ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ହେଉଛି ମହାଯୁଦ୍ଧ । ତେହେରାନ ଉପରେ ବର୍ଷୁଛି ମିସାଇଲ । ତେହେରାନର ତୈଳ ଡିପୋ ହୁହୁ ହୋଇ ଜଳୁଛି । ଇସ୍ରାଏଲର ମିସାଇଲ ମାଡ଼ରେ ଜଳୁଛି ତୈଳ ଡିପୋ । ଇରାନ ଉପରେ ଆମେରିକାର ସାମରିକ ଏବଂ କୂଟନୈତିକ ଚାପ ବଢ଼ି ଚାଲିଛି । ଧ୍ୱଂସ ହେଉଛି ଇରାନର ସାମରିକ ଶକ୍ତି । ଛାରଖାର ହେଉଛି ନୌସେନା । ନବମ ଦିନରେ ପହଞ୍ଚିଛି ଯୁଦ୍ଧ । ଘମାଘୋଟ ହେଉଛି ଆକ୍ରମଣ ପ୍ରତିଆକ୍ରମଣ । ଇରାନର ୪୪ଟି ଯୁଦ୍ଧ ଜାହାଜ ଧ୍ୱଂସ ହୋଇଥିବା ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ ଏୟାରଫେ‘ାର୍ସର ସମସ୍ତ ପ୍ଲେନ୍ ଏବଂ ପ୍ରାୟ ଅଧିକାଂଶ ମିସାଇଲକୁ ନଷ୍ଟ କରି ଦିଆଯାଇଥିବା ଦାବି କରିଛନ୍ତି ଟ୍ରମ୍ପ । ମିସାଇଲ କାରଖାନା ଉପରେମଧ୍ୟ ଭୟାନକ ମିସାଇଲ ମାଡ଼ ହୋଇଥିବା କହିଛନ୍ତି ଟ୍ରମ୍ପ । ଇରାନର ଡ୍ରୋନ୍ କ୍ଷମତା ମ୍ମ ମାଟିରେ ମିଶି ଗଲାଣି । ଆକ୍ରମଣ ଆହୁରି ଜୋରଦାର ହେବ ବୋଲି ଟ୍ରମ୍ପ କହିଛନ୍ତି ।ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ବିରୋଧରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ପଶ୍ଚିମ ଏସିଆ ପ୍ରତି ବିପଦ ବଢ଼ିବାରେ ଲାଗିଛି । ଦୁଇ ପକ୍ଷ ଯୁଦ୍ଧରେ ମଧ୍ୟପ୍ରାଚ୍ୟରେ ତୈଳ ଓ ଡିସାଲିନେସନ କେନ୍ଦ୍ର କ୍ଷତିଗ୍ରସ୍ତ ହେଉଛି । ପଶ୍ଚିମ ଏସିଆର ଶୁଷ୍କ ଅଞ୍ଚଳରେ ତୈଳକୁ ନେଇ ଯେତିକି ବିପଦ ନାହିଁ, ତା’ଠାରୁ ଅଧିକ ବିପଦ ପାଣିକୁ ନେଇ ରହିଛି ବୋଲି ବିଶେଷଜ୍ଞ ଚେତାଇ ଦେଇଛନ୍ତି । ପାରସ୍ୟ ଉପସାଗରର କୂଳେ କୂଳେ ଶହ ଶହ ଡିସାଲିନେସନ କେନ୍ଦ୍ର ବା ଲୁଣି ଜଳକୁ ମଧୁର ଜଳରେ ପରିଣତ କରିବା କେନ୍ଦ୍ର ରହିଛି । ଏହିଠାରୁ ହଜାର ହଜାର ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଏହି ସବୁ ବିଶୋଧନ କେନ୍ଦ୍ର ସାହାଯ୍ୟରେ ବଡ଼ ବଡ଼ ସହରରେ ଲକ୍ଷ ଲକ୍ଷ ଲୋକ ରହିପାରୁଛନ୍ତି । କୁଏତ୍ରେ ୯୦ % ପାନୀୟ ଜଳ ଡିସାଲିନେସନ ଦ୍ୱାରା ମିଳିଥାଏ । ଓମାନରେ ୮୬%, ସାଉଦି ଆରବରେ ୭୦% ଜଳ ଏହି ମା୍ମମରେ ମିଳିଥାଏ । ୨୦୧୦ର ସିଆଇଏର ଏକ ରିପୋର୍ଟ ଅନୁଯାୟୀ ଏହି ଡିସାଲିନେସନ କେନ୍ଦ୍ର ଉପରେ ଆକ୍ରମଣ ଉପସାଗରୀୟ ଦେଶମାନଙ୍କରେ ଭୟଙ୍କର ପାନୀୟ ଜଳ ସମସ୍ୟା ସୃଷ୍ଟି କରିବ । ଉପସାଗରୀୟ ଦେଶରେ ୯୦% ମଧୁର ଜଳ ମାତ୍ର ୫୬ଟି ଡିସାଲିନେସନ କେନ୍ଦ୍ରରୁ ଆସୁଛି । ଯଦି ଡିସାଲିନେସନ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଉପକରଣ ଏହି ଆକ୍ରମଣରେ ନଷ୍ଟ ହୋଇଯାଏ, ତେବେ ମାସ ମାସ ଧରି ଉକôଟ ପାନୀୟ ଜଳ ସମସ୍ୟା