ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲା ର ହେବ ବିକାଶ

ପୁଞ୍ଜି ନିବେଶ କାରୀ ସଂସ୍ଥା ଦ୍ୱାରା ସୃଷ୍ଠି ହେବ ୪ ହଜାର ନିଯୁକ୍ତି କହିଲେ: ଜିଲ୍ଲାପାଳ ଅମ୍ରିତ ଋତୁରାଜ

ଦାରିଙ୍ଗବାଡ଼ି: ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲା ର ସାମଗ୍ରିକ ବିକାଶ କରିବା ପାଇଁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ଜିଲ୍ଲାପାଳ ଅମ୍ବ୍ରିତ ଋତୁରାଜ ଙ୍କ ସ୍ଵତନ୍ତ୍ର ଉଦ୍ୟମ ରେ ଓଡ଼ିଶା ସରକାର ଙ୍କ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବା ପାଇଁ ଓଡ଼ିଶା ର ପ୍ରଥମ ଜିଲ୍ଲା ଭାବେ ଉଦାହରଣ ସୃଷ୍ଠି କରିପାରିଛି। ଜିଲ୍ଲାପାଳ ଋତୁରାଜଙ୍କ ଅଧ୍ୟକ୍ଷତା ରେ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟରେ ଚାଲିଥିବା ଦୁଇ ଦିନିଆ ଇନ୍‌ଭେଷ୍ଟ କନ୍ଧମାଳ-୨୦୨୫ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଏହି ଦୁଇ ଦିନ ସମ୍ମିଳନୀରେ ପ୍ରାୟ ୯୦ରୁ ଊର୍ଦ୍ଧ୍ୱ ପୁଞ୍ଜି ନିବେଶକାରୀ ଯୋଗଦାନ କରିଥିବା ଏବଂ ସେମାନଙ୍କ ମଧ୍ୟରୁ ୨୯ ଜଣ ପୁଞ୍ଜି ନିବେଶକାରୀ ୫ ଶହ ୪୦ କୋଟି ନିବେଶ କରିବେ ବୋଲି ଜିଲା ପ୍ରଶାସନ ନିକଟରେ ପ୍ରସ୍ତାବ ରଖିଛନ୍ତି। ଯାହାକି ଅଞ୍ଚଳର ବିକାଶ ସହ ଏଥିରେ ପ୍ରାୟ ୪ ହଜାର ନିଯୁକ୍ତି ସୃଷ୍ଟି ହୋଇ ପାରିବ ବୋଲି ଜିଲାପାଳ ଅମ୍ରିତ ଋତୁରାଜ ଆଶା ପ୍ରକଟ କରିଛନ୍ତି। ଜିଲାପାଳ କହିଛନ୍ତି, ବେଶକାରୀମାନଙ୍କ ସହ ଆଲୋଚନା ସରିଛି, ପ୍ରଶାସନ ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବ ବିଶେଷ କରି ନିବେଶକାରୀମାନେ ୨ ଦିନ ଧରି ଦାରିଙ୍ଗବାଡ଼ି ସମେତ ଅନ୍ୟ ବ୍ଲକଗୁଡିକ ବୁଲି ପ୍ରଶାସନ ଦ୍ୱାରା ଯୋଗାଇଦେବାକୁ ରହିଥିବା ଜମିଗୁଡିକ ବୁଲି ଦେଖିଥିଲେ। ନିବେଶକାରୀ ଯେଉଁ ଜମି ଆବଶ୍ୟକ ତାହା ପ୍ରଶାସନ ପକ୍ଷରୁ ଯୋଗାଇଦେବାକୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ଜିଲାପାଳ କହିବା ସହ ସେମାନଙ୍କ ବ୍ୟବସାୟକୁ ସୁଚାରୁରୂପେ ପରିଚାଳନା ପାଇଁ ପ୍ରଶାସନ ବ୍ୟବସ୍ଥା କରିବ ବୋଲି କହିଥିଲେ। ସେ ଆହୁରି କହିଥିଲେ ଯେ, କନ୍ଧମାଳରେ ଯେଉଁ ରୋଜଗାରର ସୁଯୋଗ ରହିଛି ତାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲାପ୍ରଶାସନ ଏହି କର୍ମଶାଳାର ଆୟୋଜନ କରିଥିଲା। ଏହା ଦ୍ୱାରା ଉଦ୍ୟୋଗୀ ତଥା ପୁଞ୍ଜି ନିବେଶକାରୀ କନ୍ଧମାଳକୁ ଆସିବେ ଓ ଏହାର ବିକାଶ ଧାରାରେ ସାମିଲ ହେବେ ବୋଲି ସେ କହିଥିଲେ। ଏଗ୍ରୋ ଟୁରିଜିମ୍‌, ଖାଦ୍ୟ ପ୍ରସ୍ତୁତିକରଣ, ପର୍ଯ୍ୟଟନ, ହସ୍ପିଟାଲିଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଅଧିକ ଆଗ୍ରହ ପ୍ରକାଶ ପାଇଛି। ଯାହାକି ପ୍ରଶାସନ ବିଦ୍ୟୁତ, ଜମି, ଜଳ ଆଦି ଯୋଗାଇଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଯେତିକି ନିବେଶକାରୀ କର୍ମଶାଳାରେ ଯୋଗଦାନ କରିଥିଲେ ଆଉ ଯେଉଁମାନେ କରିନାହାନ୍ତି ସେମାନେ ମଧ୍ୟ କନ୍ଧମାଳକୁ ଆସି ପୁଞ୍ଜି ନିବେଶ କରିବେ ଓ ଏଥିପାଇଁ ସେମାନେ ଜିଲାପ୍ରଶାସନ ସହ ଯୋଗାଯୋଗରେ ରହିଥିବା କହିଥିଲେ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page