ଆଜି ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି

ଭୁବନେଶ୍ବର: ଆଜି ଠାରୁ ସିଙ୍ଗାପୁର ରାଷ୍ଟ୍ରପତି ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ କମିସନରେଟ୍ ପୁଲିସ ପକ୍ଷରୁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବରରେ ଏକାଧିକ କାର‌୍ୟ୍ୟକ୍ରମରେ ସିଙ୍ଗାପୁର ରାଷ୍ଟ୍ରପତି ଯୋଗଦେବେ । ଏଥିପାଇଁ ୪୦ ପ୍ଲାଟୁନ୍ ପୁଲିସ୍‌, ୧୫୦ ଅଧିକାରୀ ଦାୟିତ୍ବରେ ରହିବା ସହିତ ଡଗ୍ ସ୍କ୍ବାଡ, ବମ୍ ସ୍କ୍ବାଡ, ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି। ୧୭ ତାରିଖ ସକାଳ ୧୦ଟା ୫୦ ମିନିଟ୍‌ରୁ ୧୧ଟା ୪୦ ମଧ୍ୟରେ ଏୟାରପୋର୍ଟ ଛକ-ହସ୍ପିଟାଲ୍ ଛକ-ଏଜିଛକ-ରାଜଭବନ ଛକ-ଗୋପବନ୍ଧୁ ଛକ-ଓୟୁଏଟି ଛକ-ସିଟି ୱିମେନ୍ସ୍ କଲେଜ୍ ଛକ-ଡେଲ୍ଟା ଛକ-ଫାୟାର ଷ୍ଟେସନ୍ ଛକ-ବରମୁଣ୍ଡା ଓଭରବ୍ରିଜ୍‌-ଖଣ୍ଡଗିରି ଓଭରବ୍ରିଜ୍‌-କସ୍ମୋପଲିସ୍ ଛକ-ଡୁମୁଡୁମା ଅଣ୍ଡର ପାସ୍-ଗେଲ୍ ଷ୍ଟେସନ୍ ଅଣ୍ଡର ପାସ୍ ଦେଇ କୌଣସି ଯାନବାହାନ ଯାତାୟତ କରିପାରିବେ ନାହିଁ ବୋଲି କମିସନରେଟ୍ ଟ୍ରାଫିକ୍ ପୁଲିସ୍ ପକ୍ଷରୁ କୁହାଯାଇଛି।। ଆଜି ସନ୍ଧ୍ୟାରେ କାର୍କେଡ୍ ରିହରସାଲ୍ ମଧ୍ୟ ଶେଷ ହୋଇଛି। ସେହିପରି ଅପରାହ୍ଣ ୨.୪୦ ରୁ ୩.୨୦ ପର‌୍ୟ୍ୟନ୍ତ ଗେଲ୍ ଷ୍ଟେସନ୍ ଅଣ୍ଡର ପାସ୍-ଖଣ୍ଡଗିରି ଓଭରବ୍ରିଜ୍-ବରମୁଣ୍ଡା ଓଭରବ୍ରିଜ୍‌-ଫାୟାର ଷ୍ଟେସନ୍ ଓଭର ବ୍ରିଜ୍-ସିଆରପି ଓଭରବ୍ରିଜ୍‌-ଜୟଦେବ ବିହାର ଓଭର ବ୍ରିଜ୍-ଆଚାର‌୍ୟ୍ୟ ବିହାର ଓଭରବ୍ରିଜ୍-ବାଣୀ ବିହାର ଓଭରବ୍ରିଜ୍-ଭିଏସ୍ଏସ୍ ନଗର-ଭିଏସ୍ଏସ୍ ନଗର ଓଭରବ୍ରିଜ୍-କ୍ୟାପିଟାଲ୍ ଟୋୟୋଟା-ୱାର୍ଲ୍ଡ ସ୍କିଲ୍ ସେଣ୍ଟର ମଧ୍ୟରେ ଯାତାୟତ ହେବନାହିଁ। ପରେ ସନ୍ଧ୍ୟା ୫.୨୦ରୁ ୬ଟା ମଧ୍ୟରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟର-କ୍ୟାପିଟାଲ୍ ଟୋୟୋଟା-ଭିଏସ୍ଏସ୍ ନଗର ଓଭରବ୍ରିଜ୍-ଭିଏସ୍ଏସ୍ ନଗର-ରସୁଲଗଡ଼ ଛକ-ବାଣୀ ବିହାର ଓଭରବ୍ରିଜ୍-ଆଚାର‌୍ୟ୍ୟ ବିହାର ଓଭରବ୍ରିଜ୍-ଜୟଦେବ ବିହାର ଓଭରବ୍ରିଜ୍-ସିଆରପି ଓଭରବ୍ରିଜ୍-ଫାୟାର ଷ୍ଟେସନ୍ ଓଭରବ୍ରିଜ୍-ବରମୁଣ୍ଡା ଓଭରବ୍ରିଜ୍-ଖଣ୍ଡଗିରି ଓଭରବ୍ରିଜ୍-କସ୍ମୋପଲିସ୍ ଛକ-ଡୁମୁଡୁମା ଅଣ୍ଡର ପାସ୍‌-ଗେଲ୍ ଷ୍ଟେସନ୍ ଅଣ୍ଡର ପାସ୍ ଦେଇ ମଧ୍ୟ କୌଣସି ଯାନବାହାନ ଆସିବା ନେଇ ବାରଣ କରାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page