ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ

ଭବାନୀପାଟଣା, ଉତ୍କଳ ବୁଲେଟିନ,(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ କୁଟ୍ରୁଖମାର ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠରେ ଉତ୍କଳ ଦିବସ ପାଳନ କରିବା ସାଙ୍ଗେ ସରକାରଙ୍କ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନର ଶୁଭାରମ୍ଭ କରାଯାଇଥିଲା । ଏହି ପୋଷଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପାର୍ଥିବ ଖଡିକର, ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ସଦସ୍ୟ ମଞ୍ଜୁର ଅଲ୍ଲୀ ଖାଁ, ସହ ଶିକ୍ଷକ ବସନ୍ତ କୁମାର ମିଶ୍ର, ଦିଲୀପ କୁମାର ଜେଠି, ସନ୍ଧ୍ୟାରଣି ପଣ୍ଡା, ବିରେନ୍ଦ୍ର କୁମାର ନାଏକ, ପ୍ରତାପ କୁମାର ରଥ ଓ ପିଟି ଶିକ୍ଷକ ସୁବାସ ନାଗ ସହ ବିଦ୍ୟାଳୟର ସମସ୍ତ ସହକର୍ମୀ ଉପସ୍ଥିତ ରହି ଆଜିର ଉତ୍କଳ ଦିବସ ପାଳନରେ ସହଯୋଗ କରିବା ସହିତ, ମୁଖ୍ୟମନ୍ତ୍ରୀ ପୋଷଣ ଦିବସ ଯୋଜନାର ଶୁଭାରମ୍ଭ ରେ ସହଯୋଗ କରି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ବଣ୍ଟନ କରାଗଲା । ଶେଷରେ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପାର୍ଥିବ ଖଡ଼ିକର ସମସ୍ତ ସହ ଶିକ୍ଷକ, ବିଦ୍ୟାଳୟ ଉନ୍ନୟନ କମିଟିର ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page