ମୁଖୀଗୁଡା ରେ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ, ବିପୁଳ ପରିମାଣରେ ମଦ ଜବତ

କଳାହାଣ୍ଡି, ୧୯/୦୨,(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମୁଖୀଗୁଡାରେ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ କରିଛି ଅବକାରୀ ବିଭାଗ।ଜୟପାଟଣା ଓ ଧର୍ମଗଡ ଅବକାରୀ ବିଭାଗର ମିଲିତରେ ଚଢାଉ ବିପୁଳ ପରିମାଣର ମଦ ଜବତ କରାଯାଇଛି।ମୁଖିଗୁଡ଼ା ଗାଁର କ୍ଷମା ସାହୁ ନିଜ ଘରେ ମେସିନ ବସାଇ ନକଲି ବିଦେଶୀ ମଦ ତିଆରି କରୁଥିବା ସୁରାଗ ପାଇ ମାଡି ବସିଲା ଅବକାରି ବିଭାଗ । ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡ ର ନକଲି ମଦ, ଲେବଲ, ମଦ ତିଆରି ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ। ଦୀର୍ଘଦିନ ହେଲା ଏଠି ମଦ ପ୍ରସ୍ତୁତ ହୋଇ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ଏହାର ଟେର ପାଉନଥିଲା ଅବକାରୀ ବିଭାଗ।ନକଲି ମଦ ପ୍ରସ୍ତୁତ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ଏହି ମଦ ପିଇ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା କଣ ହେଉଥିବା ତାହା ସହଜେ ବାରି ହେଉଛି।

(କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ପ୍ରତିନିଧି ଜଗନ୍ନାଥ ନାଏକଙ୍କ ରିପୋର୍ଟ)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page