ମଧୁମେୟ ରୋଗ ପାଇଁ ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ ଯୋଗ

ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ (ଅଧା ମେରୁଦଣ୍ଡ ମୋଡ଼ିହେବା ଭଙ୍ଗୀ) ଦେହ ସାମନାରେ ଗୋଡ଼ ଲମ୍ବାଇ ବସିବା । ଡ଼ାହାଣ ଗୋଡ଼କୁ ବଙ୍କାକରି ଡ଼ାହାଣ ପାଦ ସିଧା କରି ଭୂଇଁରେ ବାମ ଆଣ୍ଠୁ ବାହାରେ ରଖିବା। ପାଦ ଆଙ୍ଗୁଳି ଆଗକୁ ମୁହଁ କରିବା । ବାମ ଗାେଡ଼କୁ ମାେଡ ଏବଂ ପାଦକୁ ଡାହାଣ ନିତମ୍ବ ଆଡ଼କୁ ବୁଲାଇ କରି ରଖି ବାମ ହାତକୁ ଛାତି ଓ ଡାହାଣ ଆଣ୍ଠୁ ବାଟ ଦେଇ ଡ଼ାହାଣ ଗୋଡ଼ ବାହାରେ ରଖିବା । ଡାହାଣ ପାଦ ବା ଗଳାଗଣ୍ଡକୁ ବାମ ହାତରେ ଧରି, ଯେମିତି ଡ଼ାହାଣ ଆଣ୍ଠୁ ବାମ କାଖ ପାଖରେ ରହିବ | ଆଧ୍ୟାତ୍ମିକ: ଆଜ୍ଞା ଚକ୍ରରେ ଲକ୍ଷ୍ୟ ରଖିବା। ଅଭ୍ୟାସ କ୍ରମ:- ଆଗକୁ ବା ପଛକୁ ବାଙ୍କିବା ଆସନ ସମୂହ ସରିବା ପରେ ଏହି ଆସନ କରିବା | ବିପରୀତ ସୂଚନା: ୨ ବା ୩ ମାସରୁ ବେଶୀ ଗର୍ଭବତୀ ମହିଳା ଏହି ଅଭ୍ୟାସ ନକରିବା ଉଚିତ । ଉପକାର: ମେରୁଦଣ୍ଡୀୟ ସ୍ନାୟୁ କାର୍ଯ୍ୟକ୍ଷମ ହୁଏ, ପିଠି ମାଂସପେଶୀ ନମନୀୟ ହୁଏ, ଅଣ୍ଟାଧରା ଓ ମାଂସପେଶୀର ଅତିରିକ୍ତ ସଂକୋଚନ ଉପଶମ ହୁଏ ପରାଗ ଜ୍ଵର, ବ୍ରୋଙ୍କାଇଟିସ୍, କୋଷ୍ଠବଦ୍ଧ, କୋଲାଇଟିସ୍, ଋତୁସ୍ରାବ ସମସ୍ୟା, ମୂତ୍ରାଶୟ ମାର୍ଗ ସମସ୍ୟା ଏବଂ ସର୍‌ଭିକାଲ ସୃଣ୍ଡିଲାଇଟିସ୍ ପ୍ରଭୃତି ରୋଗରେ ବିଶେଷଜ୍ଞଙ୍କ ତତ୍ତ୍ଵାବଧାନରେ ଏହାକୁ ଯୋଗ ଚିକିତ୍ସାରେ ବ୍ୟବହାର କରାଯାଏ । ଅଧିକ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ଚରକ ଇଷ୍ଟିଚ୍ଯୁଟ୍ଅଫଯୋଗ ୮୦୧୮୦୩୩୮୮୦ରେ ପରାମର୍ଶ କରନ୍ତୁ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News