୨ ମୃତ, ୨୦ରୁ ଅଧିକ ଆହତ ବାରିପଦା


ମୟୁରଭଞ୍ଜ ଜିଲ୍ଲା,କରଞ୍ଜିଆ ବ୍ଲକର କିଛି ଗ୍ରାମରେ ଆଜି ଅପରାହ୍ନ ସମୟରେ କାଳବୈଶାଖୀ, ଘୁର୍ଣ୍ଣିଝଡ ସହିତ କୁଆପଥର ମାଡ଼ ଯୋଗୁଁ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୫ ଜଣ ଗୁରୁତର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ହୋଇଥିବା ର ଏବଂ ୪୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଆହତ ହୋଇଥିବା ର ଜଣାଯାଇଛି । ପ୍ରାପ୍ତ ସୂଚନା ମୁତାବକ ଆଜି ଅପରାହ୍ନରେ ଆକାଶରେ କଳା ହାଣ୍ଡିଆ ମେଘ ସହିତ ଘୂର୍ଣ୍ଣିଝଡ଼ ପ୍ରଭାବରେ କ୍ଷୀପ୍ର ବେଗରେ ପବନ ବୋହିବା ଯୋଗୁଁ ଗଛ ଗୁଡ଼ିକ ମୂଳରୁ ଉପଡି ପଡ଼ି ରାସ୍ତାଘାଟ ବନ୍ଦ ରହିଥିଲା । ଘୂର୍ଣ୍ଣିଝଡ ଓ କୁଆପଥର ମାଡ ଯୋଗୁଁ ୧୨ ଗୋଟି ଗ୍ରାମର ୨୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କ ଘର ସଂପୂର୍ଣ୍ଣ ଭାବେ ନଷ୍ଟ ହେଇଥିବାର ଜଣାପଡିଛି । ସେହିପରି କରଞ୍ଜିଆ ମେଡିକାଲ ପକ୍ଷରୁ ପ୍ରାପ୍ତ ସୂଚନା ମୁତାବକ ୨ ଜଣଙ୍କ ମୃତ୍ୟୁ,୫ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ଓ ୪୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଛି । କରଞ୍ଜିଆ ବ୍ଲକର କିଆ,କିଆ ପାଣପୋଷି ଗ୍ରାମ ଅଧିକ କ୍ଷତିଗ୍ରସ୍ତ ହେଇଛି । ବଳା,ଦରି, ବଡ଼ଗାଁ ,ବାଟପଳସା, ତାଟୋ,ଡୁମୁରିଆ ପ୍ରଭୃତି ଗ୍ରାମରେ ଏହି ତାଣ୍ଡବଲୀଳାରେ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଭଳି ଘୂର୍ଣ୍ଣିଝଡ ପୂର୍ବରୁ କେବେ ଦେଖିନଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ପ୍ରାୟ ସବୁ ଟାଇଲ,ଖପର, ଟିଣ ଓ ଆଜବେଷ୍ଟସ ଘରର ଛାତ ଉଡ଼ାଇ ନେଇଯାଇଛି ।ଶହ ଶହ ଗଛ ଉପୁଡି ପଡ଼ିଛି ଓ ଡାଳ ଭାଙ୍ଗି ଯାଇଛି ।ଗଛ ଗୁଡିକ ରାସ୍ତା ଉପରେ ପଡ଼ିଥିବା ଯୋଗୁଁ ଆମ୍ବୁଲାନ୍ସ ମ୍ମ ଗାଁ ଗୁଡିକୁ ଯାଇ ପାରୁନଥିଲା । ଖବର ପାଇ କରଞ୍ଜିଆ ଅଗ୍ନିଶମ ବିଭାଗ ମ୍ମ ଘଟଣାସ୍ଥଳରେ ପହଞ୍ଚି ଗଛ କଟାକଟି କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି । ଏହାଛଡ଼ା ଡୁମୁରିଆ,ପିଛୁଳି,ବଡ଼ଗାଁ, ବାଟପଳସା, ସଲରାପଦା, କୁଞ୍ଜିଆ,ପୁରୁଣାପାଣି,ମେଣ୍ଢାସିଙ୍ଗା, ପ୍ରଭୃତି ଗାଁ ମ୍ମ କ୍ଷତିଗ୍ରସ୍ତ ହୋଇଛି ।ମୃତ ବ୍ୟକ୍ତିମାନଙ୍କ ମ୍ମରେ ମାଳତୀ ମୁଣ୍ଡା ଓ ଅନ୍ୟ ଜଣଙ୍କ ଠିକଣା ଜଣାପଡି ନାହିଁ । ଗୁରୁତର ମାନଙ୍କ ମ୍ମରେ ପୁରୁଣାପାଣି ଗାଁର ବିଭିଷଣ ନାଏକ,ମୁଣ୍ଡୁରିପଶି ଗାଁର ମୋନାଲିସା ମହାରଣା,ଜରକ ଠାକୁରମୁଣ୍ଡାର ଟିକିନା ହେମ୍ବ୍ରମ, ଉଦୟପୁର ର ସୁଶ୍ରୀ ମୁଣ୍ଡା,କୁଡୁମା ଗ୍ରାମର ଦେବ ବେହେରାଙ୍କୁ ପ୍ରଥମେ କରଞ୍ଜିଆ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସାପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏଭଳି ପରିସ୍ଥିତିରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଆଜି ଲୋକାରଣ୍ୟ ରହିଥିବା ର ଦେଖିବାକୁ ମିଳିଥିଲା । ଆହତ ମାନଙ୍କ ଚିକିତ୍ସା ଜାରି ରହିଛି ।କିଆପାଣପଶି ଗାଁର ଧୃବ ବିଶ୍ୱାଳଙ୍କ ସମ୍ମୁଖରେ ତାଙ୍କ ଘରର ଆଜବେଷ୍ଟସ ଛାତ ଉଡ଼ି ଖଣ୍ଡ ଖଣ୍ଡ ହୋଇ ସେମାନଙ୍କ ଉପରେ ପଡ଼ିଯାଇଥିଲା ଓ ସେମାନେ ଆହତ ହୋଇଥିବାର କହିଛନ୍ତି ।ସଲରାପଦା ଗାଁର ଗାଲସା ସୋରେନଙ୍କ କହିବା ମୁତାବକ ସେ ୨୦ ‘ୁଟ ଉପରକୁ ଉଡିଯାଇ ତଳେ କଚାଡି ହୋଇ ପଡ଼ି ଆହତ ହେଇଥିଲେ । ପବନର ବେଗ ଏପରି ଥିଲାଯେ କଙ୍କଡା ଗ୍ରାମରେ ଗୋଟିଏ ଟେମ୍ପୋ,ଗୋଟିଏ ସ୍କୁଟି ଓ ଗୋଟିଏ ବାଇକ ଏକ ଜଳାଶୟରେ ଉଡ଼ି ପଡ଼ିଥିଲା । ଅକସ୍ମାତ ଏଭଳି ଘଟଣା ଘଟିଥିବା ଖବର ପାଇ କରଞ୍ଜିଆ ଅଗ୍ନିଶମ ବିଭାଗ ଅଧିକାରୀ ଦୀପକ କୁମାର ଜେନା,ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାୟକ,କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଚିତ୍ତରଞ୍ଜନ ମହାନ୍ତ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page