ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନରେ ବିଜେଡି ହାରିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକ ୫ ତାରିଖରେ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ଏବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ ଅନେକ ବରିଷ୍ଠ ଅଫିସର ଇସ୍ତଫା ଦେବା ଆରମ୍ଭ କରିଛନ୍ତି । କେତେକଙ୍କ କାର୍ଯ୍ୟକାଳ ଅତିବେଶୀରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ସହ ସମାନ ଥିବାରୁ ସେମାନେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସର ମୁଖ୍ୟ ପରାମର୍ଶଦାତା ଭାବେ ଗତ ନଭେମ୍ବର ମାସରେ ନିଯୁକ୍ତି ପାଇଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ବୁଧବାର ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାକୁ ସାଧାରଣ ପ୍ରଶାସନ ବିଭାଗ ଗ୍ରହଣ କରିନେଇଛି । ସେହିଭଳି ପୂର୍ବରୁ ଖ୍ୟମନ୍ତ୍ରୀଙ୍କ ଅଫିସର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ଆର. ବାଲକ୍ରିଷ୍ଣନ୍ ମଧ୍ୟ ଇସ୍ତଫା ଦେଇଛନ୍ତି । ସୁରେଶ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଅଫିସର ମୁଖ୍ୟ ପରାମର୍ଶଦାତା ହେବା ପରେ ଆର ବାଲକ୍ରିଷ୍ଣନଙ୍କୁ ସ୍ୱତନ୍ତ୍ର ଉପକ୍ରମ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ବାଲକ୍ରିଷ୍ଣନଙ୍କୁ ମୁଖ୍ୟ ସଚିବ ପାହ୍ୟାରେ ନିଯୁକ୍ତି ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏଭଳି କିଛି ଉଚ୍ଚ ପାହ୍ୟାରେ ନିଯୁକ୍ତ ହେଉଥିବା ବ୍ୟକ୍ତିଙ୍କୁ ସାଧାରଣତଃ ସରକାରଙ୍କ ଅନ୍ୟାଦେଶ ପର୍ଯ୍ୟନ୍ତ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ନିଯୁକ୍ତି ମିଳିଥାଏ । ସେହିଭଳି ପ୍ରଥମ ଥର ପାଇଁ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗରେ ଠିକାରେ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିବା ମନୋଜ କୁମାର ମିଶ୍ର ମଧ୍ୟ ଇସ୍ତଫା ଦେଇଛନ୍ତି । ୨୦୨୨ ଡିସେମ୍ବର ୨୮ ତାରିଖରେ ସେ ରେଳବାଇ ଅଧିକାରୀ ପଦରୁ ସ୍ୱେଚ୍ଛାକୃତ ଅବସର ନେବା ମାତ୍ରେ ତା’ ପରଦିନଠାରୁ ତାଙ୍କୁ ସେହି ବିଭାଗରେ ଠିକାରେ ପ୍ରମୁଖ ସଚିବ ରଖାଯାଇଥିଲା । ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ସ୍ୱତନ୍ତ୍ର ଅଧିକାରୀ ଭାବେ ବି କାମ କରିଥିଲେ । ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟକୁ ଦେଖିଲେ କେବଳ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଏବେ ପ୍ରାୟ ୨୦ ଜଣ ଅବସରପ୍ରାପ୍ତ କର୍ମଚାରୀ ବିଭିନ୍ନ ସ୍ତରରେ କାମ କରୁଛନ୍ତି । ନୂଆ ସରକାର ଆସିବା ପରେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଆସିବାକୁ ଯାଉଥିବାରୁ ଏଭଳି ଇସ୍ତଫାର ଧାରା ଅଧିକ ଲମ୍ବିପାରେ ବୋଲି ଆଲୋଚନା ହେଉଛି । ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକ ଇନଚାର୍ଜ ଆଡଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ତୁଲାଇବେ ।
