୪ ଅଙ୍ଗନୱାଡି କେନ୍ଦ୍ର ଉଦ୍ଘାଟିତ
ଭବାନୀପାଟଣା, ୨୬/୨, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ, ମାନସ କୁମାର ନାଏକ) : ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରଜ ଆଦିତ୍ୟ ବିର୍ଲାର ଏକ ସହଯୋଗୀ କମ୍ପାନୀ, ଶୈଶବ ଆବସ୍ଥାରେ ଶିକ୍ଷା ତଥା ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଶିଶୁର ସର୍ବାଙ୍ଗିନ ବିକାଶ ଲକ୍ଷ୍ୟ ନେଇ ଗ୍ରାମାଞ୍ଚଳରେ ପ୍ରମୁଖ ଭୂମିକା ନର୍ବାହ କରିଛି । ଏହି ପରିପ୍ରେକ୍ଷୀରେ କାଳାହାଣ୍ଡି ଜିଲ୍ଲା ଆଡରୀ ଗ୍ରାମ ପଞ୍ଚାୟତ ଠାରେ କମ୍ପାନୀ ଖଣି ସିଏସଆର ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ

ଜରିଆରେ ଶିଶୁ ମାନଙ୍କ ବିକାଶ ସାଧନ ସକାଶେ ଅବିରତ ଉଦ୍ୟମ ଜାରି ରହିଛି । ସମ୍ପ୍ରତି ଆଡରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ କମ୍ପାନୀ ସିଏସଆର ତରଫରୁ ଓଡିଆ ପାଠ୍ୟକ୍ରମ ସମ୍ପୃକ୍ତ ଡିଜିଟାଲ କ୍ଲାସ ରୁମ ସ୍ଥାପନ କରାଯାଇଛି । ଯାହାଫଳରେ ଛାତ୍ରଛାତ୍ରୀ କମ୍ପୁଟର ମାଧ୍ୟମରେ ଶଇକ୍ଷା ଗ୍ରହଣ କରିବା ସହ ବିଭିନ୍ନ କଠିନ ସାଧ୍ୟ ବିଷୟବସ୍ତୁ ଗୁଡିକୁ ସହଜ ଉପାୟରେ ବୁଝିପାରିବେ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ସହକାରୀ ଶିକ୍ଷକ ଓ ଶିକ୍ଷାର୍ଥୀମାନେ ଖୁସି ବ୍ୟକ୍ତ କରିଛନ୍ତି । ଏଥିସହିତ ଉକ୍ତ ବିଦ୍ୟାଳୟରେ ଗଚ୍ଚିତ ପ୍ରୋଗଶାଳା ମଧ୍ୟ ଅନୁରୂପ ସ୍ଥାପନ ହୋଇଛି । ଯଦ୍ୱାରା ଛାତ୍ରଛାତ୍ରୀମାନେ ଗଚ୍ଚିତ ସଂକ୍ରାନୀୟ ବିଷୟବସ୍ତୁ ଛବି ମାଧ୍ୟମରେ ଦେଖି ଶୁଣି ମନେ ରଖିବା ସହିତ ଜ୍ଞାନ ଆହରଣ କରିପାରିବେ । ଅନ୍ୟପକ୍ଷେ ୟୁଏଆଇଏଲର ସମାଜ ମଙ୍ଗଳକାରୀ ପ୍ରତିବଦ୍ଧତା ଅନ୍ତର୍ଗଥ ଆଡରୀ ଗ୍ରାମ ପଞ୍ଚୟରେ ଶୈଶବ ଅବସ୍ଥାରେ ଶିଶୁର ବିକାଶକୁ ପ୍ରାଧାନ୍ୟ ଦେଇ ଆହୁରି ୪ଗୋଟି ଅଙ୍ଗନୱାଡି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହିକ୍ରମରେ ସୂର୍ଯ୍ୟଗଡ, କେନ୍ଦୁମୁଣ୍ଡି, ମାଲିଗାଁ ଓ ଆଡରୀରେ ଏହି କେନ୍ଦ୍ର ସ୍ଥାପନ କରାଯାଇଛି ଖଚ୍ଚି ସିଏସଆର ମୁଖ୍ୟ ନିହାରିକା ସାହୁ ସୂଚନା ଦେଇଛନ୍ତି । ଉକ୍ତ କାଯ୍ୟକ୍ରମ ଅଭତି ଲର୍ଣ୍ଣଂ ଭୁବନେଶ୍ୱର, ସହଭାଗିତାରେ ସ୍ଥାପନ କରାଯାଇଥିବା ସ୍ଥଳେ ଆଗାମୀ ଦିନରେ ଏପରି ଅଭିଯାନ ଖଣି ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ।