ନରେନ୍ଦ୍ର ମୋଦି ଷ୍ଟାଡିୟରେ ଭାରତୀୟ ଟିମ ଲେଖିଛି ନୂଆ ଇତିହାସ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସତ ହୋଇଛି ହିଷ୍ଟ୍ରୀ ରିପିଟ, ହିଷ୍ଟ୍ରୀ ଡିଫିଟ ନାରା । କ୍ରମାଗତ ଦ୍ୱିତୀୟ ଥର ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ଜିତିଛି ଟି-୨୦ ବିଶ୍ୱକପ । ରେକର୍ଡ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପକୁ ନିଜ ନାଁରେ କରିଛି । ୨୦୦୭ ଓ ୨୦୨୪ ଭଳି ୨୦୨୬ରେ ହିଷ୍ଟ୍ରୀକୁ ରିପିଟ କରି ଭାରତୀୟ ଟିମ । ପୂରା ବିଶ୍ୱର କୌଣସି ଟିମ ୩ଥର ବିଶ୍ୱକପ ଜିତି ନଥିବା ବେଳେ ଭାରତ ପ୍ରଥମଥର ପାଇଁ ଏପରି ସଫଳତା ନିଜ ନାଁରେ କରିଛି । ୨୦୦୭ରେ ମହେନ୍ଦ୍ର ସିଂହ ଧୋନି ଟି-୨୦ ବିଶ୍ୱକପ ଜିତିଥିବା ବେଳେ ୨୦୨୪ରେ ସଫଳତା ସାଉଁଟିଥିଲେ ରୋହିତ ଶର୍ମା । ଏବେ ଭାରତର ତୃତୀୟ ଅଧିନାୟକ ଭାବେ ସୂର୍ଯ୍ୟ କୁମାର ଇତିହାସରେ ନିଜ ନାଁକୁ ସ୍ୱର୍ଣ୍ଣାକ୍ଷରରେ ଲେଖିଛନ୍ତି । ଆଜି ଯାଏ କୌଣସି ଟିମ ନିଜ ଦେଶ ବା ଘରୋଇ ମାଟିରେ ଟି-୨୦ ବିଶ୍ୱକପ ଜିତି ନଥିଲେ । କୌଣସି ଟିମ କ୍ରମାଗତ ଟି-୨୦ ବିଶ୍ୱକପ ଜିତି ନଥିଲେ । ଭାରତୀୟ ଟିମ କେବେ ବି ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ନଥିଲା । କିନ୍ତୁ ସେସବୁ ପୁରୁଣା କଥାକୁ ଇତିହାସର ଅନ୍ଧାରକୁ ଠେଲି ଦେଇଛି ଟିମ ଇଣ୍ଡିଆ । ଭାରତୀୟ ଟିମ ଆଗରେ ହିଷ୍ଟ୍ରୀକୁ ଡିଫିଟ ହୋଇଛି । ଭାରତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନୂଆ ରେକର୍ଡ କରିଛି । ନ୍ୟୁଜିଲ୍ୟାଣ୍ଡକୁ ୨୦୨୬ ଟି-୨୦ ବିଶ୍ୱକପ ଫାଇନାଲରେ ୯୬ ରନରେ ହରାଇ ଭାରତ ବନି ଯାଇଛି ବିଶ୍ୱ ବିଜେତା । ୨୦୨୪ରେ ରୋହିତ ଶର୍ମା ବାର୍ବଡସରେ ଟି-୨୦ ବିଶ୍ୱକପ ଜିତି ସ୍ୱଦେଶ ଆଣିଥିଲେ । ଏବେ ସୂର୍ଯ୍ୟ କୁମାର ଯାଦବ ଭାରତରେ ଏହାକୁ ଜିତି ବିଦେଶକୁ ଟ୍ରଫି ଯିବାକୁ ଦେଇ ନାହାନ୍ତି । ଏଥିସହ ପବିତ୍ର ରମଜାନ ମାସରେ ପୂରା ଦେଶବାସୀଙ୍କୁ ଟି-୨୦ ବିଶ୍ୱକପ ଜିତି ଆଗୁଆ ଇଦି ମଧ୍ୟ ଦେଇଛି ଟିମ ଇଣ୍ଡିଆ । ଫାଇନାଲରେ ଭାରତ ରନ ବର୍ଷା କରି ୫ ୱିକେଟରେ ରେକର୍ଡ ୨୫୫ ରନ କରିଥିଲା । ଅଭିଷେକ ଶର୍ମାଙ୍କ ୨୧ ବଲରେ ୫୨, ସଞ୍ଜୁ ସାମସନଙ୍କ ୪୬ ବଲରେ ୮୯, ଈଶାନ କିଶନଙ୍କ ୨୫ ବଲରେ ୫୪ ଓ ଶିବମ ଦୁବେ ଶେଷ ଭାଗରେ ୮ ବଲରେ ଅପରାଜିତ ୨୬ ରନ କରିଥିଲେ । ଏହାପରେ ନ୍ୟୁଜିଲ୍ୟାଣ୍ଡ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରେକର୍ଡ ୨୫୬ ରନର ପିଛା କରିବାକୁ ଓହ୍ଲାଇଥିଲା । ପ୍ରଥମ ଓଭରରେ ବିସ୍ଫୋରକ ଫିନ ଆଲେନ କ୍ୟାଚ୍ ଦେଇଥିଲେ ହେଁ ଏହାକୁ ଦୁବେ ହାତ ଛଡ଼ା କରିଥିଲେ । ସେହିପରି ପାଣ୍ଡ୍ୟା ଦ୍ୱିତୀୟ ଓଭରରେ ୨୧ ରନ ଖର୍ଚ୍ଚ କରିଥିଲେ । କିନ୍ତୁ ତୃତୀୟ ଓଭରୁ ନ୍ୟୁଜିଲ୍ୟାଣ୍ଡର ପତନ ଆରମ୍ଭ ହୋଇଥିଲା । ବଡ଼ ଶଟ ଖେଳିବାକୁ ଯାଇ ଫିନ ଆଲେନ(୯) ଅକ୍ଷର ପଟେଲଙ୍କ ବଲରେ ଆଉଟ ହାଇଥିଲେ ।ପରବର୍ତୀ ଓଭରର ପ୍ରଥମ ବଲରେ ଯଶପ୍ରୀତ ବୁମ୍ରାଙ୍କ ଶିକାର ବନିଥିଲେ ରଚିନ ରବୀନ୍ଦ୍ର । ଡବଲ ୱିକେଟ ପରେ ମଧ୍ୟ ଟିମ ସେଇଫର୍ଟ କାଉଣ୍ଟର ଆଟାକ ଜାରି ରଖିଥିଲେ । ଏସବୁ ଭିତରେ ଅକ୍ଷର ପଟେଲ ୫ ରନ କରି ଦେଇଥିବା ଗ୍ଲେନ ଫିଲିପ୍ସଙ୍କୁ ବୋଲ୍ଡ କରିଥିଲେ । ୪୭ ରନରେ ନ୍ୟୁଜିଲ୍ୟାଣ୍ଡ ୩ ୱିକେଟ ହରାଇଥିଲେ ହେଁ ସୈଫଫର୍ଟ ମାତ୍ର ୨୩ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଗିୟର ବଦଳାଇବାକୁ ଚେଷ୍ଟା କରିଥିଲେ ହେଁ ୯ମ ଓଭରର ପ୍ରଥମ ବଲରେ ତାଙ୍କୁ ବରୁଣ ଚକ୍ରବର୍ତୀ ପ୍ୟାଭିଲିୟନ ପଠାଇ ଦେଇଥିଲେ । ସେଇଫର୍ଟ ୨୬ ବଲରେ ୫୨ ରନ କରିଛନ୍ତି । ସୈଇଫର୍ଟଙ୍କ ପୂର୍ବରୁ ପାଣ୍ଡ୍ୟା ନିଜର ଦ୍ୱିତୀୟ ଓଭରରେ ମାର୍କ ।ମ୍ପମାନ(୩)ଙ୍କୁ ବୋଲ୍ଡ କରିଥିଲେ ।ନ୍ୟୁଜିଲ୍ୟାଣ୍ଡ ୮.୧ ଓଭରରେ ୫ ୱିକେଟ ହରାଇ ୭୨ ରନ କରିଥିବା ବେଳେ ଦୁଇ ଅଭିଜ୍ଞ ଖେଳାଳି ମିଚେଲ ସାନ୍ଟନର ଓ ଡାରେଲ ମିଚେଲ ସ୍ଥିତି ସମ୍ଭାଳିଥିଲେ । ଉଭୟ କାଉଣ୍ଟର ଆଟାକ କରି ୧୨ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୧୧୯ରେ ପହଞ୍ଚାଇ ଦେଇଥିଲେ । ୧୩ତମ ଓଭରର ପ୍ରଥମ ବଲରେ ଅକ୍ଷରଙ୍କ ବଲରେ ପାଣ୍ଡ୍ୟାଙ୍କ ପାଖକୁ ଅତି ସହଜ କ୍ୟାଚ ଯାଇଥିଲେ ହେଁ ଏହାକୁ ସେ ହାତ ଛଡ଼ା କରିଥିଲେ । ପରବର୍ତୀ ବଲରେ ସାଉଣ୍ଟର ଚୌକା ମାରିଥିଲେ । କିନ୍ତୁ ସେହି ଓଭରର ୫ମ ବଲରେ ମିଚେଲ(୧୭)ଙ୍କୁ କ୍ୟାଚ୍ ଆଉଟ କରି ଅକ୍ଷର ପଟେଲ ନ୍ୟୁଜିଲ୍ୟାଣ୍ଡକୁ ୬ଷ୍ଠ ଝଟକା ଦେଇଥିଲେ । ୧୬ତମ ଓଭରରେ ଯଶପ୍ରୀତ ବୁମ୍ରା ସଂଘର୍ଷ କରୁଥିବା ଜିମ୍ମି ନୀଶମ(୮)ଙ୍କ ଦଣ୍ଡାମେଲା କରି ଦେଇଥିଲେ । ନ୍ୟୁଜିଲ୍ୟାଣ୍ତ ୧୪୧ରେ ୭ମ ୱିକେଟ ହରାଇଥିଲା । ପରବର୍ତୀ ବଲରେ ବୁମ୍ରା ସମାନ ଢଙ୍ଗରେ ମ୍ୟାଟ ହେନରୀଙ୍କୁ ମଧ୍ୟ ବୋଲ୍ଡ କରିଥିଲେ । ହ୍ୟାଟ୍ରିକ ବଲରେ ସେ ସ୍ଲୋୟର ୟକର୍ସ ପକାଇଥିଲେ ହେଁ ଲକି ଫର୍ଗୁସନ ଏହାକୁ ଅଟକାଇ ଦେବାକୁ ସକ୍ଷମ ହୋଇଥିଲେ ।
ପୁଣି ଇତିହାସ ରଚିଲା ଭାରତ ଟି-୨୦ ବିଶ୍ୱକପ୍ ରେ ଭାରତ ବିଶ୍ୱବିଜେତା
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବାଳକାଟି ବଜାର ଉଛେଦ ପ୍ରସଙ୍ଗ: ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ ଦାବିଥଇଥାନ ନ କଲେ ଅନଶନ ଚେତାବନୀ
ବାଲିଅନ୍ତା,୨୩|୦୪:-ସରଦେଇପୁର-ନିମାପଡା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ତ୍ୱରାନ୍ୱିତ ନିମନ୍ତେ ଗତ ୩ ମାସ ତଳେ ବାଲିଅନ୍ତା ତହସିଲ ପ୍ରଶାସନ ପକ୍ଷରୁ ବାଳକାଟି ବଜାର ସମେତ ବାଳକାଟି କଲେଜ ରାସ୍ତା, ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଦୋକାନ ଗୁଡିକ ଉଛେଦ
ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି ସାରସ୍ଵତ ମଞ୍ଚର ନୂତନ କର୍ମକର୍ତ୍ତା ନିର୍ବାଚନ
ବାଲିଅନ୍ତା/ଭୁବନେଶ୍ୱର : ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି ସାରସ୍ଵତ ମଞ୍ଚର ନୂତନ କର୍ମକର୍ତ୍ତା ନିର୍ବାଚନ ଓ ମଞ୍ଚର ୧୦ତମ ବାର୍ଷିକୋତ୍ସବ ପ୍ରସ୍ତୁତ ସଭା ବରିଷ୍ଠ ସୁନାମଧନ୍ୟ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ରଘୁନନ୍ଦନ ମହାପାତ୍ର ଙ୍କ ଆହ୍ବାନ କ୍ରମେ ରବୀନ୍ଦ୍ର କୁମାର ମହାପାତ୍ରଙ୍କ ସଭାପତିତ୍ବରେ
ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ୨୦ଟି ପାଣିକୁଣ୍ଡ ସ୍ଥାପନ । ଉପକୃତ ହେବେ ବୁଲା ପଶୁ, ପକ୍ଷୀ ।
ବାଲିଅନ୍ତା ୨୩/୦୪ (ଗୋବର୍ଦ୍ଧନ ଦାସ ):- ପ୍ରଚଣ୍ଡ ରୌଦ୍ରତାପରେ ବୁଲା ପଶୁ ଓ ପକ୍ଷୀମାନେ ମଧ୍ୟ ପାଣି ପିଇବା ପାଇଁ ଡହଳ ବିକଳ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଅସହାୟ ବୁଲା ଗୋରୁ ଓ ପଶୁପକ୍ଷୀଙ୍କ ଶୋଷ ମେଣ୍ଟାଇବା ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ
ସକଳେସ୍ୱର ମହାଦେବ ଓ ହନୁମାନଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ
[] Arabinda Sir Bbsr6:06 pm, 23/4/2026: ବିଶ୍ୱକଲ୍ୟାଣ ନିମିତ୍ତ ଭୁବନେଶ୍ୱର ସ୍ଥିତ ବମିଖାଲ ଠାରେ ଶ୍ରୀ ଶ୍ରୀ ସକଳେସ୍ୱର ମହାଦେବ ଓ ହନୁମାନଙ୍କ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ 20 ତାରିଖ ରୁ ଆରମ୍ଭ ହୋଇ 23 ତାରିଖରେ ସମାପନ ହୋଇଛି
ବର୍ଷ ବର୍ଷ ଧରି ଲୁହା ପାଇପ୍ ଘେରରେ ଅନନ୍ତ ବାସୁଦେବ ମନ୍ଦିର।
ବାଲିଅନ୍ତା / ଭୁବନେଶ୍ୱର ୨୩/୦୪:- ରାଜଧାନୀ ଭୁବନେଶ୍ଵର ବିନ୍ଦୁସାଗର ନିକଟରେ ଅନନ୍ତ ବାସୁଦେବ ମନ୍ଦିର। ଉକ୍ତ ମନ୍ଦିର ବର୍ଷ ବର୍ଷ ଧରି ଲୁହା ପାଇପ୍ ଘେରରେ ଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ମନ୍ଦିର ମାଳିନୀ ସହର କୁହଜୁଥିବ ବେଳେ ମନ୍ଦିରର
ରାଜ୍ୟସ୍ତରୀୟ କରାଟେରେ ଅସୀମ କରାଟେ ଏକାଡେମିର 4 ଜଣ
ଭୁବନେଶ୍ବର: ଆସନ୍ତା 24 ଋ 26 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ର ଉତ୍କଳ କରାଟେ ସ୍କୂଲ ରେ ରାଜ୍ୟ ସ୍ତରୀୟ କାଡେଟ ଓ ଜୁନିୟର କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ବଲାଙ୍ଗିର ରେଲ୍ଵେ ଷ୍ଟେସନ ଛକ ସ୍ଥିତ
ବାଲୁଗାଁ ଠାରେ ଚିଲିକା ପୁସ୍ତକ ମେଳା ପ୍ରସ୍ତୁତି ବୈଠକ ।
ଚିଲିକା,୨୨।୪:ଚଳିତ ଅପ୍ରେଲ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଚିଲିକା ପୁସ୍ତକ ମେଳା ଆୟୋଜନ ର ପ୍ରସ୍ତୁତି ବୈଠକ ସହ ସାମ୍ବାଦିକ ସମ୍ମିଳନୀ ବରିଷ୍ଠ ସାମ୍ବାଦିକ ଶରତ ପାଇକରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ
ଗଣନାକାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି
- ଜନଗଣନାକାରୀ ଏବଂ ସାଧାରଣଲୋକଙ୍କ ସୁରକ୍ଷା ଆମର ପ୍ରାଥମିକତା - ରାଜସ୍ୱ ମନ୍ତ୍ରୀ - ଜନଗଣନାରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ପୋଲିସ୍ ପ୍ରଶାସନକୁ ଦାୟିତ୍ଵ - ଜନଗଣନାରେ କାର୍ଯ୍ୟରେ ସହାୟତା କରି ସଠିକ ତଥ୍ୟ ପ୍ରଦାନ କରିବାକୁ
ସ୍ୱର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା।
ଚିଲିକା,୨୨।୪:ବରିଷ୍ଠ ପତ୍ରକାର, ଚ଼ିଲିକା ସାମ୍ବାଦିକ ସଂଘର ଉପଦେଷ୍ଟା,ସମାଜସେବୀ ସ୍ୱର୍ଗତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତି ସଭା ଜନ୍ମମାଟି ଅଚ୍ୟୁତ ରାଜପୁର ଶାସନର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଚିଲିକା ସାହିତ୍ୟ ସମାଜର ସଭାପତି ଶିକ୍ଷାବିତ୍ ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଏକାଦଶ ଶ୍ରାଦ୍ଧବାର୍ଷିକ ପାଳିତ
ଭୁବନେଶ୍ୱର, ୨୧.୪: ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ମଙ୍ଗଳବାର ଗୀତଗୋବିନ୍ଦ ସଦନଠାରେ ଜାନକୀ ବାବୁଙ୍କ ଏକାଦଶ ଶ୍ରାଦ୍ଧବର୍ଷିକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ଯେ, ଜାନକୀ ବାବୁ
ଲୁମିନସ୍ ଇନ୍ଫୋୱେଜ୍ର ୨୬ତମ ପ୍ରତିଷ୍ଠା ଦିବସ ପାଳିତ
ବାଲିଅନ୍ତା: ଏପ୍ରିଲ ୧୮: ଲୁମିନସ୍ ଇନ୍ଫୋୱେଜ୍ ପକ୍ଷରୁ ଶନିବାର ଭୁବନେଶ୍ୱର କ୍ଲବ୍ରେ ଏହାର ୨୬ତମ ପ୍ରତିଷ୍ଠା ଦିବସ ଉଦ୍ୟାପିତ ହୋଇଥିଲା। ସଂସ୍ଥାର ବିକାଶ ଓ ନବୀନତାର ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ଟୋନ୍ ଭାବେ ଚିହ୍ନିତ ହୋଇଛି। ଅବସରରେ ସଂସ୍ଥାପକ ଓ
ଟଙ୍କପାଣିଙ୍କ ପୀଠରେ ଶ୍ରୀରାମ ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାଲିଅନ୍ତା, ୨୧/୪/୨୬ (ଗୋବର୍ଦ୍ଧନ ଦାସ): ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ଗ୍ରାମସ୍ଥିତ ମା’ ଟଙ୍କପାଣିଙ୍କ ପୀଠ ପରିସରରେ ଶ୍ରୀରାମ ମନ୍ଦିରର ୧୪ତମ ଜନ୍ମବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଚାରିଦିନିଆ ଧାର୍ମିକ କାର୍ଯ୍ୟକ୍ରମରେ ଅଙ୍କୁରାରୋପଣ,
ଜୟଦେବ କଲେଜରେ ‘ଇନୋଭେସନ୍ ଓ ଷ୍ଟାର୍ଟ-ଅପ୍’ ପ୍ରତିଯୋଗିତା ଅନୁଷ୍ଠିତ।
ବାଲିଅନ୍ତା, ୨୧/୪/୨୬(ଗୋବର୍ଦ୍ଧନ ଦାସ) : ଭୁବନେଶ୍ଵର ୪ନଂ ୱାଡ଼ ସ୍ଥିତ ଶ୍ରୀ ଜୟଦେବ କଲେଜ ଅଫ୍ ଏଡ୍ୟୁକେସନ୍ ଆଣ୍ଡ ଟେକ୍ନୋଲୋଜି ପରିସରରେ ‘ଇନୋଭେସନ୍ ଏବଂ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାର୍ଥି ଙ୍କ ମଧ୍ୟରେ ନୂତନ ଚିନ୍ତାଧାରାର ବିକାଶ ଲକ୍ଷ୍ୟରେ ଆୟୋଜିତ
ଚାପ ଖେଳିଲେ ବାବା ସ୍ଵପ୍ନେଶ୍ଵର ଓ ବାଲୁଙ୍କେଶ୍ୱର ଦେବ
ବାଲିଅନ୍ତା,୨0|୪():ବାଳକାଟି ଅଞ୍ଚଳର ଆରାଧ୍ଯ ତଥା ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣର ଥାନପତି ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ଦେବଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ପୂର୍ବଦିନ ଯଥା ରୀତିନୀତି ଅନୁସାରେ ପ୍ରଥମେ ଶ୍ରୀଦୋଳଗୋବିନ୍ଦ ଶ୍ରୀଶ୍ରୀବାଲୁଙ୍କେଶ୍ୱର ଦେବ ସୁସଜ୍ଜିତ ବିମାନ ଯୋଗେ
ଗଡ଼କଣ୍ଟୁଣିଆ ଠାରେ ଶ୍ରୀ ଜଗନ୍ନାଥଙ୍କ ଭାବ୍ୟମନ୍ଦିର ଶୁଭାରମ୍ଭ
ବାଲିଅନ୍ତା,୨0|୪():ବାଳକାଟି ହୀରାପୁର ସ୍ଥିତ ଗଡକଣ୍ଟୁଣିଆ ଠାରେ ଆବିର୍ଭୁତ ଚକ୍ରରାଜ ସୁଦର୍ଶନ ଦାରୁ ପୀଠ ଠାରେ ଆଜିଠାରୁ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଜଗନ୍ନାଥ ପ୍ରେମୀଙ୍କ ଦ୍ୱାରା ଏକ ବିଶାଳ କଳସ ଯାତ୍ରା