ଇସ୍ତଫା ଦେଲେ ସୁରେଶ ମହାପାତ୍ର ଓ ଆର୍ ବାଲକ୍ରିଷ୍ଣନ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ପ୍ରେମ ପାଇଁ ଫିଲ୍ମ ଷ୍ଟାଇଲରେ ଅପହରଣ
ରାତି ଅଧରେ ଯୁବକଙ୍କୁ ହାଣି ଯୁବତୀଙ୍କୁ ଟେକି ନେଲେ ଭୁବନେଶ୍ବର : ରାଜଧାନୀରେ ପ୍ରେମ ପାଇଁ ଫିଲ୍ମ ଷ୍ଟାଇଲରେ ଅପହରଣ । ଯୁବତୀଙ୍କୁ କାରରେ ଟେକି ନେଲେ ୪ ଜଣ ଯୁବକ । ଗତକାଲି ବିଳମ୍ବିତ ରାତିରେ ମୈତ୍ରୀ ବିହାର ଥାନା
ସାହିତ୍ୟ ଛାତ୍ରଛାତ୍ରୀଙ୍କ ସଠିକ୍ ମାର୍ଗ ଦର୍ଶକ
ରାଉରକେଲା: ଭାଷା ଯେତେ ସରଳ ହେବ ଆମ ସାହିତ୍ଯ ସେତେ ରୁଦ୍ଧିମନ୍ତ ହେବ,ସାହିତ୍ୟ ରୁଦ୍ଧିମନ୍ତ ହେଲେ ଆମ ସଂସ୍କ୍ରୁତି ସମ୍ରୁଦ୍ଧ ହେବ,ସଂସ୍କ୍ରୁତି ସମ୍ରୁଦ୍ଧ ହେଲେ ଆମ ପିଲାଙ୍କର ସଠିକ ମାର୍ଗ ଦର୍ଶକ ସାଜିବ | ଏହା ଥିଲା ଛେଣ୍ଡସ୍ଥିତ ଧାମରା ସଂଘ
ବୁଢ଼ାଡଙ୍ଗର ଲୋକ ମହୋତ୍ସବ ର ପ୍ରଥମ ସନ୍ଧ୍ୟା ରେ ବଜାସାଲ ନାଚରେ ଦୁଲୁକିଲା ମଞ୍ଚ
କଳାହାଣ୍ଡି,୨୨/୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଲୋକ ସଂସ୍କୃତି ଓ ଆଦ୍ୟକଳାର ପ୍ରତିବିମ୍ବ ବୁଢ଼ାଡଙ୍ଗର ଲୋକ ମହୋତ୍ସବ ରବିବାର ଦିନ କେସିଙ୍ଗା ଜଗନ୍ନାଥ ମନ୍ଦିର ପଡିଆଠାରେ ମହା ସମାରୋହରେ ଉଦ୍ଘାଟିତ ହୋଇଯାଇଛି। ପ୍ରଥମ ଦିନର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା
ଓଡିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ର ୫୩ତମ ପ୍ରତିଷ୍ଠା ଦିବସ ରେ ସମ୍ମାନିତ ହେଲେ ବିନ୍ଦୁ ମହାନନ୍ଦ
କଳାହାଣ୍ଡି ,୨୨|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ଓଡିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ର ୫୩ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର
ନିଆଁ ଲାଗି ଜଳି ଗଲା ଘର ଓ ଯାବତୀୟ ଘରୋଇ ସାମଗ୍ରୀ
ଗୋଲାମୁଣ୍ଡା :୨୧/୧୨(ଜନ୍ମେଜୟ ନାଏକଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଫୋଇରିପାଣି ଗ୍ରାମର ଧନୁ ମାଝୀଙ୍କ ଘରେ ନିଆଁ ଲାଗି ଯାବତୀୟ ଜିନିଷ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଧନୁ ମାଝୀ ଏକ କୁଳିମଜୁରିଆ ତଥା ଗରିବ ଶ୍ରେଣୀର
OTN TV ର ସପ୍ତମ ସ୍ଵନକ୍ଷତ୍ର ଦିବସ ଓ ବନ୍ଧୁ ମିଳନ ଉତ୍ସବ
ଧର୍ମଗଡ଼,୨୧/୧୨,(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁକଲ୍ୟାଣ ମଣ୍ଡପଠାରେ OTN TV ର ସପ୍ତମ ସ୍ଵନକ୍ଷତ୍ର ଦିବସ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କଳାହାଣ୍ଡି ଜିଲ୍ଲା OTN ଟିଭିର ସ୍ୱତନ୍ତ୍ର
କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗରେ ଏଫ୍,ଏଲ,ଏନ୍ ଯୋଜନା ବାଟ ମାରଣା
