ଉଦଯାପିତ ହେଲା ଏବିଭିପିର ଛାତ୍ର ଜୀବନ ଦର୍ଶନ

ଉତ୍କଳ ବିଶ୍ୱବିଦ୍ୟାଳୟରେ ହେଲା ନାଗରିକ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଛାତ୍ରଜୀବନ ଦର୍ଶନ (SEIL) ୨୦୨୫ରେ ଭାରତର ଅଷ୍ଟଲକ୍ଷ୍ମୀରୁ ରାଜ୍ୟରୁ ଆସିଥିବା ୨୯ ଜଣ ପ୍ରତିନିଧିମାନଙ୍କୁ ୨୪.୦୧.୨୦୨୫ ତାରିଖରୁ ୨୬.୦୧.୨୦୨୫ ତାରିଖ ମଧ୍ୟରେ ୩ ଦିନରେ କନକ ଭବନରେ ବିଭିନ୍ନ ଗଣମାଧ୍ୟମ ପରିଦର୍ଶନ , ଅନେକ ସପିଂ ମଲ, ଏକାମ୍ର ହାଟ, ପୁରୀ ଜିଲ୍ଲାର ନାଗାମଠ ଗ୍ରାମରେ ଗ୍ରାମ୍ୟ ଚାଲିଚଳନ ଅନୁଭବ କରି କୋଣାର୍କ ଚନ୍ଦ୍ରଭାଗା

ବେଳାଭୂମି ଭ୍ରମଣ କରିଥିଲେ ଏବଂ ଏଥିସହ ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ର ଐତିହ୍ୟ ଓ ଗାରିମାକୁ ଦର୍ଶନ କରି ପରିଶେଷରେ ଓଡ଼ିଶାର ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟି ରାତ୍ରୀଭୋଜନ ସାରିଥିଲେ। ଏଥିସହ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ SEIL ପ୍ରତିନିଧିମାନଙ୍କୁ ରାଜ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇ PARADE SHOW ଦେଖିବାକୁ ସୁଯୋଗ ମିଳିଥିଲା। ଏଥିସହ ସନ୍ଧ୍ୟାରେ ଉତ୍କଳ ବିଶ୍ବବିଦ୍ୟାଳୟସ୍ତିତ M.K.C.G Auditoriumରେ ନାଗରିକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ଡ଼ା ସୁରମା ପାଢ଼ୀ ଆସିବା ସହ NCC STATE DIRECTOR COL S.K.MOHANTY ଏବଂ ଏବିଭିପିର ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ S. Balakrishna ପ୍ରମୁଖ ଭାବେ ଅତିଥି ରୂପେ ଉପସ୍ଥିତ ଥିଲେ । ଏଥିରେ ଅଷ୍ଟଲକ୍ଷ୍ମି ରାଜ୍ୟରୁ ଆସିଥିବା ସମସ୍ତ ପ୍ରତିନିଧିଙ୍କୁ ସମ୍ମାନିତ କରଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି । ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ଡ଼ା ସୁରମା ପାଢ଼ୀ କହିଛନ୍ତି ଯେ ଏହି SEIL ମାଧ୍ୟମରେ ତାଙ୍କ ସାମାଜିକ ଜୀବନର ଶୁଭାରମ୍ଭ ହୋଇଥିଲା l ବିଦ୍ୟାର୍ଥୀ ପରିଷଦ ସତରେ ବ୍ୟକ୍ତିତ୍ୱ ବିକାଶର ଏନ୍ତୁଡ଼ି ଶାଳ ବୋଲି ବକ୍ତବ୍ୟ ରଖିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page