ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ଧାମରାଠାରେ ୭୮ତମ ସ୍ବାଧିନତା ଦୀବସ ପାଳିତ

ଚାନ୍ଦବାଲି: ଧାମରାଠାରେ ମେଡିକାଲ ସହିତ ଅନ୍ଯ ସ୍ଥାନରେ ୭୮ତମ ସ୍ବାଧିନତା ଦୀବସ ପାଳିତ ହୋଇଯାଇଛି | ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ଧାମରାର ମେଡିକାଲ ଅଫିସର ତଥା ଭାରପ୍ରାପ୍ତ ଚିକିତ୍ସା ଅଧିକାରିଣୀ ଡକ୍ଟର ଜସୋସ୍ବିନୀ ମିଶ୍ର ଜାତୀୟପତକା ଉତ୍ତୋଳନ କରିଥିଲେ | ସଙ୍ଗେ ସଙ୍ଗେ ଜାତୀୟ ସଙ୍ଗିତ ଗାନ କରି ଭାରତର ମହାପୁରୁଷଙ୍କ ଉଦେଶ୍ଯରେ ସ୍ଲୋଗାନ ଦିଆଯାଇଥିଲା | ତାପରେ ମେଡିକାଲ ଅଫିସର ଡକ୍ଟର ଜସୋସ୍ବିନୀ ମିଶ୍ର ଅଭିଭାଷଣରେ କହିଥିଲେ ଯେ ଭାରତର ସ୍ୱାଧୀନତା ଦିବସ‌ ଏକ ଭାରତୀୟ ଜାତୀୟ ଦିବସ ଅଟେ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଆସୁଅଛି । ଏହି ଦିବସଟିକୁ ମହାଭାରତର ଏକ ପ୍ରଧାନ ଜାତୀୟ ଦିବସରୂପେ ପାଳନ କରାଯାଏ ଦେଶ ସାରା ଏହି ଦିନ ପତାକା ଉତ୍ତୋଳନ କରାଯାଇ ଉତ୍ସବମାନ ଅୟୋଜନ କରାଯାଇଥାଏ ।ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ଉପରେ ମଧ୍ୟ ସେ ଅଭିଭାଷଣ ରଖିଥିଲେ।ତାପରେ ପରେ ସୁନାମଅର୍ଜନ କରିଥିବା ଆଦର୍ସ ଡକ୍ଟର ଜନ୍ମେଜୟ ବେହେରା ଭାଷଣ ଦେଇ କହିଥିଲେ ଯେ ୧୯୪୬ରେ, ବ୍ରିଟେନର ଶ୍ରମିକ ସରକାର ୨ୟ ବିଶ୍ୱଯୁଦ୍ଧରେ ବ୍ୟସ୍ତ ହୋଇ ପଡ଼ିଥିଲେ ଓ ନିଜ ଦେଶ ଓ ବିଦେଶୀ ସହଯୋଗ ତଥା ଭାରତୀୟ ସେନାର ସହଯୋଗରେ ମାତିଉଠିଥିବା ଭାରତୀୟମାନଙ୍କୁ ଦମନ କରିବାର ଆଶା ହରାଇଥିଲେ ।ଏଣୁ ସେମାନେ ଭାରତରେ ଫିରିଙ୍ଗି ଶାସନର ଅନ୍ତ କରିବାକୁ ସିଦ୍ଧାନ୍ତ ନେଲେ ଓ ୧୯୪୭ର ଆରମ୍ଭରେ ୧୯୪୮ ଜୁନ ଆଗରୁ ବ୍ରିଟେନ ଭାରତରୁ ଶାସନ ଫେରାଇଆଣିବାର ସିଦ୍ଧାନ୍ତ ପୋଷଣ କରିଥିଲେ। ଭାରତ ଏକ ସାର୍ବଭୌମ ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କୁହାଯାଏ। ସେହି ଦେଶ ନାଗରିକମାନଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଦେବା ଆମମାନଙ୍କର କର୍ତ୍ତବ୍ଯ ଅଟେ ବୋଲି କହିଥିଲେ।ଏହି କାର୍ଯ୍ଯକ୍ରମରେ କମ୍ଯୁନିଟି ଗୋଷ୍ଠି ଅଧିକାରୀ ବା ସିଏଚଓ ସୁରୋଜ ଧାରୁଆ, ଅନିତା କିଶାନ, ଗୀତାଞ୍ଜଳି କିଶାନ ଏଏନମ ଶୁଭଲକ୍ଷ୍ମୀ ଦାସ,ଆଶୀଦିଦିଙ୍କମଧ୍ୟରେ ଗୀତାଞ୍ଜଳୀ ବେରା ଉପସ୍ଥିତ ରହି ସହଯୋଗକରିଥିଲେ ପରେପରେ ମେଡିକାଲ ବଗିଚାରେ ପ୍ରଥମେ ଷ୍ଟାପନର୍ସ ରଶ୍ମିରେଖା ବେହେରା ବୂକ୍ଷରୋପଣ କରିଥିଲେ ପରେପରେ ଅନ୍ଯମେଡିକାଲ ଷ୍ଟାପମାନେ ବୂକ୍ଷରୋପ. କରିଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News