ପ୍ରକୋଷ୍ଠ ନିର୍ମାଣ କାର୍ଯ୍ୟରେ ଘୋଟାଲା ଅଭିଯୋଗ କଳାହାଣ୍ଡି,୨୨|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ-ଉତ୍କଳ ବୁଲେଟିନ): କଳାହାଣ୍ଡି ଜିଲ୍ଲାର ନର୍ଲା ତଥା ଲାଞ୍ଜିଗଡ଼ ବ୍ଲକ୍ ଅନୁନ୍ନତ ବ୍ଲକ ଭାବରେ ଜିଲ୍ଲାରେ ବେଶ ପରିଗଣିତ ଅଟେ। ଏହି ଦୁଇ ବ୍ଲକର ଛାତ୍ରଛାତ୍ରୀଙ୍କ ଶିକ୍ଷାସ୍ୱାସ୍ଥ୍ୟ ଭଳି ମୌଳିକ
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଜାତୀୟ ଗଣିତ ଦିବସ ପାଳିତ
କଳାହାଣ୍ଡି,୨୨|୧୨, (ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଜାତୀୟ ଗଣିତ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରବୀଣ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭା କାର୍ଯ୍ୟ
୧୫୦୦କୋଟି କ୍ଲବରେ ଏଣ୍ଟ୍ରି ମାରିଲା ‘ପୁଷ୍ପା-୨’
ଆଇକନ ଷ୍ଟାର ଅଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ୨: ଦି ରୁଲ୍' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଥିଲା। ଗତ ତିନିବର୍ଷ ଧରି ନିର୍ମାଣ ହେଉଥିବା ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ ଶେଷରେ ଡିସେମ୍ବର ୫ରେ ସାରା ବିଶ୍ୱରେ
ସଂଘର୍ଷର କାହାଣୀ ପରବ୍
ଚାଲିଆସିଥିବା ସିନେମାର ଏକ ଧାରା ଦୃଷ୍ଟିରୁ ପରଦାରେ ନିଆଁ ଝୁଲ ସହିତ ଚଳଚ୍ଚିତ୍ରର ଶୀର୍ଷକ ଉଦ୍ଭାସିତ ହେବାରୁ ଅନୁମାନ କରିହୁଏ ଯେ ସଂଘର୍ଷ ଓ ରକ୍ତପାତର ଅବିଚାରିତ ଦୃଶ୍ୟ ଏହାର କେନ୍ଦ୍ରସ୍ଥଳ ଅଧିକାର କରିବ। ତେବେ ଏହି ଧାରଣାକୁ ଭୁଲ୍ ପ୍ରମାଣିତ
ଫ୍ରାଇଡେ ରିଲିଜ୍: ମୁକ୍ତିଲାଭ କରିଛି ‘ପରବ୍’
ସିନେମା ହଲରେ ପ୍ରଶଂସା ସାଉଣ୍ଟୁଛି ଫିଲ୍ମ ‘ପରବ’ ଭୁବନେଶ୍ବର: ଓଡ଼ିଶା ଆନ୍ଧ୍ର ସୀମାନ୍ତର ସତ ଘଟଣା ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ପରବ୍’ ଶୁକ୍ରବାର ମୁକ୍ତିଲାଭ କରିସାରିଛି।। ୧୯୩୬ ମସିହା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପରେ ଆନ୍ଧ୍ରପ୍ରଦେଶରେ ରହି
ନେହେରୁ ସେବା ସଂଘ ତରଫରୁ ପୋଷ୍ୟ ସନ୍ତାନ ଗ୍ରହଣ କରିନେଇଥିବା ବିଦେଶୀ ଦମ୍ପତିଙ୍କୁ ସମ୍ବର୍ଦ୍ଧନା
କଳାହାଣ୍ଡି,୨୧|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ନେହେରୁ ସେବା ସଂଘ ଭବାନୀପାଟଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କଳାହାଣ୍ଡି ତରଫରୁ ଭବାନୀପାଟଣାର ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଇଟାଲୀର ଦମ୍ପତି ଲୁସିଆନା ରୋସି ଓ ଲୁଇଗୀ ରୋସୋ ଏବଂ ଝିଅ ପ୍ରତୀକ୍ଷା
ଚମ୍ପୁଆ ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୀରକ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ତେଲକୋଇ ବିଧାୟକ ଡ. ଫକୀର
କୋଦଗlଡ଼ିଆ ଓ ମୁରିଙ୍ଗିସିଙ୍ଗା ରେ ଘର ଭାଙ୍ଗିଲା ଗୋଠ ଛଡା ଦନ୍ତା ହାତୀ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କୋଦଗାଡିଆ ଓ ମିରିଗିସିଙ୍ଗା ଗ୍ରାମରେ ତିନୋଟି ଘର ଭାଙ୍ଗିଲା ଗୋଠ ଛଡା ଦନ୍ତାହାତୀ । କୋଦଗାଡିଆ ଗ୍ରାମର ବସନ୍ତ ନାଏକ ଓ ଉଦୟ ନାଏକଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ
ଚକରଇଷ୍ଟିଚ୍ବୁଟ ଅଫ ଯୋଗତରଫରୁ ୧ମ ତମ ବିଶ୍ବ ଧ୍ଯାନ ଦିବସ ପାଳିତ
ବାଳକାଟି: ସକାଳ ୮ଟା୧୫ମିନିଟ୍ ସମୟରେ ଅନଲାଇ ଏବଂ ଅଫଲାଇନ ମାଧ୍ଯମରେ ଚକରଇଷ୍ଟିଚ୍ବୁଟ ଅଫ ଯୋଗ ଟ୍ରଷ୍ଟ ତରଫରୁ ୧ମ ତମ ବିଶ୍ବ ଧ୍ଯାନ ଦିବସ ପାଳିତ ହୋଇଯାଇଛି | ଏଥିରେ ଟ୍ରଷ୍ଟର ସମ୍ପାଦକ ତଥା ଯୋଗଏବଂ ପ୍ରାକୂତିକ ଚିକିତ୍ସକ ଡକ୍ଟର ଦୀପକ
ଭିନ୍ନକ୍ଷମ ଭତ୍ତା ବୃଦ୍ଧି ଓ ସାମାଜିକ ସୁରକ୍ଷା ଦାବି ନେଇ ମୁଇଁ “କଳାହାଣ୍ଡିଆ ଫର କଳାହାଣ୍ଡି “ର ବୈଠକ ଅନୁଷ୍ଠିତ
କଳାହାଣ୍ଡି, ୨0|୧୨(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): ବିଜେପି ସରକାର ନିର୍ବାଚନ ସମୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ ଟଙ୍କାକୁ ବ୍ରୁଦ୍ଧି କରିବା ପ୍ରତିଶୃତି ଦେଇଥିଲେ। ତାପରେ ସରକାର ଗଠନର ପ୍ରଥମ ବଜେଟ୍ ରେ ୮୦ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ଯ ଏବଂ ୮୦%
ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
କଳାହାଣ୍ଡି, 20|12 (utkalbulletin): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ପରିସରରେ ଭାରପ୍ରାପ୍ତ ସାମାଜିକ ସମ୍ପ୍ରସାରଣ ଅଧିକାରୀ ଶ୍ୟାମସୁନ୍ଦର ନାଏକଙ୍କ ନେତୃତ୍ବରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ମ, ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ
ଭିନ୍ନକ୍ଷମ ଭତ୍ତା ବୃଦ୍ଧି ଓ ସାମାଜିକ ସୁରକ୍ଷା ଦାବି ନେଇ ମୁଇଁ “କଳାହାଣ୍ଡିଆ ଫର କଳାହାଣ୍ଡି “ର ବୈଠକ ଅନୁଷ୍ଠିତ
କଳାହାଣ୍ଡି, ୨0|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ବିଜେପି ସରକାର ନିର୍ବାଚନ ସମୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ ଟଙ୍କାକୁ ବ୍ରୁଦ୍ଧି କରିବା ପ୍ରତିଶୃତି ଦେଇଥିଲେ। ତାପରେ ସରକାର ଗଠନର ପ୍ରଥମ ବଜେଟ୍ ରେ ୮୦ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ଯ ଏବଂ
ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକଙ୍କ ଘରେ ଇଡି ଚଢ଼ଉ
ଭୁବନେଶ୍ୱର: ନିରଂଜନ ପଟ୍ଟନାୟକଙ୍କ ଘରେ ଇଡି ଚଢ଼ଉ କରିଛି। ପୂର୍ବତନ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ଘରେ ଚଢ଼ଉ କରିଛି ଇଡି। ଆଜି ସକାଳ ସାତଟାରେ ଚଢ଼ଉ ଆରମ୍ଭ କରାଯାଇଥିବାବେଳେ ତାଙ୍କର ଭୁବନେଶ୍ୱର ବାସଭବନ ନୟାପଲୀ ଠାରେ ପ୍ରଥମେ ସକାଳ ୭ଟାରେ
ହାଇଦ୍ରାବାଦ 2024ଫିତ ନେସନାଲ କଂଫୁ ରେ କଳାହାଣ୍ଡି ଚମ୍ପିୟାନ
କଳାହାଣ୍ଡି,୧୯|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଲକ ରୁ ୧୭ ଜଣ ଓ କଳାହାଣ୍ଡି ର ୧0 ଜଣ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେଇଥିବା ଫିତ ନେସନାଲ କମ୍ଫ୍ହୁ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ | କଳାହାଣ୍ଡି ରୁ ମୋଟ