ଐତିହାସିକ, ଗବେଷକ ଡ. ପ୍ରଫୁଲ ଚନ୍ଦ୍ର ତ୍ରିପାଠୀଙ୍କ“କଥା ବୀଥିକା” ଲୋକାର୍ପିତ

ଭୁବନେଶ୍ୱର: ବିଶିଷ୍ଟ ଐତିହାସିକ, ଗବେଷକ, ଓଡ଼ିଆ ଭାଷା ସାହିତ୍ୟ ର ଅତୁଳନୀୟ ପୁଜ୍ୟପୂଜା ପ୍ରାଣ ପ୍ରଫୁଲ ଚନ୍ଦ୍ର ତି୍ରପାଠୀଙ୍କ ୮୫ତମ ଶୁଭ ଜନ୍ମଦିବସ ଅବସରରେ, ବରିଷ୍ଠ ସାମ୍ବାଦିକ, ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଶା ନାଗରିକ ମହାମଂଚର ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀଙ୍କ ସଂଯୋଜନାରେ ପୁସ୍ତକ “କଥା ବୀଥିକା”ର ଶୁଭ ଉନ୍ମୋଚନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାନ ଆଧ୍ୟାମିôକ ସାରସ୍ୱତ ସାଧକ ବ୍ରହ୍ମା ନନ୍ଦ ସରସ୍ୱତୀ, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଡ. ଅଶୋକ କୁମାର ମହାପାତ୍ର, ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଡ. ଅଜିତ କୁମାର ତ୍ରିପାଠୀ, ବିଶିଷ୍ଟ ଅତିଥି ଭାବେ ସଂସ୍କୃତି ପୁରୁଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଶିଷ୍ଟ ସ୍ତମ୍ବକାର, ସାହିତି୍ୟକ ଦାସ ବେନହୁର, ଗବେଷକ, ସାହିତି୍ୟକ ଡ. ଅସିତ ମହାନ୍ତି, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ଉପସ୍ଥିତ ରହିବା ସହ ଶ୍ରୀଯୁକ୍ତ ତି୍ରପାଠୀଙ୍କ ଗବେଷଣାତ୍ମକ ତଥ୍ୟ, ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ପ୍ରତି ଥିବା ଅବଦାନ, ସାରସ୍ୱତ ସାଧନା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ “ଛାପା ଇତିହାସର ଅପ୍ରକଟ ତଥ୍ୟ” ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଗୀତା ବେହେରାଙ୍କ ଦ୍ୱାରା ଜୟଦେବ ସଂଗୀତ ପରିବେଷଣ ହୋଇଥିଲା । ବହୁ ଅନାଲୋଚିତ ତଥ୍ୟ ଯାହାକି ଅପ୍ରକାଶିତ ତାହାର ସଠିକ ଗବେଷଣା, ସତ୍ୟତା ଆଜିର ଗବେଷକମାନେ କରିବା ଆବଶ୍ୟକ ବୋଲି ପଦ୍ମଶ୍ରୀ ଡ. ମହାପାତ୍ରଙ୍କ ସହିତ ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ । ପାଇକ ସଂଗ୍ରାମ ହିଁ ଆମର ପ୍ରଥମ ମୁକ୍ତି ସଂଗ୍ରାମ ବୋଲି ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ସ୍ୱାମୀଜି କହିଥିଲେ ଯେ ପୁଜ୍ୟପୂଜା, ମାନବ ବାଦ, ସତ୍ୟ, ନିଷ୍ଠା ଓ ସୁଚରିତ୍ର ବ୍ୟକ୍ତି ପାଖରେ ରହିବା ଆବଶ୍ୟକ । ଡ. ତ୍ରିପାଠୀ ମତବ୍ୟକ୍ତ କରି କହିଥିଲେ ଯେ ଯେଉଁ ସାହିତ୍ୟର ଲକ୍ଷ୍ୟ ନିର୍ଦ୍ଦିଷ୍ଟ ନାହିଁ ତାହାର କୌଣସି ପ୍ରାସଙ୍ଗିକତା ନାହିଁ । ଡ. ତ୍ରିପାଠୀ ଙ୍କ ପରି ସାହିତ୍ୟ ଓ ଗବେଷଣା ଯୋଦ୍ଧା ଆଜିର ସମାଜରେ ବିରଳ । ଡ. ବେନେହୁର ମତବ୍ୟକ୍ତ କରିଥିଲେ ଯେ ଡ. ତ୍ରିପାଠୀ ସଂସ୍କୃତି, ଗବେଷଣା, ଦୃଷ୍ଟିଭଙ୍ଗୀ ପ୍ରମୁଖ ଥିଲା ଆବିସ୍ମରଣୀୟ । ଗୋଟିଏ ଜାତିକୁ ଯେପରି ଭାବେ ସମାଜରେ ଡ. ତ୍ରିପାଠୀ ଉପସ୍ଥାପିତ କରିଛନ୍ତି ବାସ୍ତବିକ ତାହା ଅବର୍ଣ୍ଣନୀୟ । ଡ. ଜ୍ଞାନେନ୍ଦ୍ର ପୁଜ୍ୟପୂଜା, ଉକôଳର ସଂସ୍କୃତି, ପରମ୍ପରାକୁ ଆଗେଇ ନେବା ପାଇଁ ମତବ୍ୟକ୍ତ କରିଥିଲେ । ପ୍ରାକ୍ତନ ମନ୍ତ୍ରୀ ଡ. ଢାଲି ପ୍ରଫୁଲ ବାବୁଙ୍କ ଗବେଷଣା, ତଥ୍ୟ, ଭାଷାପ୍ରାଣ ପ୍ରତି ଥିବା ଅବଦାନ କୁ ସ୍ମରଣ କରିଥିଲେ । ଏହି ଅବସରରେ ୧୧ଜଣ ସାରସ୍ୱତ ପ୍ରତିଭା ପ୍ରସନ୍ନ କୁମାର ସାହୁ, ବିଜୟ କୁମାର ଭଟ୍ଟ, ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ, ବିଜୟ କୁମାର, ସମାଜସେବୀ ସଞ୍ଜୟ ପରିଡ଼ା, ଅନପୂର୍ଣ୍ଣ ବିଶ୍ୱାଳ, ଖିରୋଦ ପଣ୍ଡା, କବିରାଜ ସାହୁ, ସ୍ୱାତୀ ସାହୁ, ଆନନ୍ଦରାଜ ଓ ସାମ୍ବାଦିକ ପ୍ରଶାନ୍ତ ଦାସଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମସ୍ତ ଅତିଥି ମାନେ ଡ. ତ୍ରିପାଠୀଙ୍କୁ ପଦ୍ମନାଭ ତ୍ରିପାଠୀ, ଡ. ପ୍ରଦୀପ କୁମାର ବିଶ୍ୱାଳ, ସଂଯୋଜକ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ବାପୁ ଓଝା ପ୍ରମୁଖ ପରିଚାଳନା କରିଥିଲେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରଫୁଲ ବାବୁଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page