ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମାତୃଭାଷା ଦିବସ ଅନୁଷ୍ଠିତ

ସାରସ୍ୱତ ପ୍ରତିଭାଧାରୀ ଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର ୨୧/୦୨/୨୫: ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ “ବିଶ୍ୱ ମାତୃଭାଷା ଦିବସ -୨୦୨୫ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସଂସ୍କୃତି ପୁରୁଷ, ପୂଜ୍ୟପ୍ରଣାମ ଟ୍ରଷ୍ଟ ର ଅଧ୍ୟକ୍ଷ ଡ଼ଃ ଆର୍ୟ୍ୟ କୁମାର ଜ୍ଞାନେନ୍ଦ୍ର, ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ଶିକ୍ଷାବିତ ରମେଶ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ କଳିଙ୍ଗ ପ୍ଲେ ସ୍କୁଲ ଅଧ୍ୟକ୍ଷା, ସମାଜସେବୀକା ସୁକାନ୍ତି ପଣ୍ଡା, ଅନ୍ୟତମ ଅତିଥି ଭାବେ ସଶକ୍ତ ଓଡିଶା ସଭାପତି, ସମାଜସେବୀ ବିଜୟ କୁମାର ପ୍ରଧାନ ଉପସ୍ଥିତ ରହିବା ସହିତ “ମାତୃଭାଷା ର ବ୍ୟାପକ

ପ୍ରଚାର ଓ ପ୍ରସାର ଦିଗରେ ସରକାର ଓ ଗଣମାଧ୍ୟମ ଙ୍କ ଭୂମିକା ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଡ଼ଃ ଜ୍ଞାନେନ୍ଦ୍ର ମତବ୍ୟକ୍ତ କରିଥିଲେ ଯେ ପିତାମାତା ପିଲାଙ୍କୁ ବାଲ୍ୟ ସମୟରୁ ପୂଜ୍ୟପୂଜା, ଭକ୍ତିଭାବ, ମା, ମାଟି ପାଇଁ ଅନୁରକ୍ତି ଭାବ ସହିତ ଉତ୍କଳ ର ମହାନ ପରମ୍ପରା, ସଂସ୍କୃତି କୁ ଆଗେଇ ନେବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ ।ମୁଖ୍ୟବକ୍ତା ଶ୍ରୀଯୁକ୍ତ ସାମନ୍ତରାୟ ଶିକ୍ଷା ସହିତ ସମାଜସେବା କୁ ଗୁରୁତ୍ୱ ଦିଅନ୍ତୁ ବୋଲି ମତରଖିଥିଲେ । ମହିଳା ସଶକ୍ତିକରଣ ସହିତ ପରିବେଶ, ନୈତିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସମ୍ପାଦକ ଅରବିନ୍ଦ ତ୍ରିପାଠୀ ଅତିଥି ପରିଚୟ ପୂର୍ବକ କହିଥିଲେ ଯେ ପୂଜ୍ୟପୂଜାକୁ ପ୍ରାଧାନ୍ୟ ଦେଇ ଆଜିର ଯୁବପୀଢ଼ି କାର୍ୟ୍ୟ କରିବା ସହିତ ସ୍ୱକୀୟ ପ୍ରତିଭା ଦ୍ୱାରା ରାଷ୍ଟ୍ରର ଉନ୍ନତି ଦିଗରେ ଅଗ୍ରସର ହୁଅନ୍ତୁ । ଏହି ଅବସରରେ ସାରସ୍ୱତ ପ୍ରତିଭା ଧାରୀ ସାମ୍ବାଦିକା ଚାନ୍ଦିନୀ ମହାପାତ୍ର,ମାତୃଭାଷା,ଶିକ୍ଷା ଓ ସମାଜସେବା ପାଇଁ ଡମ୍ବରୁଧର ହରଣ ସିଂ, ସମାଜସେବା ପାଇଁ ସୌଭାଗିନୀ ସାହୁ, ସ୍ୱାସ୍ଥ୍ୟ ସେବା ପାଇଁ ଗୌତମ କୁମାର ଦାସ, ନାରୀ ଶିକ୍ଷା ଓ ସମାଜସେବା ପାଇଁ ବନଜା ଭୁଜବଳ, ଅନୁଷ୍ଠାନ ର ସଦସ୍ୟ ସ୍ମୃତି ପ୍ରକାଶ ନାୟକ, ସାମ୍ବାଦିକ ସୋମନାଥ ବେହେରା, ସମାଜସେବୀ ହୃଦାନନ୍ଦ ଜେନାଙ୍କୁ ମାନପତ୍ର,ଉତ୍ତରୀୟ ଓ ଚାରା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା, ଏହା ସହିତ ବିଭିନ୍ନ ବିଦ୍ୟାଳୟ ରେ ଚିତ୍ରାଙ୍କନ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦ୍ୱାରା ପ୍ରଦାନ କରାଯାଇଥିଲା । ପ୍ରଥମ ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀ ବନିଷା ରାଉତରାୟ, ଅଲିଶା ଚମତ୍କାର ଚିତ୍ର ଆଙ୍କି ସମାଜକୁ ଭଲ ବାର୍ତ୍ତା ପ୍ରଦାନ କରିଥିଲେ । କାର୍ୟ୍ୟକ୍ରମକୁ ସମାଜସେବୀ ନାରାୟଣ ଖୁଣ୍ଟିଆ, ପ୍ରଜ୍ଞା, ସାମ୍ବାଦିକା ରୀନା ମହାନ୍ତି, ରାଜଶ୍ରୀ କର, ପ୍ରିୟବ୍ରତ ଓ ଗାୟତ୍ରୀ ସାମନ୍ତ, ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ରମେଶ କୁମାର ମହାପାତ୍ର ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page