ଦାରିଙ୍ଗବାଡି: ଓଡ଼ିଶା ସରକାର ଙ୍କ ସମବାୟ ବିଭାଗ ପକ୍ଷରୁ ଆନ୍ତର୍ଜାତୀକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସମବାୟ ଲ୍ୟାମ୍ପ ସି ଏସ ପକ୍ଷରୁ ବାର୍ଷିକ ସାଧାରଣ ସଭା ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସଭାରେ ଲ୍ୟାମ୍ପ୍ ସି ଏସ ର ସଭାପତି ନୀଳମତି ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ସମବାୟ ନିରୀକ୍ଷକ ଅମିତ୍ କୁମାର ନାୟକ, ପରିଚାଳନା ନିର୍ଦ୍ଧେଶକ ଅଜିତ କୁମାର ନାୟକ ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତା ମଲ୍ଲିକ, ଗଦା ପୁର ସରପଞ୍ଚ କୁମାରୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଆୟୋଜିତ ବୈଠକ ର

ସରକାରଙ୍କ ଯୋଜନା ସଶକ୍ତ ସମବାୟ ,ସୁଦୃଢ଼ ସମାଜ ଓ ସମୃଦ୍ଧ ଜୀବନ ଉପରେ ଆଲୋଚନା କରାଯାଇ ଥିଲା, ଏହି ଯୋଜନା ରେ ଚାଷୀ ମାନଙ୍କ ପାଇଁ ରହିଥିବା ସରକାରୀ ସୁବିଧା , ନିଃଶୁଳ୍କ କୃଷି ଋଣ ବ୍ୟବସ୍ଥା, ଶତକଡ଼ା ୨ପ୍ରତିଶତ ଶୁଦ୍ଧ ହାର ରେ ଏକ ଲକ୍ଷ ରୁ ଉର୍ଦ୍ଧ୍ବ ଋଣ ପ୍ରଦାନ କରିବାର ସୁବିଧା, ନୂତନ ଚାଷୀ ପଞ୍ଜିକରଣ, ଲ୍ୟାମ୍ପ ରେ ଗ୍ରାହକ ସେବା କେନ୍ଦ୍ରର ସୁବିଧା ଯୋଗାଇବା ଆଦି ବିଷୟ ମାନ ଆଲୋଚନା କରାଯାଇ ଥିବା ବେଳେ ଅଞ୍ଚଳ ର ଚାଷୀ ମାନଙ୍କ ମଧ୍ୟରୁ ବିଭିନ୍ନ ସମସ୍ୟା ଗୁଡ଼ିକ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା ବିଶେଷ କରି ଏହା ଏକ ଦୁର୍ଗମ ଅଞ୍ଚଳ ରେ ରହୁ ଥିବାରୁ ସଠିକ ସମୟ ରେ ସାର ଓ ବିହନ ଚାଷୀଙ୍କ ପାଖରେ ପହଞ୍ଚି ପାରୁ ନାହିଁ, ଏଣୁ ଚାଷୀ ଙ୍କୁ କଳା ବଜାର ର ଶିକାର ହେବାକୁ ପଡ଼ୁଛି, ସାହୁକାର ମାନଙ୍କ ଠାରୁ ଚଢ଼ା ଦର ରେ ସାର ଓ ବିହନ କିଣିବାକୁ ପଡୁଛି, ଅଞ୍ଚଳ ରେ ମକା ଚାଷ ର ଚାହିଦା ବୃଦ୍ଧି ପାଉଥିବା ବେଳେ ମଣ୍ଡି ରେ କେବଳ ଧାନ କିଣା ଯାଉଛି , ମଣ୍ଡି ରେ ଧାନ ସହ ମକା, ହଳଦୀ ଆଦି କିଣିବା ର ବ୍ୟବସ୍ଥା କରାଗଲେ ଚାଷୀ ମାନେ ଉଚିତ୍ ମୂଲ୍ୟରେ ବିକ୍ରୀ କରି ପାରିବେ ଓ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି, ଅନ୍ୟ ପକ୍ଷରେ ଚାଷ ଉପକରଣ ଯୋଗାଇବା ରେ ଓ ଋଣ ପ୍ରଦାନ କ୍ଷେତ୍ର ରେ ଅବହେଳା ହେଉ ଥିବାରୁ ଚାଷ ପ୍ରତି ଆଗ୍ରହ କମୁ ଥିବା ନେଇ ଚାଷୀମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ଏ ସମ୍ପର୍କ ରେ ସମବାୟ ନିରୀକ୍ଷକ ଶ୍ରୀ ନାୟକ ଙ୍କୁ ପଚାରିବା ରୁ ଏ ସମସ୍ତ ବିଷୟ ରେ ଆମେ ପ୍ରୋପାଜାଲ ପଠାଇବୁ , ତାହା ଗୃହୀତ ହେଲେ ନିଶ୍ଚୟ ଚାଷୀ ମାନେ ଅଧିକ ଉପକୃତ ହୋଇପାରିବେ ବୋଲି କହିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମ ରେ ଆଠ ଗୋଟି ପଞ୍ଚାୟତ ର ପଞ୍ଜୀକୃତ ଚାଷୀ ମାନେ ଉପସ୍ଥିତ ଥିଲେ।