି, ବିଦ୍ଧି ଅନୁଯାୟୀ ସମାପନ ହୋଇଥିବା ଦେଖିବାକୁ ମିଳିଛି l ମହିଳା ମାନେ ନୂତନ ବସ୍ତ୍ର ପରିଧାନ ପୂର୍ବକ, ମାଙ୍କ
ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ଉତ୍କଳ ଦିବସ ଅନୁଷ୍ଠିତ
ଭୁବନେଶ୍ୱର ତା 01/04/26 ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ପବିତ୍ର 90 ତମ ଉତ୍କଳ ଦିବସ ସ୍ଥାନୀୟ ଲୋକଭବନ ସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ, ଭାଷା, ସଂସ୍କୃତି ପ୍ରାଣ, ପ୍ରଥମ ଓଡ଼ିଆ ବାରିଷ୍ଟର, ସ୍ନାତକ, ସ୍ନାତକୋତ୍ତର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ
ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ବାଳକାଟି ସାଇଫନ, ନେଲା ଜୀବନ ।
ବାଲିଅନ୍ତା ୩୧/୦୩ :- ରାଜଧାନୀ ଉପକଣ୍ଠସ୍ଥ ବାଳକାଟି ସାଇଫନ୍ ସୋସିଆଲ ମିଡିଆରେ ଟ୍ରେଣ୍ଡ ରେ ଥିବାବେଳେ। କିଛି ଯୁବ ଇନ୍ ଷ୍ଟା ଗ୍ରାମ୍ ବେବହାର କରୀ ବାଳକାଟି ସାଇଫନ୍ କୁ ବୁଲି ବା ସହିତ ତାର ସୁନ୍ଦର ପ୍ରାକୃତିକ ପରିବେଶକୁ ଭିଡିଓ
ସାଇବିନାୟକ ଶିଶୁ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର ତା 30/03/26 ଶିକ୍ଷୟିତ୍ରୀ ଐସୂର୍ଯା ଲକ୍ଷ୍ମୀ ତ୍ରିପାଠୀଙ୍କ ସଂଯୋଜନା ଓ ଆବାହକ ଶିକ୍ଷାବିତ ବନମାଳୀ ସାହୁଙ୍କ ସଭାପତିତ୍ବ ସାଇ ବିନାୟକ ଶିଶୁ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ
ତେହେରାନରେ ନିଆଁର ତାଣ୍ଡବ: ରାଜଧାନୀ ସାରା ବିସ୍ଫୋରଣ
ତେହେରାନରେ ନିଆଁର ତାଣ୍ଡବ: ରାଜଧାନୀ ସାରା ବିସ୍ଫୋରଣନୂଆଦିଲ୍ଲୀ ଇରାନର ଗୁରୁତ୍ୱପୂର୍ଣ୍ଣ ରଣନୈତିକ ବନ୍ଦର ‘ବନ୍ଦର-ଇ-ଖମିର’ ଉପରେ ଆମେରିକା ଓ ଇସ୍ରାଏଲ ମିଳିତ ଆକ୍ରମଣ କରି ଏହାକୁ ଛାରଖାର କରିଦେଇଛନ୍ତି । ଏହି ନିର୍ଦ୍ଦିଷ୍ଟ ସାମରିକ ଆକ୍ରମଣ ବର୍ତ୍ତମାନର ସଂଘର୍ଷରେ ଏକ ବିପଜ୍ଜନକ
ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ
ବାଲିଅନ୍ତା- ତା.୩୦.୦୩.୨୦୨୬- ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଶିଶୁପାଳ ଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜିର ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଖୋରଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମିଳିତ ଜଣାଶୁଣାଣିରେ
ମରଣ ଜନ୍ତା ରେ ଯୁବ ସୋସିଆଲ ମିଡିଆ ବ୍ୟବର କାରି, ସେଲ୍ଫି ଜୋନ ପାଲଟିଛି ବାଳକାଟି ସାଇଫନ୍, ପୋଲିସ କୁ ଖାତିର କରୁନାହାନ୍ତି କେହି।
ବାଲିଅନ୍ତା ୨୯/୦୩:- ରାଜଧାନୀ ଉପକଣ୍ଠ ଧଉଳି ଠାରୁ ୩ କିଲୋ ମିଟର ରେ ଥିବା ବାଳକାଟି ସାଇଫନ୍ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ରେ ଆଛି। କିଛି ଯୁବ ଇନ୍ ଷ୍ଟା ଗ୍ରାମ୍ ବେବହାର କରୀ ବାଳକାଟି ସାଇଫନ୍ କୁ ବୁଲି
ଶ୍ରୀରାମ ବଜାରର ୨୫ତମ ବାର୍ଷିକ ଉତ୍ସବ ଓ ଶ୍ରୀରାମ ନବମୀ ପୂଜା।
ଚିଲିକା,୨୯।୩: ପବିତ୍ର ରାମନବମୀ ଠାରୁ ଆରମ୍ଭ ହୋଇ ଗତ ୩ ଦିନ ଧରି ଚାଲିଥିବା ସ୍ଥାନୀୟ ବଡପଦର ରୋଡ଼ ସ୍ଥିତ ଶ୍ରୀରାମ ବଜାରର ୨୫ ତମ ବାର୍ଷିକ ଉତ୍ସବ ତଥା ଶ୍ରୀରାମ ନବମୀ ପୂଜା ଉତ୍ସବ ଆଜି ସ°ଧ୍ୟାରେ ଭସାଣି ସହିତ
ମହିଳା ଓ ପ୍ରସୂତି ବିଶେଷଜ୍ଞ ଚିକିତ୍ସକଡା. ଅନ୍ତର୍ଯ୍ୟାମୀ ମହାରଣାଙ୍କ ପରଲୋକ
ଚିଲିକା :ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ଅନ୍ତର୍ଯ୍ୟାମୀ ମହାରଣାଙ୍କ ର ପରଲୋକ ହୋଇଯାଇଛି। ସେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ବାସୀନ୍ଦା।କିଛି ଦିନ ଧରି ସେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସିତ
ଧର୍ମଗଡ଼ ଠାରେ ୩୧ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ପ ଏବଂ ଗାଇଡ୍ସ କ୍ୟାମ୍ପୋରି ଉଦଘାଟିତ
କଳାହାଣ୍ଡି,୨୯|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ (OSBC) କଳାହାଣ୍ଡି ଜିଲ୍ଲା ୟୁନିଟ୍ ଦୁଇଦିନିଆ ଜିଲ୍ଲା କ୍ୟାମ୍ପୋରି ଧର୍ମଗଡ଼ କଳାହାଣ୍ଡି ଉତ୍ସବ ପଡ଼ିଆ ଠାରେ ଉଦଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓଓଡିଶା ଭାରତ ସ୍କାଉଟ
ଶ୍ରୀରାମ ନବମୀ ଉପଲକ୍ଷେ ପଣା ବଣ୍ଟନ
ବଲାଙ୍ଗୀର : ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସହ ବଲାଙ୍ଗୀରି ଜିଲ୍ଲାର ଲୋଇସିଂହା ପତଞ୍ଜଳି ପରିବାର ଏବଂ ଯୋଗ ଶିକ୍ଷକ ସଂଘ ବଲାଙ୍ଗିର ଦୁହିଁଙ୍କ ମିଳିତ ଭାବରେ ଏକତ୍ରିତ ହୋଇ ଡକ୍ଟର ମହାଲିଙ୍ଗ
ଫେରିଵାଲାକୁ ଚାପି ଦେଲା ବାଲି ବୋଝେଇ ହାଇୱା ଟ୍ରକ
କ୍ଷତି ପୂରଣ ଦାବିରେ ପରିବାର ସହ ସ୍ଥାନୀୟ ଲୋକେ କଲେ ରାସ୍ତା ରୋକ କଳାହାଣ୍ଡି,୨୯|୩ (ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଧର୍ମଗଡ- ବୋଡେ଼ନ ଯିବା ରାସ୍ତା ବିଅରବାର ନିକଟରେ ହାଇୱା ଟ୍ରକ ଜଣେ ବୁଲାବେପାରୀ ବାଇକ ଆରୋହୀ
ରାମ ନବମୀରେ ପ୍ରତିଷ୍ଠା ହେଲା ଶ୍ରୀରାମଙ୍କ ମନ୍ଦିର
ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଶ୍ରୀରାମ ନବମୀ ଖୁବ୍ ଧୂମଧାମରେ ପାଳନ ସହ ରାମ ମନ୍ଦିର ତଥା ବିଗ୍ରହ ପ୍ରତିଷ୍ଠା ଉସôବକୁ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଗ୍ରାମରେ ରାମ ମନ୍ଦିର ପ୍ରତିଷ୍ଠା କରାଯିବା ସହ ଶ୍ରୀ ବିଗ୍ରହଙ୍କ
ଫେରିଵାଲାକୁ ଚାପି ଦେଲା ବାଲି ବୋଝେଇ ହାଇବା ଟ୍ରକ:କ୍ଷତି ପୂରଣ ଦାବିରେ ପରିବାର ସହ ସ୍ଥାନୀୟ ଲୋକେ କଲେ ରାସ୍ତା ରୋକ
