ଉଦଯାପିତ ହେଲା ୮ମ ଯଶୁଆପୁର ମହୋତ୍ସବ

ବାଲିଅନ୍ତା,୧୪|୨: ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ପଞ୍ଚାୟତ ଯଶୁଆପୁର ଠାରେ ଯଶୁଆପୁର ବିକାଶ ପରିଷଦ ପକ୍ଷରୁ ଆୟୋଜିତ ହେଉଥିବା ଦୁଇ ଦିନିଆ ୮ମ ଯଶୁଆପୁର ମହୋତ୍ସବ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସଂନ୍ଧ୍ୟାରେ ମୁଖ୍ୟଅତିଥି ରୂପେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡ. ଅରବିନ୍ଦ ଢ଼ାଲି ,

ଢେଙ୍କାନାଳ ବାଣିଜ୍ୟିକ ଟିକସ ଏବଂ ଜିଏସ୍ଟି ବିଭାଗର ଡେପ୍ୟିଟି କମିସନର ହରପ୍ରିୟା ମହାପାତ୍ର , ଜଗନ୍ନାଥ ବେହେରା, ଶିବ ମଲ୍ଲିକ, ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଯଶୁଆପୁର ବିକାଶ ପରିଷଦ ପକ୍ଷରୁ ଏପରି କାର୍ଯ୍ୟକ୍ରମ ମହୋତ୍ସବ ଆୟୋଜନ କରାଯାଇ ଜିଲ୍ଲା ତଥା ରଜ୍ୟର ଲୋକନୃତ୍ୟ ମହୋତ୍ସବରେ କଳାକାରଙ୍କୁ ପରିବେଷଣ କରିବାକୁ ସୁଯୋଗ ଦେଇଥିବାରୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ୧୫ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଆମ ଯଶୁଆପୁର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ମହୋତ୍ସବରେ ପ୍ରଳୟ କୁମାର ଦାସ ମଞ୍ଚ

ପରିଚାଳନା କରିଥିବା ବେଳେ ଯଶୁଆପୁର ବିକାଶ ପରିଷଦର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଭୁବନେଶ୍ୱରରୁ ଆସିଥିବା ନୃତ୍ୟ ସାଧନା ଅନୁଷ୍ଠାନର କଳାକାର ମାନଙ୍କ ଦ୍ବାରା ସମ୍ବଲପୁରୀ ଓ ମେଲୋଡି କାର୍ଯ୍ୟକ୍ରମ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ସାଜିଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page