ଓଡ଼ିଆ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବସନ୍ତ ସାହିତ୍ୟ ମହୋତ୍ସବ ଓ କବିତା ଆସର


ଗୋଲାମୁଣ୍ଡା,(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ସଶକ୍ତ ମହିଳା ଓ ସାହିତ୍ୟ କ୍ଷେତ୍ର ରେ ନାରୀ ମାନଙ୍କ ଅବଦାନକୁ ନେଇ ଅବସର ପ୍ରାପ୍ତ ବରିଷ୍ଠ ନାଗରିକମାନଙ୍କ ଦ୍ଵାରା ଏକ ଆଲୋଚନା ପର୍ବ ଓ କବିତା ଆସର ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଦିବା ୧୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ତନ୍ମୟ କୁମାର

ଦରୱାନ, ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି, ସମ୍ମାନିତ ଅତିଥି ରୂପେ ମମତା ଦାସ, ସହ -ଜିଲ୍ଲାପାଳ Dr. ବନମାଳୀ ମେହେର , ସହ -ଜିଲ୍ଲାପାଳ, Dr.ଅଜୟ ମିଶ୍ର, ଅବସର ପ୍ରାପ୍ତ ଅଧ୍ୟକ୍ଷ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ସମୀର କୁମାର ମହାପାତ୍ର ଯୋଗ ଦେଇଥିଲେ । ଶରତ ଚନ୍ଦ୍ର ନାୟକଙ୍କ  ସଭାପତିତ୍ବ ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ରେ ଅଧ୍ୟାପକ ଚନ୍ଦ୍ର ଶେଖର ଆଚରୀ, ମଳୟ ମୁଣ୍ଡ, ସଜେନ୍ଦ୍ର କୁମାର ସାହୁ, ମହମ୍ମଦ ବୁରହାନ, ପ୍ରମୁଖ ଉପସ୍ଥିତ ଥିଲେ । ବକ୍ତାମାନେ ନାରୀର ଭୂମିକା ସମ୍ପର୍କରେ ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ ସହିତ ସେମାନଙ୍କ ର ଦକ୍ଷତା ବିଷୟରେ ଆଲୋକପାତ କରିଥିଲେ । ଅତିଥିମାନେ କବି ଓ କବିୟତ୍ରି ମାନଙ୍କ ଦ୍ଵାରା ସ୍ୱ -ରଚିତ କବିତା ଶୁଣି ଆନନ୍ଦିତ ହୋଇଥିଲେ । କବିତା ଆସର ର ଅନ୍ୟ ପର୍ୟ୍ୟାୟରେ ସବିତା ପଟ୍ଟନାୟକ ମହିଳା ବିଭାଗ ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭାପତି ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ରୂପେ ମଞ୍ଜୁ ମେଧା ଗୁରୁ , କଳ୍ପନା ରଥ ତଥା ବିରଞ୍ଚି ନାରାୟଣ ମୁଣ୍ଡ ପ୍ରମୁଖ ଯୋଗ ଦେଇ କାର୍ୟ୍ୟକ୍ରମ ର ସଫଳତା ନିମନ୍ତେ କବି କବିୟତ୍ରୀ ମାନଙ୍କୁ ନିଜ ଅଭିଭାଷଣ ରେ ଉତ୍ସାହିତ କରିଥିଲେ । “ଶ୍ରେଷ୍ଠ କବୀୟତ୍ରି ଓ ସେବା ଶ୍ରୀ ସମ୍ମାନ -୨୦୨୫ ” ରେ ସୁଶ୍ରୀ ସଂଘମିତ୍ରା କାନୁନଗୋଙ୍କୁ ସମ୍ମାନିତ କରାଯାଇଥିଲା । କବି ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ କାର୍ତ୍ତିକେଶ୍ଵର ନନ୍ଦ, ସାମ୍ବାଦିକ ଜନ୍ମେଜୟ ନାଏକ, ଶିକ୍ଷାବିତ୍ କୁଞ୍ଜ ବିହାରୀ ପଟେଲ ସହ ଆହୁରି ଅନେକ କବିମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ସମୀର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ ରୂପ କେଶରୀ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page