ଲାଗି ରହିବ । ମଧ୍ୟପ୍ରାଚ୍ୟରେ ଥିବା ହୋଟେଲ, ଶିଳ୍ପ ସହିତ କୃଷି କ୍ଷେତ୍ର ଏହିସବୁ ଡିସାଲିନେସନ କେନ୍ଦ୍ର ଉପରେ ନିର୍ଭରଶୀଳ । ଫେ‘ବୃଆରି ୨୮ରେ ଇସ୍ରାଏଲ- ଆମେରିକା ଆକ୍ରମଣ ପରେ ଏହି ଅଞ୍ଚଳରେ ଥିବା ଡିସାଲିନେସନ କେନ୍ଦ୍ର ଉପରେ ଆକ୍ରମଣ ଭୟ ବଢ଼ାଇ ଦେଇଛି । ମାର୍ଚ୍ଚ ୨ରେ ଇରାନ ଦୁବାଇର ଜେବେଲ ଅଲି ବନ୍ଦର ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣ ବିଶ୍ୱର ସବୁଠୁ ବଡ଼ ଡିସାଲିନେସନ କାରଖାନାର ମାତ୍ର ୧୨ ମାଇଲ ଦୂରରେ ହୋଇଥିଲା । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଫୁଜାଇରାହ ଏ‘୍୧ ଶକ୍ତି ଓ ୱାଟର କମ୍ପ୍ଲେକ୍ସ ଓ କୁଏତର ଦୋହା ୱେଷ୍ଟ ଡିସାଲିନେସନ କେନ୍ଦ୍ର ମଧ୍ୟଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
କିସ ଆବାସିକ ବିଦ୍ୟାଳୟ ଠାରେ ମହିଳା ଦିବସ ପାଳିତ
କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ବାଦିଲିଠାରେ ଥିବା କିସ୍ ଆବାସିକ ବିଦ୍ୟାଳୟ ପରିସରରେ "ଆନ୍ତର୍ଜାତୀୟ ମହିଳା ଦିବସ" ମହାସମାରୋହ ରେ ପାଳିତ ହୋଇଯାଇଛି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରତିନିଧି
ଇସ୍ରାଏଲର ମିସାଇଲ ମାଡ଼ରେ ଜଳୁଛି ତୈଳ ଡିପୋ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ହେଉଛି ମହାଯୁଦ୍ଧ । ତେହେରାନ ଉପରେ ବର୍ଷୁଛି ମିସାଇଲ । ତେହେରାନର ତୈଳ ଡିପୋ ହୁହୁ ହୋଇ ଜଳୁଛି । ଇସ୍ରାଏଲର ମିସାଇଲ ମାଡ଼ରେ ଜଳୁଛି ତୈଳ ଡିପୋ । ଇରାନ ଉପରେ ଆମେରିକାର ସାମରିକ
ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ପୁରୀ: ମାତ୍ର ଦେଢ଼ ବର୍ଷ ଭିତରେ ଆମ ମା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଏକ ଅଦ୍ଭୁତ ପୂର୍ବ ପରିପର୍ତନ ର ବାର୍ତବହ ହୋଇପାରିଛି ।୧ କୋଟିରୁ ଅଧିକ ମହିଳାଙ୍କ ଆକାଉନ୍ଟ କୁ ଗଲା ୫,୧୦୬ କୋଟି ରୁ ଅଧିକ ଟଙ୍କା
ପୁଣି ଇତିହାସ ରଚିଲା ଭାରତ ଟି-୨୦ ବିଶ୍ୱକପ୍ ରେ ଭାରତ ବିଶ୍ୱବିଜେତା
ନରେନ୍ଦ୍ର ମୋଦି ଷ୍ଟାଡିୟରେ ଭାରତୀୟ ଟିମ ଲେଖିଛି ନୂଆ ଇତିହାସ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସତ ହୋଇଛି ହିଷ୍ଟ୍ରୀ ରିପିଟ, ହିଷ୍ଟ୍ରୀ ଡିଫିଟ ନାରା । କ୍ରମାଗତ ଦ୍ୱିତୀୟ ଥର ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ଜିତିଛି
କଳାହାଣ୍ଡି କୋର୍ଟକୁ ବୋମା ଧମକ:ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ
କଳାହାଣ୍ଡି,୯।୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ରାଜ୍ୟର ପୁରୀ,ବରଗଡ଼ ପରେ କଳାହାଣ୍ଡି ଜିଲ୍ଲା କୋର୍ଟକୁ ବି ମିଳିଛି ବୋମା ଧମକ।କଳାହାଣ୍ଡି ଜିଲ୍ଲା ଦୌରା ଓ ଜର୍ଜଙ୍କ ଇମେଲକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କୋର୍ଟକୁ ସ୍ଥାନୀୟ
ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ବାଲିଅନ୍ତା,୮|୩(ବାଲିଅନ୍ତା,୮|୩():ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବାଲିଅନ୍ତା ବ୍ଲକ ଗଡ଼ଶ୍ରୀରାମପୁର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ବାଲିପାଟଣା ବ୍ଲକ ସଭାପତି କିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜୟଦେବ
ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ବାଲିଅନ୍ତା,:ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବାଲିଅନ୍ତା ବ୍ଲକ ଗଡ଼ଶ୍ରୀରାମପୁର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ବାଲିପାଟଣା ବ୍ଲକ ସଭାପତି କିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜୟଦେବ
ଧଉଳି ସାହିତ୍ୟ ସଂସଦର ଆସର ‘ଚିତ୍ରିତ ଚଇତ’ ଅନୁଷ୍ଠିତ
ବାଲିଅନ୍ତା: ଆଜି କୌଶଲ୍ୟାଗଙ୍ଗ ସ୍ଥିତ ସିଫା ପରିସରରେ ଧଉଳି ସାହିତ୍ୟ ସଂସଦର ଏକ ଭବ୍ୟ ସାରସ୍ବତ କାର୍ଯ୍ୟକ୍ରମ ‘ଚିତ୍ରିତ ଚଇତ’ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ବରିଷ୍ଠ କବି ଦୁର୍ଗାଚରଣ ଷଡ଼ଙ୍ଗୀ, ଡ. ରଜନୀ ରଞ୍ଜନ ଦାଶ, ସମାଜସେବୀ ହଂସ ଖିମ୍ଜୀ
ଯୁଦ୍ଧ ଲାଗି ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର
ନୂଆଦିଲ୍ଲୀ :ଦିଲ୍ଲୀରେ ୧୮୮୩ ଟଙ୍କା, ମୁମ୍ବାଇରେ ୧୮୩୫ ଟଙ୍କାକୁ ବୃଦ୍ଧି । ଆଜିଠାରୁ ନୂଆ ବର୍ଦ୍ଧିତ ଦର ଲାଗୁ ହୋଇଛି । ତୁରନ୍ତ କାର୍ଯ୍ୟକାରୀ ନୂଆ ମୂଲ୍ୟ ସିଧାସଳଖ ରୋଷେଇ ଘର ବଜେଟ୍ ସହିତ ହୋଟେଲ ଏବଂ ରେଷ୍ଟୁରାନ୍ଟ ଭଳି ବ୍ୟବସାୟ
ଆଜିଠୁ ଦୁଇଦିନ ପ୍ରବଳ ବର୍ଷା
ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି । ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି । ଇତିମଧ୍ୟରେ ପାରଦ ୩୯ ଡିଗ୍ରୀ ଡେଇଁଥିବାବେଳେ ଆଗାମୀ ୩ଦିନ ଆହୁରି ୨ରୁ ୩ ଡିଗ୍ରୀ
Politics
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ
ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment
କିସ ଆବାସିକ ବିଦ୍ୟାଳୟ ଠାରେ ମହିଳା ଦିବସ ପାଳିତ
ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