ଚିଲିକା,୩।୨: ଚତୁର୍ଦ୍ଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାର ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରକୁ ଯବନମାନଙ୍କ ବାରଂବାର ଆକ୍ରମଣ କାଳରେ ଦାରୁ ବ୍ରହ୍ମଙ୍କୁ ବିଭିନ୍ନ ସ୍ଥାନରେ ରଖି ଗୋପନ ଲୀଳା ପ୍ରକାଶ କରାଯାଇଥିଲା ।ଆକ୍ରମଣପୂର୍ବରୁ ଡ଼ଗରମାନଙ୍କଠାରୁ ସୂଚନା ପାଇଁ ଗଜପତି ମହାରାଜାଙ୍କ ନିର୍ଦେଶକ୍ରମେ ପାଇକ ସୈନ୍ଯ ଓ ସେବାୟତମାନେ ଚ଼ତୁର୍ଦ୍ଧାମୂର୍ତ୍ତିଙ୍କୁ ନିଳାଦ୍ରୀ ମଣ୍ଡପରୁ ଓଲାଗି କରାଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୋପ୍ୟ କରାଯାଇଥିବାର କଥା ମାଦଳାପାଞ୍ଜିରୁ ଜଣା ପଡେ । ସେହି ଅନୁସାରେ ପ୍ରଭୁ ଦାରୁ ବୁହ୍ମଙ୍କୁ ୭ ଥର କେବଳ ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୀଳାଖେଳା କରାଯାଇ ଥିବାର ସ୍ମୃତି ଏବେ ମଧ୍ୟ ରହିଛି I ଚିଲିକାର ଗୁରୁବାଇ,ଚ଼ଡ଼େଇ ହଗା, ନଇରୀର ହରିହରେଶ୍ଵର ମନ୍ଦିର, ଚିଲିକାର କାଙ୍କଣକୁଦ, ଗବପଦର, ନିଳାଦ୍ରୀ ପ୍ରସାଦ ର ଘଞ୍ଚ ଅରଣ୍ୟ, ଅନ୍ଧାରୀ ମହିମ, ( ବର୍ତ୍ତମାନ ଅଳନ୍ଦା ନିକଟବର୍ତ୍ତି ଅନ୍ଧାରି ପାହାଡ ବୋଲି କେତେକ ଗବେଷକ କହନ୍ତି) ସାହାସପୁର, ବଡ଼ହନ୍ତୁ ଆଡ଼ ଇତ୍ୟାଦି ସ୍ଥାନ ପ୍ରଭୁଙ୍କ ଗୋପନ ରହଣି ସ୍ଥଳ ଭାବରେ ପରିଚିତ ହୋଇ ପରବର୍ତ୍ତୀକାଳରେ ଲୀଳାକ୍ଷେତ୍ରର ମାନ୍ୟତା ଲାଭ କରିଛି। ବିଶେଷକରି ଚିଲିକାର ନଇରୀ ବଉଳା ବନ୍ଧ ଉପକଣ୍ଠରେ ଥିବା ଚିଲିକା ଜଳଘେରି କାଙ୍କଣକୁଦ ଯାହା କାଙ୍କଣ ଶିଖରୀ ଭାବରେ ପରିଚିତ ସେହିଠାରେ ଦାରୁ ବିଗ୍ରହମାନଙ୍କୁ ୪ ମାସ ଧରି ରଖାଯାଇ ମଣୋହିରେ କାଙ୍କଣ ଫଳ ଲାଗି କରାଯାଇଥିବାର କଥା ସେଠାର ମାଟିତଳୁ ମିଳିଥିବା ପ୍ରଭୁଙ୍କ ସେବାରେ ଲାଗିଥିବା ବିଭିନ୍ନ ଦ୍ରବ୍ୟରୁ ଜଣାପଡ଼େ। ସେ ମାଟିର ବାସ୍ନା ଏବେ ମଧ୍ୟ ଚନ୍ଦନ କର୍ପୁର ର
ମହକ ପରିବାସୁଥିବାର ଜଣାପଡ଼ିବା ପରେ ସେହି ପବିତ୍ରପୀଠକୁ ଶ୍ରଦ୍ଧାଳୁମାନଙ୍କ ସୁଅ ଛୁଟିଲା ।ଏପରିକି ଗଜପତି ମହାରାଜା ଦିବ୍ୟସିଂହ ଦେବ , ଦଇତାପତି ସେବକ, ପୂଜାପଣ୍ଡା, ମହାସୁଆର, ପୁରୀର ମଠ ମନ୍ଦିରର ମହନ୍ତ, ଶ୍ରୀ ମନ୍ଦିର ପ୍ରଶାସନ, ସାଧୁ ସନ୍ଥ ଓ ଇତିହାସ ଗବେଷକମାନେ ମଧ୍ୟ ସେଠାରେ ପହଞ୍ଚି ସେହି ସ୍ଥାନକୁ ନିରୀକ୍ଷଣ କରି ପ୍ରଭୁଙ୍କ ପ୍ରଧାନ ଲୀଳାକ୍ଷେତ୍ର ଭାବରେ ମାନ୍ୟତା ପ୍ରଦାନକରିବା ପରେ ସେହିଦିନଠାରୁ ସେଠାରେ ସ୍ଥାନୀୟ ଜଗନ୍ନାଥ ପ୍ରେମୀଙ୍କ ସହଯୋଗରେ ଶ୍ରୀଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି। ଚଳିତବର୍ଷ ୭ ମ ମହୋତ୍ସବ ଚଳିତ ମାଘ ଶୁକ୍ଳ ନବମୀ ଗୁରୁବାର ତା-୬-୨-୨୫ରିଖରୁ ଆରମ୍ଭ ହୋଇ ତା୯-୨-୨୫ ରିଖରବିବାର ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ଚିଲିକା ବାଣପୁର ଶ୍ରୀଜଗନ୍ନାଥ ମନ୍ଦିର ସମନ୍ବୟ ସମିତି ଓ ଲୀଳକ୍ଷେତ୍ର କାଙ୍କଣ ଶିଖରୀ ଉନ୍ନୟନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଶିଖରୀଠାରେ ୪ଦିନ ଧରି ମହାଯଜ୍ଞ, ସାଧୁସଂନ୍ଥ, ମଠାଧୀଶ, ‘ଶ୍ରୀଜଗନ୍ନାଥଙ୍କ ପ୍ରମୁଖ ସେବକ, ଇତିହାସ ଗବେଷକ, କବି ସାହିତ୍ୟିକ, ରାଜନୈତିକ ନେତୃମଣ୍ଡଳୀଙ୍କ ସମାଗମ, ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରବଚନ, ଭଜନ କୀର୍ତ୍ତନ ଇତ୍ୟାଦି ବିରାଟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଚଳିତ ବର୍ଷର ବିଶେଷ ଆକର୍ଷଣ କେବଳ ନିମ ଦାରୁରେ ନିର୍ମିତ୍ତ ଶ୍ରୀଜଗନ୍ନାଥଙ୍କ ୨୪ ବେଶର ଦାରୁ ବିଗ୍ରହ ସେଠାରେ ସ୍ଥାପନ କରାଯାଇ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ର ଶୁଭ ଉଦ୍ ଘାଟନ ହେବ। ଶ୍ରୀପଞ୍ଚମୀରେ ଟ୍ରଷ୍ଟର ପ୍ରମୁଖ ଡ଼ା.ସୁଶାନ୍ତ କୁମାର ସାହୁ, ସଭାପତି ହାଡ଼ିବନ୍ଧୁ ପଟ୍ଟନାୟକ, ଶ୍ରଦ୍ଧାଳୁ ଚ଼ିନ୍ମୟ ଘଡ଼ାଇ ନିମନ୍ତ୍ରଣ ପତ୍ର ଧରି ବାଣପୁରର ଆରାଧ୍ୟା ଦେବୀ, ମଙ୍ଗଳମୟୀ ମା’ଭଗବତୀଙ୍କ ପୀଠରେ ପହଞ୍ଚି ମହୋତ୍ସବର ମଙ୍ଗଳ କାମନା ନିମତ୍ତ ମା’ଙ୍କ ପୀଠରେ ପୂଜାର୍ଚ୍ଚନା କରି ଆଜ୍ଞାମାଳ ନିମନ୍ତେ ଶରଣାପର୍ଣ୍ଣ ହୋଇ ଗୁଆନଡ଼ିଆ ମହାପ୍ରସାଦ ଦେଇ ନିମନ୍ତ୍ରଣ ଅନୁକୂଳ କରିଥିଲେ।ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ପୂଜକ ସାଆନ୍ତ ପ୍ରକାଶ ମହାପାତ୍ର, ପାଳିଆ ମାଳି ସେବକ ସଂଜୟ ମହାପାତ୍ର, ପବିତ୍ର ନାୟକ ପ୍ରମୁଖ ନିମନ୍ତ୍ରଣଗ୍ରହଣ କରି ସ୍ୱୀକୃତ୍ତି ପ୍ରଦାନକରିବା ପରେ ଚିଲିକା ଓ ବାଣପୁର ମଣ୍ଡଳରେ ଥିବା ସମସ୍ଥ ଶ୍ରୀଜଗନ୍ନାଥ ମନ୍ଦିରକୁ ଗୁଆନିମନ୍ତ୍ରଣ ଆରମ୍ଭ ହୋଇଥିଲା । ମହାଯଜ୍ଞର ପ୍ରଥମ ଦିନ ୬ ତାରିଖ ଗୁରୁବାର ଅଧିବାସ ଅବସରରେ ମା’ଙ୍କ ଆଜ୍ଞାମାଳ ସହିତ ଦୁଇ ମଣ୍ଡଳର ସବୁ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଥାଟ ପଟୁଆରରେ ବାହାରି କାଙ୍କଣ ଶିଖରୀରେ ପହଞ୍ଚିବାପରେ ମହାଯଜ୍ଞ ଆରମ୍ଭ ହେବ ବୋଲି ଟ୍ରଷ୍ଟର ପ୍ରମୁଖ ଡ଼ା ସାହୁଙ୍କ ଠାରୁ ପ୍ରକାଶ ।
ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ୭ମ ଶ୍ରୀଜଗନ୍ନାଥ ମହୋତ୍ସବ ପ୍ରସ୍ତୁତି ଆରମ୍ଭ, ମା’ଭଗବତୀଙ୍କ ପୀଠରେ ପହଞ୍ଚିଲା ପ୍ରଥମ ନିମନ୍ତ୍ରଣ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ମ.ରାମପୁର ସବ୍ ରେଜିଷ୍ଟର ଅଧିକାରୀଙ୍କ ନାମରେ ମାତ୍ରାଧିକ ବେଞ୍ଚ ମାର୍କ ମୂଲ୍ୟ ଦାବୀ ନେଇ ଅଭିଯୋଗ
କଳାହାଣ୍ଡି,୧୪।୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)କଳାହାଣ୍ଡି ଜିଲ୍ଲା, ମ.ରାମପୁର ସବ୍ ରେଜିଷ୍ଟର ସୌଦାମିନି ମାଝି ଜମି ରେଜିଷ୍ଟ୍ରେସନ୍ ବାବଦକୁ ସରକାର ଙ୍କ ନିୟମ ଉଲଂଘନ କରି ନିଜ ମନ ମୁତାବକ କାର୍ଯ୍ୟ କରୁଥିବାର ଅଭିଯୋଗ ହୋଇଛି। ଏଠାରେ ପ୍ରକାଶ ଯେ ମ.ରାମପୁର ସରପଞ୍ଚ
ଚିତାବାଘ ର ନଖ ଜବତ ତିନି ଯୁବକ ଗିରଫ ଓ କୋର୍ଟ ଚାଲାଣ
କଳାହାଣ୍ଡି,୧୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ବେଆଇନ ଭାବେ ବନ୍ୟଜନ୍ତୁ ଙ୍କ ର ଶିକାର କରି ବ୍ୟବସାୟ ଚାଲୁଥିବା ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧୀନ କେଗାଁ ରେଞ୍ଜର ବନ କର୍ମଚାରୀ ମାନେ ଗରଗାବ ସେକ୍ସନ ଅଧୀନ କାନ୍ଦୁଲଝର
ସଶକ୍ତ ଓଡିଶା ପକ୍ଷରୁ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ
ଭୁବନେଶ୍ୱର, 08/03/ 26: ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା"ପକ୍ଷରୁ ସ୍ଥାନୀୟ ସିଆରପି ସ୍ଥିତ କାର୍ଯ୍ୟାଳୟ ଠାରେ "ବିଶ୍ୱ ମହିଳା ଦିବସ -2026 ଆବାହକ ବିଜୟ କୁମାର ପ୍ରଧାନଙ୍କ ସଂଯୋଜନା ଓ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି l ମହିଳା ସଶକ୍ତିକରଣ
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ‘ଖାଣ୍ଟି ସୁନା’
ଚିଲିକା: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବାଲୁଗାଁସ୍ଥିତ ମା' ଭଗବତୀ କଳା ନିକେତନ ର ଓଡ଼ିଆ ଅସ୍ମିତା ଉପରେ ଆଧାରିତ ନାଟକ "ଖାଣ୍ଟି ସୁନା" ଗୈ।ରୀ ସାଂସ୍କୃତିକ ପ୍ରତିଷ୍ଠାନ, ଖୋର୍ଦ୍ଧା ଆନୁକୁଲ୍ୟରେ ମଞ୍ଚସ୍ଥ ହୋଇଯାଇଛି। ଡ଼ଃ ପ୍ରଦୀପ ଭୈମିକ ଙ୍କ
