ଅସହ୍ୟ ତାତିରେ ଜଳୁଛି ଧର୍ମଗଡ କେବେ ଆରମ୍ଭ ହେବ ଜଳଛତ୍ର:ବାଟୋଇ ପିଇବା ପାଣି ପାଇଁ ଡହଳ ବିକଳ ଜଳ ଛତ୍ର ଖୋଲିବା ପାଇଁ ଦାବି

କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ମାର୍ଚ୍ଚ ମାସ ଆରମ୍ଭ ରୁ ଗ୍ରୀଷ୍ମ ପ୍ରବାହ ପାରଦ ୪୦ କୂ ଛୁଇଁଲାଣି।ପ୍ରବଳ ଖରା ଯୋଗୁ ମଣିଷ ଠାରୁ ପଶୁପକ୍ଷୀ ହନ୍ତସନ୍ତ | ସାଧାରଣ ଭାବେ ମାର୍ଚ୍ଚ ମାସ ମଧ୍ୟରେ ବିଗତ ବର୍ଷ ମାନଙ୍କରେ ପାରଦ ୩୨ ରୁ ୩୫ ଡିଗ୍ରୀ ରହିଥିବା ନଜର ଥିବା ବେଳେ ଚଳିତ ବର୍ଷ ତାହା ୪୦ ଡିଗ୍ରୀ ଉପରକୁ ଉଠିଲାଣି।ଯାହାକୁ ନେଇ ସାଧାରଣରେ ଚିନ୍ତା ପ୍ରକଟ ହୋଇଛି । ସକାଳ ୧୧ ଘଣ୍ଟା ରୁ ପ୍ରବଳ ଉତ୍ତାପ ବଢୁଥିବା ବେଳେ ପଥଚାରୀ ଙ୍କ ସହ ସାଧାରଣ ଲୋକେ ପିଇବା ପାଣି ପାଇଁ ଡହଳ ବିକଳ ହୋଇଥିବା ଦେଖା ଯାଇଛି । ସରକାର ଏହାକୁ ଦୃଷ୍ଟିରେ ରଖି ଗାଁ-ଗଣ୍ଡା ଠାରୁ ସହର ମଧ୍ୟରେ ଜଳ ଛତ୍ର ଖୋଲିବା କୁ ନିର୍ଦ୍ଦେଶ ଦେଇଥିଲେ ହିଁ ଅଜି ଯାଏ ପଞ୍ଚାୟତ ମୂଳ ସ୍ତରରେ ବର୍ତମାନ ସୁଦ୍ଧା ଜଳ ଛତ୍ର ଖୋଳି ନ ଥିବା ଦେଖା ଯାଉଛି। ଯାହାକୁ ନେଇ ସାଧାରଣ ଜନତା ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ହେଉଛି |ଜଳ ଛତ୍ର ଜରିଆରେ ପଥିକ ଓ ସାଧାରଣ ଲୋକଙ୍କ ପାଇଁ ଅଣ୍ଡା ପାନୀୟ ଜଳ ଯୋଗାଇ ଦିଆଯାଇଥାଏ। ଏଥି ପାଇଁ ସରକାର ଅର୍ଥ ମଧ୍ୟ ଯୋଗାଇ ଦେଇଥାନ୍ତି।ପଞ୍ଚାୟତ ଜରିଆରେ ଗାଁ ମୁଖ୍ୟ ଛକ ସ୍ଥାନରେ ଜଳ ଛତ୍ର ଖୋଲା ଯାଇଥାଏ ।ହେଲେ ମାର୍ଚ୍ଚ ଯିବାକୁ ବସିଲାଣି କିନ୍ତୁ ଧର୍ମଗଡ଼ ବ୍ଲକ ଅଧୀନରେ ଥିବା ପଞ୍ଚାୟତ ମାନଙ୍କରେ ଜଳ ଛତ୍ର ଖୋଲିବା ନାଁ ଉଠୁନି।ଅନେକ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ପଚାରିଲେ ଆଉ ସମୟ ଅଛି ଖୋଲା ଯିବ ବ୍ୟସ୍ତ କାହିଁକି ବୋଲି ହାସ୍ୟାସ୍ପଦ ରେ ଉତ୍ତର ରଖୁଛନ୍ତି |ତେବେ ପ୍ରଶାସନ ର ଏଭଳି ବେଫାରୁଆ ନୀତି ଯୋଗୁଁ ସାଧାରଣ ଲୋକଙ୍କ ସହ ପଥଚାରି ପିଇବା ପାଣି ପାଇଁ ଯେମିତି ଅଘଟଣ ନ ଘଟେ ତାହା ଏବେ ପ୍ରଶ୍ନ ଉଠିଛି। ଏନେଇ ଧର୍ମଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ ଙ୍କ ଠାରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page