ମେଡିକାଲ୍ ତାଲା ଭାଙ୍ଗି ଚୋରି

ଭୁବନ: ଓଡ଼ିଶ ଗ୍ରାମପଂଚାୟତରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ରରୁ ରାତ୍ର ପ୍ରାୟ ୧୦ ଟା ବେଳେ ଚୋରି ହୋଇଥିବା ସୂଚନା ମିଳିଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ରର ତାଲା ଭାଙ୍ଗି ଚୋରି ହୋଇଥିବା ଦେଖିବାକୁ ମିଳିଛି। ଚୋରମାନେ ତାଲା ଭାଙ୍ଗି କେନ୍ଦ୍ରରେ ଥିବା କମ୍ପ୍ୟୁଟର ସହ ଟିଭିକୁ ଚୋରି କରିନେଇଯାଇଥିବା ସୂଚନା ମିଳିଛି । ତେବେ ଏହି ଚୋରି ଘଟଣାକୁ ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିବାବେଳେ ଲାଗିଥିବା ସିସି ଟିଭି କ୍ୟାମେରା ଯାଂଚରୁ କିଛି ଜଣାପଡୁନାହିଁ । କେବଳ ସାମାନ୍ୟ କିଛି ଟା ଦୃଶ୍ୟ ରହିଥିବାବେଳେ ଚୋରମାନଙ୍କ ସଂପୂର୍ଣ୍ଣ ଚେହେରା ଦେଖାଯାଉନାହିଁ । ଚୋର ପ୍ରାୟ ରାତି ୧୦ଟା ପାଖାପାଖି ସମୟରେ ଏହି ଚୋରି ଘଟଣା ଘଟାଇଥିବା ଜଣାପଡିଛି । ତେବେ ଏହାକୁ ନେଇ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଶୀଘ୍ର ଚୋରକୁ ଧରି କଠୋର ଦଣ୍ଡ ବିଧାନ କରାଯାଉ ବୋଲି ଦାବି ହୋଇଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ଓଡ଼ିଶ ଗ୍ରାମପଂଚାୟତର ଆଖପାଖ ଅଂଚଳର ବହୁ ରୋଗୀ ଏଠାରେ ଆସି ଚିକିତ୍ସିତ ଲାଗି ନିର୍ଭର କରିଥାନ୍ତି । ତେଣୁ ଏହାର ସଠିକ୍ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ପ୍ରଦାନ କରାଯିବା ଦରକାର ବୋଲି ଉକ୍ତ ଗ୍ରାମଂପଂଚାୟତର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ପୋଲିସ ଏହାର ଖୁବଶୀଘ୍ର ତଦନ୍ତ କରି ଚୋରକୁ ଧରିବା ଦରକାର ବୋଲି ମଧ୍ୟ ଦାବି ହୋଇଛି । Utkalbulletin bureau

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News