ବିଶ୍ଵ ମହିଳା ଦିବସକୁ ନେଇ ଏସବିଆଇ, ରାମଜୀ ଫାଉଣ୍ଡେସନ ତରଫରୁ ଜରାୟୁ କର୍କଟ ରୋଗ ସଚେତନତା ଶିବିର
କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆଜି ସାରା ବିଶ୍ୱରେ ବିଶ୍ୱ ମହିଳା ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ଠାରେ ଏସବିଆଇ ଓ ରାମଜୀ ଫାଉଣ୍ଡେସନ ତରଫରୁ ବିଶ୍ଵ ମହିଳା ଦିବସ ପାଳନ ଅବସରରେ କେସିଙ୍ଗା ଏନ୍ଏସିର ବୋରିଙ୍ଗପଦର
ଧର୍ମଗଡ ତାଳୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ମହିଳା ଦିବସ ପାଳିତ
କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ଦ୍ବାରା ଅତିରିକ୍ତ ଜିଲ୍ଲା ଜର୍ଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶକ୍ତି ସଦନ ଗୃହରେ
ବିଶ୍ୱ ମହିଳା ଦିବସ ଅବସରରେ – “ସମାଜସେବାରେ ସମିତା”
ଅଦ୍ୟମ ଇଚ୍ଛାଶକ୍ତି, ନିଷ୍ଠା, ଏକାଗ୍ରତା । ଅଧ୍ୟ୍ୟବସାୟ ଆଗରେ କୌଣସି ପ୍ରତିବନ୍ଧକ ବି ହାର ମାନିଥାଏ। ଜୀବନର ସଂଘର୍ଷର ବହୁ ଘାତ ପ୍ରତିଘାତ ମଧ୍ୟରେ ଗତି କରି ସମାଜ ପାଇଁ କିଛିି କରିବାର ଦୃଢ଼଼ ଭାବନା ତାଙ୍କୁ ଆଣି ଦେଇଛି ଏକ
ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ସହ-ନିର୍ଦ୍ଦେଶକଙ୍କ ବିଯୋଗ
ଚିଲିକା : ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଶାଖାର ପ୍ରାକ୍ତନ୍ ସହ-ନିର୍ଦ୍ଦେଶକ ପ୍ରଦୀପ କୁମାର ରଥଙ୍କ ଭୁବନେଶ୍ୱରସ୍ଥିତ ଏମ୍ସ୍ ହସପିଟାଲ ଠାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇ ଯାଇଅଛି। ମୃତ୍ୟୁ ବେଳକୁ
ପିସ୍ଲିଲି ପ୍ରି-ସ୍କୁଲର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟ ଗବେଷଣା କେନ୍ଦ୍ରଠାରେ ପିସ୍ଲିଲି ପ୍ରି-ସ୍କୁଲର ଡେ-କେୟାର ର ତୃତୀୟ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଂଯୋଜିକା ଆଦ୍ୟାଶାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଅଭିନେତ୍ରୀ ତଥା
ଇଟିପୁର ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ
ବାଲିଅନ୍ତା,୬|୩: ଭୁବନେଶ୍ୱର ବ୍ଲକ ଅଧିନ ଇଟିପୁର ସ୍ଥିତ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ମହାସମାରୋହରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ
ପ୍ରତାପ ଶାସନ ଡିଗ୍ରୀ କଲେଜରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ଶିବିର
ବାଲିଅନ୍ତା : ବାଳକାଟୀସ୍ଥିତ ପ୍ରତାପ ଶାସନ ଡିଗ୍ରୀ କଲେଜ ପରିସରରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ବର୍ଷର 87 ଛାତ୍ରୀଙ୍କୁ ନେଇ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଫେବୃଆରୀ 20 ତାରିଖରୁ
ଇଚ୍ଛାପୁରରେ ନୂତନ ମନ୍ଦିର ପ୍ରତିଷ୍ଠା
ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଗୁରୁବାର ଦିନ ତାରେଣୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯିବା ସହ ମା' ଙ୍କ ବିଗ୍ରହ ସ୍ଥାପନ କରାଯାଇଛି । ଏହି ଉପଲକ୍ଷେ ମଙ୍ଗଳବାର ଦିନ ଅଙ୍କୁରାରୋପଣ କରାଯାଇଥିଲା। ବୁଧବାର ଦିନ କଳସ
ଧୂମଧାମରେ ହୋଲି ଉତ୍ସବ ପାଳନ
ବାଲିଅନ୍ତା,୫|୩: ରଙ୍ଗର ପର୍ବ ହୋଲି ବାଳକାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ଧୁମଧାମ ପାଳନ ହୋଇଯାଇଛି l ଉତ୍ସବମୁଖର ହୋଇଉଠିଥିଲେ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ l ଭାଇଚାରାର ଏହି ପର୍ବ ପାଳନ କରିବା ନିମନ୍ତେ ସକାଳୁ
ଶାସ୍ତ୍ରୀଜି ଶିକ୍ଷା ନିକେତନ ଛାତ୍ରଙ୍କ ପାଣିରେ ବୁଡି ମୃତ୍ୟୁ
ହୋଲି ଖେଳ ହେଲା କାଳ କଳାହାଣ୍ଡି,୬,୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ବୁଧବାର ଦିନ ହୋଲି ଖେଳ ପାଇଁ ଚାରିଆଡ଼େ ଉତ୍ସବ ମାହୋଲ ଥିବା ବେଳେ ଭବାନୀପାଟଣା ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି I ହୋଲି ଖେଳି ସାରି ସାଙ୍ଗମାନଙ୍କ
ପଲ୍ଲବୀ ନାଟ୍ୟ କଳା ପରିଷଦର ବାର୍ଷିକ ଉତ୍ସବ ଓ ଗୁରୁ ସମ୍ବର୍ଦ୍ଧନା
ଚିଲିକା:ବାଣପୁର-ଚିଲିକା ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ପଲ୍ଲବୀ ନାଟ୍ୟ କଳା , ମଠପୁର ର ୬ଷ୍ଠ ସାମ୍ବତ୍ସରିକ ଉତ୍ସବ ପାଳନ ଅବସରରେ ସାଂସ୍କୃତିକ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଗୁରୁମାନଙ୍କୁ ନେଇ ସମ୍ବର୍ଦ୍ଧନା ଓ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଟଙ୍କପାଣି ଗ୍ରାମରେ ଦୋଳ ଉତ୍ସବ ପାଳିତ
ବାଲିଅନ୍ତା,୫|୩: ଭୁବନେଶ୍ୱର ଉପକଣ୍ଠ ଟଙ୍କପାଣି ଗ୍ରାମରେ ୨ ଦିନ ଧରି ଦୋଳ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଦ୍ୱାଦଶରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ରାତିରେ ସୁସଜ୍ଜିତ ବିମାନରେ ବିମାନରେ ମା' ଟଙ୍କପାଣି, ହରପାର୍ବତୀ, ଲକ୍ଷ୍ମୀ ନାରାୟଣଙ୍କ ଚଳନ୍ତି ପ୍ରତିମା ବିରାଜମାନ କରି
କଳାହାଣ୍ଡି ଜିଲ୍ଲାର ପ୍ରବାଦ ପୁରୁଷ ଦୟାନିଧି ନାଏକଙ୍କ ୧୧୦ତମ ଜନ୍ମଦିନ ପାଳିତ
କଳାହାଣ୍ଡି,୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲାର ପ୍ରବାଦପୁରୁଷ ଓ ବିକାଶର ଅଗ୍ରଦୂତ ଭାବେ ସାରା ରାଜ୍ୟରେ ଖ୍ଯାତିଅର୍ଜନ କରିଥିବା ବିଶିଷ୍ଟ ରାଜନୀତିଜ୍ଞ, ସମାଜସେବୀ, ସଂସ୍କାରକ,ମେଧାବୀ, ସର୍ବୋପରି ଜଣେ ଜନପ୍ରତିନିଧି ତଥା ଲୋକପ୍ରିୟ ମନ୍ତ୍ରୀ ଦୟାନିଧି ନାଏକଙ୍କ ୧୧୦ ତମ ଜନ୍ମଦିନ
ଧର୍ମଗଡରେ ନୂତନ ମହିଳା ଡିଏସପି ଆଇପିଏସ ସୂଶ୍ରୀ ଭର୍ଷିଥା ଅଡ଼େପୁ
କଳାହାଣ୍ଡି,୩|୩,(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ଉପଖଣ୍ଡ ରେ ନୂତନ ଭାବେ ଯୋଗଦାନ ଦେଲେ ମହିଳା ଆଇପିଏସ ସୂଶ୍ରୀ ଭର୍ଷିଥା ଅଡେପୂ | ମହିଳା ଡିଏସପି ସୂଶ୍ରୀ ଭର୍ଷିଥା ଅଡେପୂ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରିଣୀ ଭାବେ ଯୋଗଦାନ ଦେଇ କାର୍ଯ୍ୟଭାର
‘ଓଡ଼ିଆ କଳାକାରଙ୍କ ସ୍ୱର’ ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ
ଭୁବନେଶ୍ୱର: ଓଡ଼ିଶାର ଆଗଧାଡିର ସଂଗଠନ ଓଡ଼ିଆ କଳାକାରଙ୍କ ସ୍ୱର (OKS) ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ସମ୍ପୂର୍ଣ ହୋଇଛି ।ଏହି ପ୍ରକ୍ରିୟାରେ OKS ପରିବାରର ସଦସ୍ୟ ଏବଂ ସଦସ୍ୟା ମାନେ ନିଜର ମତ୍ତ ଦାନ କରି, ନୂତନ
ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ
ଏଥରଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ । ଚିଲିକା,୨।୩: ଉତ୍କଳରେ ଦୋଳଗୋବିନ୍ଦ ପାଇଁ ଦୋଳପର୍ବ ହୋଇଥିବା ବେଳେ ଶକ୍ତିପୀଠ ବାଣପୁରରେ ମା' ଭଗବତୀଙ୍କ ଚ଼ାଚ଼େରୀଖିଆ ଏକ ନିଆରାପରମ୍ପରା । ଫାଲଗୁନ ଶୁକ୍ଳ ତ୍ରୟୋଦଶୀରେ ମା'ଙ୍କ ମନ୍ଦିର ସହିତ ସଂଶ୍ଳିଷ୍ଟ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ଭାର୍ଗବୀ ନଦୀବନ୍ଧ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଶିଳାନ୍ୟାସ
କାଳିଆ ଘୋଡ଼ାରେ ଚଢ଼ି ମଧୁବାବୁଙ୍କ ପ୍ରଚାର