ଉପଖଣ୍ଡ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’- ୨0୨୫ ଧର୍ମଗଡର ମା’ ଭଣ୍ଡାର ଘରଣୀ ମଞ୍ଚରେ ଅନୁଷ୍ଠିତ ହେବ

କଳାହାଣ୍ଡି,୪|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ୧୪ ତାରିଖରୁ ଭବାନୀପାଟଣାରେ ଜ଼ିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୪ ଦିନ ଧରି ପାଳନ ହେବାକୁ ଥିବା ବେଳେ ୧୫ ତାରିଖରୁ ୧୭ ଯାଏଁ ଧର୍ମଗଡ଼ରେ ୩ ଦିନ ଧରି ଉପଖଣ୍ଡ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ ହେବ । ଏଥିପାଇଁ ଧର୍ମଗଡ ବ୍ଲକ ସଭା ଗୃହରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ତଥା ଧର୍ମଗଡ଼ ଉତ୍ସବ କମିଟିର ଅଧ୍ୟକ୍ଷ ଧିମାନ ଚକମା ଏଥିରେ ଅଧ୍ୟକ୍ଷତା କରିଥିଲେ ବୈଠକରେ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗ ଦେଇଥିଲେ।ବୈଠକରେ ତହସିଲଦାର ସଞ୍ଜୟ ସାମନ୍ତରା, ବିଡ଼ିଓ ଶରତ ପାତ୍ର, ଉପଖଣ୍ଡ ପୁଲିସ ଅଧିକାରୀ ମନୋଜ ବେହେରା, ଏନଏସି ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା,ଏନଏସି ଉପାଧ୍ଯକ୍ଷା ମନୀଷା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ | ସେହିଭଳି ଧର୍ମଗଡ଼ ଥାନା ଅଧିକାରୀ ଦାମୋଦର ବିହାରୀ, ନିରଞ୍ଜନ ମହାପାତ୍ର, ହୃଷିକେଶ ମିଶ୍ର, ସୁଶ୍ରୀ ହୀରା ବାଗ, ସୁରେନ୍ଦ୍ର ମୁନି, ବିବେକ ମିଶ୍ର, ଲିଙ୍ଗରାଜ ପାତ୍ର, ମାଧବ ଲହଜକ, ଘନଶ୍ୟାମ ଅଗ୍ରୱାଲ ଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଓ କମିଟିର ସଦସ୍ୟ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଆଲୋଚନାରେ ଭାଗ ନେଇଥିଲେ | ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ ବୈଠକ ପରିଚାଳନା କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page