ଅଭିଭାବକ ମହାସଂଘର ଓସେପା ଅଫିସ ଘେରାଉ ପରେ ଗଣଶିକ୍ଷା ବିଭାଗ ଆଲୋଚନା ସଫଳ

ଭୁବନେଶ୍ୱର: କେନ୍ଦୀୟ ବିଦ୍ୟାଳୟ ପରି ପ୍ରଥମ ଶ୍ରେଣୀରେ ନାମ ଲେଖା ବୟସ 6 ରୁ 8 ବର୍ଷ ରଖିବା ସହ ସେପ୍ଟେମ୍ବର 30 ତାରିଖ ବଦଳରେ ସାରା ଭାରତ ପାଇଁ ଲାଗୁ 31 ମାର୍ଚ୍ଚ କୁ ଲାଗୁ କରିବାକୁ ଦାବୀ କରିଥିଲା ଓଡିଶା ମହାସଂଘ l ଏଥି ସହିତ ଶିକ୍ଷା ଅଧିକାର ଆଇନ ଅନୁଯାଇ ପ୍ରାଇଭେଟ ସ୍କୁଲ ରେ 25 % ସିଟରେ ମାଗଣା ରେ ପାଠ ପଢ଼ୁଥିବା ପିଲାଙ୍କୁ ମାଗଣାରେ ବହି, ଡ୍ରେସ ଜୋତା ଆଦି ପ୍ରଦାନ ପାଇଁ ତୁରନ୍ତ ବ୍ୟବସ୍ଥା ଓ ଯେଉଁ ପ୍ରାଇଭେଟ ସ୍କୁଲ ମାନେ ପୂର୍ବରୁ ଆର ଟି ଇ ରେ ମାଗଣା ରେ ପାଠ ପଢ଼ାଉଛନ୍ତି ସେମାନଙ୍କୁ ପାରଦର୍ଶୀ ପୋର୍ଟାଲରେ ସ୍ୱତଃ ପଞ୍ଜିକରଣ କରାଇବା ଆଦି ଦାବୀରେ ଆଜି ଓଡିଶା ଅଭିଭାବକ ମହାସଂଘ ଓସେପା ଅଫିସ ରେ ଗଣଶିକ୍ଷା ବିଭାଗର ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ତୁରନ୍ତ ସମାଧାନ ପାଇଁ ଦାବୀ କରିଥିଲା l ଏହି ତ୍ରୁଟି ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଦୁଇ ଶହରୁ ଉର୍ଦ୍ଧ ଅଭିଭାବକ ମଧ୍ୟ ସେଠାରେ ଯାଇ ରୁଣ୍ଡ ହୋଇ ପ୍ରତିବାଦ କରିଥିଲେ l ଅଭିଯୋଗ ଶୁଣାଣି ରେ ଉପସ୍ଥିତ ଥିବା ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର,ସ୍ୱତନ୍ତ୍ର ଅଧିକାରୀ ପ୍ରଶାନ୍ତ ସ୍ୱାଇଁ ପ୍ରାଥମିକ ନିର୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ରଙ୍କ ସହିତ ଭିଡିଓ କନଫରେନସିଂ ରେ ଯୋଗାଯୋଗ ପରେ ଆଲୋଚନା ହୋଇଥିଲା l ବୟସ ଦ୍ଵନ୍ଦ ଉପରେ ଆଲୋଚନା ବେଳେ ସରକାର ରାଜ୍ୟରେ ପ୍ରଥମ ଶ୍ରେଣୀରେ 6 ରୁ 8 ବର୍ଷ ଭିତରେ ଓ ଆବଶ୍ୟକ ସ୍ଥଳେ ଯଦି ଅସୁବିଧା ଦୃଷ୍ଟିରୁ କିଏ ପାଠ ପଢ଼ିପାରିନି ତେବେ ତାର ନାମ ଲେଖାରେ 14 ବର୍ଷ ପର୍ଯ୍ୟନ୍ତ ସରକାରୀ ସ୍କୁଲରେ ନାମ ଲେଖାଇବାକୁ ନିୟମ କୋହଳ ପାଇଁ କହିଥିଲେ l ବୟସ ଦ୍ଵନ୍ଦ ରେ ଜାତୀୟ ସ୍ତର ଠାରୁ ଯେହେତୁ ପିଲାମାନେ ଆହୁରି ଛ ମାସ ପର୍ଯ୍ୟନ୍ତ ଆଡ଼ମିସନ ପାଇଁ କୋହଳ ହୋଇଛି ତେଣୁ ବିଭାଗକୁ ସହଯୋଗ ପାଇଁ ମହାସଂଘକୁ ଅଧିକାରୀ ମାନେ ନିବେଦନ କରିଥିଲେ l ଦ୍ଵିତୀୟରେ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇ ପ୍ରାଇଭେଟ ସ୍କୁଲରେ ମାଗଣାରେ 25 % ସିଟରେ ପାଠ ପଢ଼ୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀ ପିଲାଙ୍କୁ ବହି, ଜୋତା, ଡ୍ରେସ ଆଦି ଯୋଗାଇବାର ବ୍ୟବସ୍ଥା ଥିଲେ ମଧ୍ୟ ସ୍କୁଲ ମାନୁ ନଥିବାରୁ ଏହି ସମସ୍ୟାରେ ଜାତୀୟ ମାନବାଧିକାର କମିଶନ ମୁଖ୍ୟ ସଚିବଙ୍କୁ ତାଗିଦ ସହ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଥିବାରୁ ଆଜି ଏ ସଂକ୍ରାନ୍ତରେ ତୁରନ୍ତ ସମସ୍ତ ଡ଼ି ଇ ଓ ମାନଙ୍କୁ ତାଗିଦ ପୁର୍ଣ ଚିଠି ସହିତ ତୁରନ୍ତ କାର୍ଯ୍ୟକାରି କାରି ରିପୋର୍ଟ ପ୍ରଦାନ ପାଇଁ ନିଷ୍ପତି ହୋଇଛି l ତୃତୀୟରେ ଏହି ଯୋଜନାରେ ପୂର୍ବରୁ ତିନି ବର୍ଷ ହେଲା ପାଠ ପଢ଼ାଉଥିବା ପ୍ରାଇଭେଟ ସ୍କୁଲ ଗୁଡିକ ପୋଟାଲ ରେ ସ୍ୱତହ ପଞ୍ଜିକରଣ ପାଇଁ ଦାବୀ ଉପରେ ଯେହେତୁ ବିଭାଗ ପୂର୍ବରୁ ଏ ସଂକ୍ରାନ୍ତରେ ଏକ ଚିଠି କରିଛି ଓ ସେଥିରେ ସ୍ୱୀକୃତି ଥିବା ସବୁ ସ୍କୁଲ ଓ ସ୍ୱୀକୃତି ପାଇ ଆବେଦନ କାରି କୌଣସି କାରଣରୁ ସ୍ୱୀକୃତି ପ୍ରଦାନରେ ବିଳମ୍ବ ହେଉଥିବା ସ୍କୁଲ ଗୁଡିକ ପୋର୍ଟାଲରେ ପଞ୍ଜିକରଣ ପାଇଁ ନିର୍ଦେଶ ଦିଆଯାଇଛି ଓ ପ୍ରତିଦିନ ଶହ ଶହ ସଂଖ୍ୟାରେ ସ୍କୁଲର ପଞ୍ଜିକରଣ ଚାଲିଛି ତେଣୁ ତାକୁ ତ୍ୱରିତ କରିବାକୁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ନିଷ୍ପତି ହୋଇଥିଲା l ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରି ସଭାପତି ପ୍ରସନ୍ନ ବିଷୋୟୀ, ଆବାହିକା କଳ୍ପନା ସାହୁ, ମହାସଚିବ ଅଶୋକ ପାଇକରାୟ, ପଦ୍ମନାଭ ସାହୁ, ସୁବ୍ରତ ସାହୁଙ୍କ ସମେତ ପ୍ରାୟ ତିନି ଶହ ଅଭିଭାବକ ଉପସ୍ଥିତ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page