କଳାହାଣ୍ଡି,୨୯|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):- କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଧର୍ମଗଡ- ବୋଡେ଼ନ ଯିବା ରାସ୍ତା ବିଅରବାର ନିକଟରେ ହାଇୱା ଟ୍ରକ ଜଣେ ବୁଲାବେପାରୀ ବାଇକ ଆରୋହୀ କୁ ଚାପି ଦେବାରୁ ଘଟଣା ଜାଗାରେ ହିଁ ମୃତ୍ୟୁ ହୋଇଛି। ମୃତ ବାଇକ
୯ମ ଯଶୁଆପୁର ମହୋତ୍ସବ ଉଦଯାପିତ । ଗୋଟି ପୁଅ ନୃତ୍ୟ ଓ କଣ୍ଠ ଶିଳ୍ପୀ ଜୟଶ୍ରୀ ଧଳଙ୍କ ଗୀତରେ ଦର୍ଶକ ମତୁଆଲା।
ବାଲିଅନ୍ତା: ୨୮/୩ : ବାଲିଅନ୍ତା ବ୍ଲକ ଅଧୀନ ଯଶୁଆପୁର ଗ୍ରାମର ଯଶୁଆପୁର ବିକାଶ ପରିଷଦ ପକ୍ଷରୁ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ଜନମାନସରେ ଉଜ୍ଜିବିତ କରିବା ଓ ପରସ୍ପର ଭିତରେ ଭାଇ ଚାରା ବୃଦ୍ଧି କରିବା ଲକ୍ଷ୍ୟରେ ଦୁଇଦିନ ଧରି
ଚିଲିକାରେ ଶ୍ରୀରାମ ନବମୀରେ ବିଶ୍ୱ ହିନ୍ଦୁ ପରିଷଦର ବିଶାଳ ରାଲି।
ଚିଲିକା,୨୮।୩:ଚିଲିକା ନିର୍ବାଚନ ମଣ୍ଡଳୀରେ ବିଶ୍ୱହିନ୍ଦୁ ପରିଷଦ ବାଣପୁର ପ୍ରଖଣ୍ଡ ତରଫରୁ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପୁଣ୍ୟ ଜନ୍ମ ମହୋତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ନାଚୁଣୀ ଅଂଚଳର ପରିବେଶ ଉତ୍ସବ ମୁଖର ହୋଇ ଉଠିଥିଲା l
୯ମ ଯଶୁଆପୁର ମହୋତ୍ସବ ଉଦ୍ଘାଟିତ।
ବାଲିଅନ୍ତା ୨୭/୦୩(ଅମୃତ ମିଡିଆ): ଗାଁରେ ଭାଇଚାରା ଓ ଗାଁର ପରିଚୟ ଜନ ମାନସରେ ସ୍ୱତନ୍ତ୍ର ସ୍ଥାନ ଅଧିକାର ପାଇଛି। ମହୋତ୍ସବ ଏକମାତ୍ର ମାଧ୍ୟମ ବୋଲି ଆଜି ଯଶୁଆପୁର ଖେଳପଡିଆରେ ଅନୁଷ୍ଠିତ ହୋଇଥିବା ୯ମ ଯଶୁଆପୁର ମହୋତ୍ସବର ଉଦଘାଟନ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ
ବାଣପୁରରେ ଵିଶ୍ଵନାଟ୍ୟ ଦିଵସ ପାଳିତ
ଚିଲିକା,୨୭।୩:ଖୋର୍ଦ୍ଧା ଜିଲ୍ଲା ଵାଣପୁରର ବିଧାରପୁରସ୍ଥିତ ଶୁଭକଲ୍ୟାଣ ମଣ୍ଡପ ରଙ୍ଗମଞ୍ଚ ପରିସରରେ "ସାହିତ୍ୟ ସିନ୍ଦୁରା " ଓ "ମା ଭଗବତୀ କଳା ନିକେତନ "ର ମିଳିତ ଆନୁକୂଲ୍ୟରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇ ଯାଇଛି। ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ଓ
ବଉଳାବନ୍ଧରେ ଶ୍ରୀରାମ ନବମୀ ପାଳିତ ।
ଚିଲିକା,୨୭।୩: ପ୍ରତିବର୍ଷ ପରି ଚ଼ଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମସ୍ଥିତ ବିଜେ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ପୀଠରେ ଶ୍ରୀରାମ ନବମୀ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଅଛି। ସକାଳ ସମୟରେ ସୂର୍ଯ୍ୟ ପୂଜା, ଗୋ
Entertainment
ଚୈତ୍ର ମଙ୍ଗଳବାର ପୂଜା ଉଦଯାପିତ
ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ଉତ୍କଳ ଦିବସ ଅନୁଷ୍ଠିତ