ଓଡ଼ିଆ ଝିଅ ସମ୍ବେଦନାଙ୍କ ବିଶ୍ୱ ରେକର୍ଡ

ଭୁବନେଶ୍ୱର: ଓଡ଼ିଆ ଝିଅ ସମ୍ବେଦନା ମହାପାତ୍ର ବ୍ୟାଗରେ ଛବି ଆଙ୍କି ବିଶ୍ୱ ରେକର୍ଡର ଅଧିକାରିଣୀ ହୋଇପାରିଛନ୍ତି। ନୂଆଦିଲ୍ଲୀ ଠାରେ କଳାକାର ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ବିଷୟବସ୍ତୁ କୁ ନେଇ ୨୫୧ ଟି ବ୍ୟାଗ୍ ଅଙ୍କନ କରି ବିଶ୍ୱରେକର୍ଡ କରିଛନ୍ତି। ଏହି ଛବି ପରିବେଶ ଉପଯୋଗୀ ଓ ପ୍ଲାଷ୍ଟିକ୍ ବ୍ୟବହାର ଅପକାରିତାର ବାର୍ତ୍ତା ସମଗ୍ର ବିଶ୍ୱକୁ ଦେବ ବୋଲି ସମ୍ବେଦନା ମହାପାତ୍ର ପ୍ରକାଶ କରିଛନ୍ତି। ଅଂଚଳ ପାଇଁ ଗୌରବ ଆଣିଥିବା ସମ୍ବେଦନା ହେଉଛନ୍ତି ଓଡ଼ିଶା ଜଳସଂପଦ ବିଭାଗର ପ୍ରାକ୍ତନ ସର୍ବୋଚ୍ଚ ଯନ୍ତ୍ରୀ ଶତ୍ରୁଘ୍ନ ଦାସ ଓ ଡାକ୍ତର ପ୍ରଫେସର ନଳିନୀପ୍ରଭା ଦାସଙ୍କ ଝିଅ । ସେ ଭୂତମୁଣ୍ଡାଇ ଗ୍ରାମର ବିଶିଷ୍ଟ ବ୍ୟବସାୟୀ ପ୍ରଶାନ୍ତ କୁମାର ମହାପାତ୍ର ଓ ସମାଜସେବୀ ଦେବବାଳା ମହାପାତ୍ରଙ୍କ ବୋହୂ ଅଟନ୍ତି। ଏନେଇ ବିଭିନ୍ନ ଅଂଚଳରେ ତାଙ୍କର ପ୍ରଶଂସା କରାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page