ସଶକ୍ତ ଓଡିଶା ପକ୍ଷରୁ ସରକାରଙ୍କ ଯୋଜନାର ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର ତା 20/04/26 ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସାମାଜିକ ଅନୁଷ୍ଠାନ ସଶକ୍ତ ଓଡିଶା ପକ୍ଷରୁ ସ୍ଥାନୀୟ ସିଆରପି ସ୍ଥିତ କାର୍ଯ୍ୟାଳୟ ଠାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ମହିଳା ମାନଙ୍କୁ ନେଇ ସରକାରଙ୍କ ସଚେତନ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ସହିତ
ରଥକାଠ ଅନୁକୂଳ କାର୍ଯ୍ୟ ସମ୍ପନ୍ନ।
ବାଲିଅନ୍ତା, ୨୦/୪/୨୬ (ଗୋବର୍ଦ୍ଧନ ଦାସ ): ବାଲିଅନ୍ତା ବ୍ଳକ ଅନ୍ତର୍ଗତ କାକରୁଦ୍ରପୁର ପଞ୍ଚାୟତରେ ମହାପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୋମବାର ଦିନ ପତିତପାବନ ଦେବଙ୍କ ରଥ ନିର୍ମାଣ ନିମନ୍ତେ
ବରମୁଣ୍ଡା ଅଲେଖ ଆଶ୍ରମର ବାର୍ଷିକ ଉତ୍ସବ ପାଳିତ
ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ମାସ ଶୁକ୍ଳ ପକ୍ଷ ଅକ୍ଷୟ ତୃତୀୟା ଇଂରାଜୀ ତା.20/4/2026 ସୋମବାର ଦିନ ବରମୁଣ୍ଡା ଗ୍ରାମ ସ୍ଥିତ ଅଲେଖ ଟୁଙ୍ଗି ର ବାର୍ଷିକ ମହୋତ୍ସବ ପାଳିତ ହୋଇ ଯାଇଅଛିI ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବାଙ୍କ ପୂର୍ବ
ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଅକ୍ଷୀମୁଠି ଅନୁକୂଳ।
ବାଲିଅନ୍ତା ୨୦/୦୪:- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସ୍ଥାନୀୟ ପାହାଳ ନିକଟସ୍ଥ ଜୋହଳ ଗ୍ରାମରେ ଅକ୍ଷୀମୁଠି ଅନୁକୂଳ କରାଯାଇଛି|ଓଡ଼ିଶା ଜନତା କଂଗ୍ରେସର ପ୍ରତିଷ୍ଠାତା ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଭୂମି ପୂଜନ ଓ ଲଙ୍ଗଳ ପୂଜା କରାଯାଇଥିଲା|ଓଜେସି
୨୫ ରେ ମଦନମୋହନ ଦେବଙ୍କ ପୀଠରେ ରାମଚରିତ ମାନସ ନବାହ୍ନାପାରାୟଣ
ବାଲିଅନ୍ତା,୨୦|୪(ଗୋବର୍ଦ୍ଧନ ଦାସ ):ଆସନ୍ତା ୨୫ ତାରିଖରେ ବାଳକାଟି ଅଞ୍ଚଳର ଆରାଧ୍ୟ ଶ୍ରୀ ମଦନମୋହନ ଦେବଙ୍କ ମନ୍ଦିରରେ ଆରମ୍ଭ ହେବ ୩୧(ଏକତ୍ରିଂଶତମ)ତମ ରାମ ଚରିତ ମାନସ ନବାହ୍ନପାରାୟଣ ଓ ପ୍ରବଚନ ମହାଯଜ୍ଞ l ଏହା ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment