ଚାନ୍ଦବାଲି: ଚାନ୍ଦବାଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଧାମରା ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରତ୍ୟେକ ମାସପରି ଏହି ମାସର ୫ମ ତମ ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଧାମରାଠାରେ ଅନୁଷ୍ଠିତ ହୋଇଯାଇଛି ଜ୍ଝଏହି ଶିବିରରେ ସମସ୍ତ ରୋଗୀପାଇଁ ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଇ ଦିଆଯାଇଥିଲା I ପ୍ରଥମେ ସୁନାମଅର୍ଜନ କରିଥିବା ଆଦର୍ସ ଡକ୍ଟର ଜନ୍ମେଜୟ ବେହେରା ରୋଗୀମାନଙ୍କର ସମସ୍ୟା ଏବଂ ତାହାର ପ୍ରତିକାର

ପାଇଁ ଯେଉଁସବୁ ଔଷଧ ସହିତ କଣ କଣ ସତର୍କ ଅବଲମ୍ବନ କରିବାକୁ ପଡିବ ସେ ଚିକିତ୍ସା ବିଷୟରେ ରେଗୀମାନଙ୍କୁ ବୁଝାଇବୁଝାଇ କହି ରୋଗୀ ସେବା କରାଇଥିଲେ ପରେପରେ ନିରାମୟ କେନ୍ଦ୍ରରେ ଉପଲବ୍ଧ ଥିବା ଔଷଧ ମେଡିକାଲର ଫାର୍ମାସିଷ୍ଟ ସୌଗତ୍ କୁମାର ବାରିକଙ୍କ ଦ୍ବାରା ଔଷଧବଣ୍ଟନ କରାଯାଇଥିଲା I ଷ୍ଟାପନର୍ସ ଅଫିସର ରଶ୍ମିରେଖା ବେହେରା ଅଣସଂକ୍ରମଣ ରୋଗୀଙ୍କର ବିବରଣୀ ପ୍ରସ୍ତୁତ କରି କମ୍ପୁଟରେ ତଥ୍ୟ ରଖିବାପରେପରେ ଅନଲାଇନ ମାଧ୍ୟମରେ ରୋଗୀଙ୍କୁ ଇ-ସଞ୍ଜିବନୀ ସେବା ଯୋଗାଇଥିଲେ ତାହା ସହିତ ଅନ୍ୟ ରୋଗୀମାନଙ୍କୁ ଉଞ୍ଜେକସ ଦେଇ ଜନ୍ମମୂତ୍ୟୁର ବିବରଣୀ ପ୍ରସ୍ତୁତ କରିଥିଲେ I ଲାବ୍ରୋଟୋରିସିଆନ ପୂଜା ମୋହନ୍ତଙ୍କ ଦ୍ବାରା ସମସ୍ତ ପରୀକ୍ଷା କରାଯାଇଥିଲା ଜ୍ଝଦୀପକ ରଞ୍ଜନ ବେହେରାଙ୍କ ଦ୍ବାରା ଯୋଗ ଅଭ୍ୟାସ କରାଯାଇଥିଲା I ମେଡିକାଲ ମଧ୍ୟରେ ଅମର ପୁଷ୍ଟି ଶାନ୍ତିଶୂଙ୍ଖଳା ସହିତ ସମ୍ପୂର୍ଣ୍ଣ ସୁରକ୍ଷାପ୍ରଦାନ କରୁଥିବାବେଳେ ସହକର୍ମୀ ଶୈଳବାଳା ପରିଡା ମେଡିକାଲ ପରିସରକୁ ପରିଷ୍କାର ପରିଚ୍ଛନ କରି ଲୋକମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେଇଥିଲେ I ଆଜିର ଏହି ଶିବିରରେ ୯୪ଜଣ ରୋଗୀ ମାନେ ସେବା ପାଇଁଥିବା ବେଳେ ୬ଜଣ ଗର୍ଭବତି ମାନଙ୍କର ଚିକିତ୍ସା ହୋଇଥିଲା I