ଯଥିସ ଓଡ଼ିଶା ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ନଟରାଜ ମ୍ୟୁଜିକ୍ ଆଣ୍ଡ ଡାନ୍ସ ଏକାଡେମୀ ଦ୍ବାରା ଆୟୋଜିତ ଯଥିସ ଓଡ଼ିଶା ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ ୨୦୨୫ରେ ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଦଳଗତ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଗୁରୁ ଡଂ ପ୍ରିୟଙ୍କା ମିଶ୍ରଙ୍କ ପ୍ରଶିକ୍ଷଣରେ ଏବଂ ପ୍ରତିମା ମିଶ୍ରଙ୍କ ସୁପରିଚାଳନା ଦ୍ବାରା ଅନୁଷ୍ଠାନର ନୃତ୍ୟାଙ୍ଗନାମାନେ ଖୁବ୍ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକମାନଙ୍କର କରତାଳି ସାଉଁଟିଥିଲେ । ଶିଳ୍ପୀମାନେ ହେଲେ ଡ. ପ୍ରିୟଙ୍କା ମିଶ୍ର, ପ୍ରତିମା ମିଶ୍ର, ଅର୍ଚ୍ଚିତା, ବିଦୁସ୍ମିତା, ଏବଂ ଲିଶ୍ନା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page