ଏସ ଆର ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ”SR TALENT HUNT” ପ୍ରତିଯୋଗିତାରେ ପୁରସ୍କାର ବିତରଣ ଉତ୍ସବ

ଭୁବନେଶ୍ଵର : ବିଜେବି ନଗର ସ୍ଥିତ ଏସ ଆର ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଆନୁକୂଲ୍ୟରେ ”SR TALENT HUNT” ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଅନୁଷ୍ଠାନର ନିର୍ଦେଶକ ତଥା ବିଜେବି ଜୁନିଅର କଲେଜର ପୂର୍ବତନ ଗଣିତ ଅଧ୍ୟାପକ ସତ୍ୟଜିତ ରାୟଙ୍କ ଅଧକ୍ଷତାରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ପଦାର୍ଥ ବିଜ୍ଞାନ ପ୍ରଧ୍ୟାପକ ଡକ୍ଟର ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଏବଂ ଇଂରାଜୀ ଅଧ୍ୟାପକ ଅମ୍ବିକା ପ୍ରସାଦ ମିଶ୍ର ଓ ପଦାର୍ଥ ବିଜ୍ଞାନ ର ଅଧ୍ୟାପକ ଶଳେନ୍ଦ୍ର ପରିଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଉକ୍ତ ପ୍ରତିଯୋଗିତାରେ ୧୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ତାଙ୍କ ମଧ୍ୟରୁ ଭାଗ୍ୟଶ୍ରୀ ପ୍ରିୟଦର୍ଶିନୀ , ସାଈଶ୍ଵରୀ ମହାପାତ୍ର , ଦିପ୍ତିମୟୀ ଧଳ ଯଥାକ୍ରମେ ପ୍ରଥମ , ଦ୍ଵିତୀୟ , ତୃତୀୟ ସ୍ଥାନ ଅଳଙ୍କୃତ ହୋଇ ମାନପତ୍ର ସହିତ ପ୍ରୋତ୍ସାହନ ରାଶି ୫୦୦୦ ଟ , ୨୦୦୦ ଟ , ୧୦୦୦ ଟ ଗ୍ରହଣ କରିଛନ୍ତି । ଏହା ସହିତ ଅନ୍ୟ ୧୫ ଜଣ ପ୍ରତିଯୋଗୀ ମେରିଟ ଆଧାରରେ ସାନ୍ତ୍ଵନା ମୂଳକ ପୁରସ୍କାର ୫୦୦ ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଇଅଛି । ଉକ୍ତ ସଭାକୁ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଅର୍ପିତା ପଟ୍ଟନାୟକ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ତାଙ୍କୁ ଅନୁଷ୍ଠାନର ସମ୍ପାଦକ ବିଶ୍ବଜିତ ରାୟ ଏବଂ ଅନୁଷ୍ଠାନର କର୍ମକର୍ତା ଅଜୟ ଜେନା ସହିତ +୨ ସମସ୍ତ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଜେବି ନଗର , ଭୁବନେଶ୍ଵର ସ୍ଥିତ ”ଏସ ଆର ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ” ଯୁକ୍ତ ୨ ବିଜ୍ଞାନ (ଏକାଦଶ ଓ ଦ୍ଵାଦଶ) ସହିତ ଜାତୀୟ ସ୍ତରରେ ହେଉଥିବା ବିଭିନ୍ନ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ କୋଚିଂ ସେବା କ୍ଷେତ୍ରରେ ନିଜର ନିଷ୍କର୍ଷତା ପ୍ରତିପାଦନ କରିଆସିଅଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page