ଉତ୍କେଲା ଆଇ ଏମ ଏଫ ଏଲ ସୋଫ ରୁ ଚୋରା ଚାଲାଣ ବେଳେ ଧରିଲା ମୋବାଇଲ ଟିମ

କଳାହାଣ୍ଡି , ୨୫/୧୨ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କେସିଙ୍ଗା ବ୍ଲକ ଅଧିନସ୍ଥ ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା ଏଫ ଏଲ ସଫ ରୁ ଗତ ମଙ୍ଗଳବାର ଦିନ ଦି ପହରରେ ବାଇକ ଯୋଗେ ଗାଁ ଗାଁ ଙ୍କୁ ଚୋରା ଚାଲାଣ ହେଉଥିବାଲେ ପାଶ୍ଟିକୁଡ଼ି ଠାରେ ଜିଲ୍ଲା ଏକ୍ସସାଇଜ ମୋବାଇଲ ଟିମ ବାଇକ ରେ ଦୁଇଜଣ ବିଦେଶୀ ମଦ ନେଉଥିବା ସନ୍ଦେହ କରି ଅଟକାଇଥିଲେ ଓ ତଦନ୍ତ କରିଥିଲେ ସେଥିରେ ବିଦେଶୀ ମଦ ୩୯, ୬୦୦ବିୟର ଏବଂ ୨, ୧୬୦ଲିଟର,ଏକ ମଟର ସାଇକେଲ ଜବଦ କରି ଜିଲ୍ଲା ଏକ୍ସସାଇଜ ଏସ ଆଇ ପ୍ରଦୀପ ମହାନ୍ତି ଦୁଇ ଅଭିଯୁକ୍ତ ଙ୍କୁ ଧରି କେଶ ନମ୍ବର ୨୬୫/୨୪-୨୫ଦଫା ରେ କୋଟ ଚାଳନ କରିଥିବା ସୂଚନା ମିଳିଛି । ମାଲିକ ବିଭୀଷି ସିଂ ଓ ପ୍ରିନ୍ସ ସିଂ ରହିଥିବା ବେଳେ କିଛି କର୍ମଚାରୀ କୁ ଆଣି ଦୁବ୍ଲିକେଟ ମଦ ତିଆରି କରି ବିଦେଶୀ ମଦ ଦୋକାନ ମଧ୍ୟ୍ୟରେ ବିକ୍ରି କରିଥିବା ଅଭିଯୋଗ ହେଉଥିବା ବେଳେ ଗାଁ ଗାଁ କୁ ମଧ୍ୟ୍ୟ ଏହି ଉତ୍କେଲା ଠିପି ବନ୍ଦ ଦୋକାନ ରୁ ଦୀର୍ଘ ଦିନ ରୁ ସପ୍ଲାଇ କରି ଆସୁଛନ୍ତି l ଏନେଇ ଗ୍ରାମର ଲୋକେ ଅଭିଯୋଗ କରିଆସୁଥିଲେ କେସିଙ୍ଗା ଅବକାରୀ ବିଭାଗ କୁ ହେଲେ କର୍ଣ୍ଣ ପାତ ମଧ୍ୟ କରୁନାହାନ୍ତି l ଓ କୌଣସି ସୁଫଳ ମିଳି ପାରିନାହିଁ ବୋଲି ଲୋକେ କହିଛନ୍ତି l ଏମିତି ଅନେକ ବର୍ଷ ହେଲା ଏହି ଉତକେଲା ଆଇ ଏମ ଏଫ ଏଲ ରୁ ନକଲି ବିଦେଶୀ ମଦ ତିଆରି କରି ବିଭିନ୍ନ ଗ୍ରାମ ଗୁଡିକରେ ଦିନରାତି ବେଧଡ଼କ ଭାବେ ବିକ୍ରି କରୁଛନ୍ତି ଓ ଏହି ଦୁଇ ଜଣ ଅଭିଯୁକ୍ତ ଙ୍କୁ ଚଳିତ ବର୍ଷ ଗତ ଫେବ୍ରୁଆରୀ ରେ କୋକୋମୁଣ୍ଡା ଛକ ନିକଟରେ ବିଦେଶୀ ମଦ ଧରି କୋର୍ଟ ଚାଲାଣ କରିଥିଲେ ହେଲେ କିଛି ଦିନପରେ ବାହାର କୁ ଆସି ପୁଣିଥରେ କାର୍ଯ୍ୟ ଆରମ୍ଭ କଲେଣି ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି । ଏନେଇ ଭବାନୀପାଟଣା ଅବକାରୀ ସହ ଉପନିରୀକ୍ଷକ ଜିଲ୍ଲା ଭ୍ରାମ୍ୟମାଣ ଗୋଷ୍ଟି ଚୋରା ବିଦେଶୀ ମଦ ଆସିଧରୁ ଥିବା ବେଳେ କେସିଙ୍ଗା ଅବକାରୀ ବିଭାଗ କୁମ୍ଭ କର୍ଣ୍ଣ ନିଦ୍ରାରେ ସୋଇପଡିଛି ବୋଲି ଲୋକେ ଅଭିଯୋଗ ଆଣିଛନ୍ତି I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page