ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟା ପଦୋନ୍ନତି

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ପାହ୍ୟାକୁ ପଦୋନ୍ନତି ମିଳିଛି। ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିୟମ ୨୦୨୬ ଜାନୁଆରୀ ୧ ତାରିଖରୁ ଲାଗୁ ହେବ। ପଦୋନ୍ନତି ପରେ ମଧ୍ୟ ସେ କୃଷି ବିଭାଗର ପ୍ରମୁଖ ସଚିବ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ଭାବେ କାର୍ୟ୍ୟ ଜାରି ରଖିବେ। ଏହା ସହିତ ୧୯୯୫ ବ୍ୟାଚର ଆଇଏଏସ୍ ଅଫିସର ସୁଶୀଲ କୁମାର ଲୋହାନୀଙ୍କୁ ମଧ୍ୟ ସମାନ ଭାବେ ଲେଭଲ-୧୭ ଆପେକ୍ସ ଗ୍ରେଡକୁ ପଦୋନ୍ନତି ମିଳିଛି। ୧୯୯୬ ବ୍ୟାଚର ଏହି ଆଇଏଏସ୍ ଅଫିସରଙ୍କୁ ପେ-ମ୍ୟାଟ୍ରିକ୍ସର ଲେଭଲ-୧୭’ କୁ ପଦୋନ୍ନତି ଦିଆଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page