ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୁଜିତ କୁମାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୁଜିତ କୁମାର । ବିଜୁ ଜନତା ଦଳ ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ପଦ୍ମ ଧରିଥିବା ସୁଜିତ କୁମାରଙ୍କୁ ଆଜି ବିଜେପି ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରାର୍ଥୀ ଘୋଷଣା କରିଥିଲା । ଆନ୍ଧ୍ର, ହରିୟାଣା ଓ ଓଡିଶାର 3 ଆସନ ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ସୁଜିତଙ୍କୁ ବିଜେପି ବିଧିବଦ୍ଧ ପ୍ରାର୍ଥୀ ଘୋଷଣା କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜେପି ନଡ୍ଡା, ପାର୍ଲାମେଣ୍ଟାରୀ ବୋର୍ଡ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ମୁକେଶ ମହାଲିଙ୍ଗ ସମସ୍ତଙ୍କୁ ସୁଜିତ କୁମାର ଧନ୍ୟବାଦ ଦେଇଛନ୍ତି। ବିଶେଷ କରି ବିଜେପି ପାର୍ଲାମେଣ୍ଟାରୀ ବୋର୍ଡ ମୋତେ ପ୍ରାର୍ଥୀ କରିଥିବାରୁ ମୁଁ ଧନ୍ୟବାଦ ଦେଉଛି । ବିଗତ ସାଢେ ୪ ବର୍ଷରେ ପାର୍ଲାମେଣ୍ଟରେ ମୁଁ ଓଡ଼ିଶାର କେବିକେ ଅଞ୍ଚଳ ଓ କଳାହାଣ୍ଡି ଜିଲ୍ଲା ପାଇଁ ଯାହା ସବୁ ମୋର ପ୍ରୟାସ ରହିଛି ସେହି ପ୍ରୟାସ ଜାରି ରହିବ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News