ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶୋକସନ୍ତପ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଗତ କିଛି ଦିନ ହେବ ସେ ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଚିକିସôିତ ହେଉଥିବା ଅବସ୍ଥାରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଗୁରୁବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ତାଙ୍କର ଏହି ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଉତ୍ତମ ମହାନ୍ତି ଜଣେ ଓଡ଼ିଆ ସିନେମା ଜଗତର ତାରା ସଦୃଶ । ଦୀର୍ଘ ବର୍ଷ ଧରି ଓଡ଼ିଆସିନେପ୍ରେମୀଙ୍କ ପାଇଁ ତଥା ସିନେ ଜଗତର ଥିଲେ ଅପ୍ରତିଦ୍ୱନ୍ଦୀ ନାୟକ । ସେ ଥିଲେ ଓଡ଼ିଆ କଳା ଜଗତର ଆଇକନ । ସେ ବହୁ ଓଡ଼ିଆ ସିନେମାରେ ଅଭିନୟ କରି ନିଜର ଯାଦୁ ଛାଡ଼ିଯାଇଛନ୍ତି । ସେ ଚଳଚ୍ଚିତ୍ରକୁ ଏକ ଉଚ୍ଚସ୍ତରକୁ ନେଇଯାଇଛନ୍ତି । ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତ ପାଇଁ ଏକ ଅପୂରଣୀୟ ଘତି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପାଇଁ ସମବେଦନା ଜଣାଇଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page