ସ୍ୱର୍ଗତ କାଳିପ୍ରସାଦ ସାମନ୍ତରାୟଙ୍କ ୬୩ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ

ଭୁବନେଶ୍ୱର: ସ୍ଥାନୀୟ ବମିଖାଲ ବିଜୁ ପଟ୍ଟନାୟକ କମ୍ପୁ୍ୟଟର ଶିକ୍ଷାନୁଷ୍ଠାନ ଠାରେ ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ୍, ସଂଗଠକ, ଭାଷାପ୍ରାଣ, ବିଜୁ ପଟ୍ଟନାୟକ କମ୍ପୁ୍ୟଟର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା, ରକ୍ତଦାତା ତଥା ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ସ୍ୱର୍ଗତ କାଳିପ୍ରସାଦ ସାମନ୍ତରାୟଙ୍କ ୬୩ତମ ଜନ୍ମ ଜୟନ୍ତୀରେ ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀଙ୍କ ସଂଯୋଜନା ଓ ବିଶିଷ୍ଟ ଶିକ୍ଷାବିତ, ଭାଷାପ୍ରାଣ ସୀତା ବଲ୍ଲଭ ମହାପାତ୍ରଙ୍କ ସଭାପତିରେ ସ୍ୱର୍ଗତ ସାମନ୍ତରାୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି·ରଣ ପୂର୍ବକ ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ ଯେ, ଗରବି ବିଦ୍ୟାର୍ଥୀଙ୍କୁ ମାଗଣାରେ ବୈଷୟିକ ଶିକ୍ଷା ପ୍ରଦାନ, ବୃକ୍ଷରୋପଣ, ରକ୍ତଦାନ, ଭାଷା ଆନେ୍ଦାଳନର ପ୍ରତିଷ୍ଠାତା ସଦସ୍ୟ ଭାବେ କାର୍ଯ୍ୟ କରିବା ସହିତ ଝାଡ଼ଖଣ୍ଡରେ ଓଡ଼ିଆଭାଷାକୁ ଦ୍ୱିତୀୟ ଆଞ୍ଚଳିକ ଭାଷାର ମାନ୍ୟନା ଦେବା, ମହାପୁରୁଷ ମାନଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପାଳନ କରିବା ପ୍ରମୁଖ ତାଙ୍କ ସାରସ୍ୱତ କୃତିମାନଙ୍କ ମଧ୍ୟରେ ଅନ୍ୟତମ । ବହୁ ଅନୁଷ୍ଠାନର ପ୍ରତିଷ୍ଠାତା ସହିତ ମା, ମାଟି, ମାତୃଭାଷା ପାଇଁ ସେ ଥିଲେ ଜଣେ ସମର୍ପିତ ପ୍ରତିଭା । ଶ୍ରୀଯୁକ୍ତ ମହାପାତ୍ର କହିଲେ ଯେ, କାଳିବାବୁଙ୍କ ଆଦର୍ଶକୁ ଯୁବପିଢି ଅନୁସରଣ କରିବା ଆବଶ୍ୟକ । ଆଗାମୀ ‘ନମାମି ମନ୍ଦାକିନୀ ମହୋତ୍ସବ-୨୦୨୬’ରେ ସ୍ୱର୍ଗତ କାଳିପ୍ରସାଦଙ୍କ ସ୍ମୃତିରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ‘କାଳିପ୍ରସାଦ ସାମନ୍ତରାୟ ସ୍ମୃତି ସମ୍ମାନ’ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ଉକ୍ତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦିକା ଗୌତମୀ ସାମନ୍ତରାୟ, ଅଧ୍ୟକ୍ଷ ରାଷ୍ଟ୍ର ରଞ୍ଜନ ମହାନ୍ତି, ଭାଷାପ୍ରାଣ ଶେଷଦେବ ବଳିୟାରସିଂ, ପୂଜ୍ୟପୂଜା ପ୍ରାଣ ପ୍ରଶାସନିକ ଅଧିକାରୀ ସ୍ମରଣିକା ମଲ୍ଲିକ, ପତ୍ରକାର ଅରବିନ୍ଦ୍ର ତି୍ରପାଠୀ, ବରିଷ୍ଠ ସାମାଜିକ କର୍ମୀ କ୍ରାନ୍ତି କୁମାର ସାକସେନାଙ୍କ ସମେତ ଅନୁଷ୍ଠାନ ବିଦ୍ୟାର୍ଥୀ ସମୂହ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମାଜସେବୀ ଗୀତାଞ୍ଜଳି ଜେନା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page