ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ସେବା ନିବୃତ୍ତି ସମ୍ବର୍ଦ୍ଧନା ଉତ୍ସବ

ଚିଲିକା, ୨।୪: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ନିମିକ୍ଷେତା ଗ୍ରାମ ପଞ୍ଚାୟତ ନିମାଇଁମଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ସେବା ନିବୃତ୍ତି ସମ୍ବର୍ଦ୍ଧନା ଉତ୍ସବ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ଚିଲିକା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ୱାରିକା ନାଥ ବେହେରା,ପୂର୍ବତନ ଚିଲିକା ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦଙ୍କ ପ୍ରତିନିଧି, ପୂର୍ବତନ ସରପଞ୍ଚ, ସାମ୍ବାଦିକ, ବହୁ ଶିକ୍ଷକ ଶିକ୍ଷୟିତ୍ରୀ, ପୂର୍ବତନ ଶିକ୍ଷକ, ଅଭିଭାବକ, ଗ୍ରାମବାସୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉପେନ୍ଦ୍ର କୁମାର ଜେନା ସେ ପ୍ରଥମେ ପୋଷ୍ଟାଲରେ ୧୦ ବର୍ଷ ଚାକିରୀ କରିବା ପରେ, ଜୁଲାଇ ମାସ ୧୯୯୮ ମସିହାରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ।ବହୁ ସ୍କୁଲରେ ନିଯୁକ୍ତି ହୋଇ କୁନି କୁନି ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଗଢିବା ପରେ ଶେଷରେ ନିମାଇଁମଲ୍ଲ ପ୍ରାଥମିକ ବିଦ୍ୟାଳୟ ରେ ନିଯୁକ୍ତ ହୋଇଥିଲେ। ଦୀର୍ଘ ୨୭ ବର୍ଷ ୮ ମାସ ଶିକ୍ଷକତା କରି ଆଜି ନେଇଛନ୍ତି ଚାକିରୀରୁ ବିଦାୟ।. ପ୍ରଧାନ ଶିକ୍ଷକଙ୍କୁ ଭୁଲିପାରୁନାହାନ୍ତି ଛାତ୍ର ଛାତ୍ରୀ ଓ ଗ୍ରାମର ଅଭିଭାବକ।ପ୍ରଧାନଶିକ୍ଷକ ଏହି ବିଦ୍ୟାଳୟରେ ରହି ସମସ୍ତଙ୍କ ମନ ଜିଣିନେଇଥିଲେ ଅଭିଭାବକ।ପ୍ରଧାନଶିକ୍ଷକଙ୍କ ବିଦାୟ ଉତ୍ସବରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକ ଓ ବିଦ୍ୟାଳୟ କମିଟି ମେମ୍ବର ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ।  ସମସ୍ତ ଅତିଥି, ଶିକ୍ଷକ ଓ ପୂର୍ବତନ ଶିକ୍ଷକ ଗଣ ନିଜ ନିଜର ମତ ରଖି ପ୍ରଧାନଶିକ୍ଷକଙ୍କ ଗରିମା ବଖାଣିଥିଲେ।ବହୁ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ , ଅଭିଭାବକ ପ୍ରଧାନଶିକ୍ଷକଙ୍କୁ ବହୁ ଉପହାର ପ୍ରଦାନ କରିଥିଲେ।ଶେଷରେ ବିଦ୍ୟାଳୟ ଛାତ୍ରୀଙ୍କ ଦ୍ଵାରା ବିଦାୟ କାଳୀନ ସଂଗୀତ ଗାନ କରାଯାଇଥିଲା।ପରେ ଗ୍ରାମବାସୀ ମାନେ ସଂକୀର୍ତନ ସହିତ ବାଣ ଫୁଟାଇ ଗ୍ରାମ ପରିକ୍ରମା କରାଇ ଉପେନ୍ଦ୍ର ଜେନାଙ୍କୁ ବିଦାୟ ଦେଇଥିଲେ।

ଚିଲିକାରୁ ଦିଲ୍ଲୀପ କୁମାର ଶତପଥୀଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ୍

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page