ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “ଜ୍ୟୋତି କଳା ମନ୍ଦିର ଲିଙ୍ଗିପୁରର ବାର୍ଷିକ ଉତ୍ସବ

ଭୁବନେଶ୍ଵର ,୨୮/୦୮: ଚାରିଟେବଲ୍ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “ଜ୍ୟୋତି କଳା ମନ୍ଦିର ” ମୁଖ୍ୟାଳୟ – କାଲିଫର୍ଣ୍ଣିଆ, ଆମେରିକା ର ଓଡ଼ିଶା ଶାଖା ଲିଙ୍ଗିପୁର, ଭୁବନେଶ୍ବରର ବାର୍ଷିକ ଉତ୍ସବ ( ଜ୍ୟୋତି କଳା ମନ୍ଦିର ଓଡ଼ିଶୀ ସମ୍ମାନ) ୨୦୨୫ ଚଳିତ ମାସ ଅଗଷ୍ଟ ୨୮ ତାରିଖ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାବୁ ସିଂହ (ବିଧାୟକ ) ଏକାମ୍ର ଭୁବନେଶ୍ବର, ଡକ୍ଟର ଚନ୍ଦ୍ରଶେଖର ହୋତା (ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ତଥା ସଚିବ ), ସଂଗ୍ରାମ କେଶରୀ ପାଇକରାୟ (କାପୋଜ୍‌) ଓ ସୁଜାତା ମହାପାତ୍ର (ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡିଶୀ ନୃତ୍ୟାଙ୍ଗନା) ଆଦି ବିଶିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ଏହି ଅବସର ରେ ଗୁରୁ ଲକ୍ଷ୍ମୀକାନ୍ତ ପାଲିତ୍ ( ଓଡିଶୀ ସଙ୍ଗୀତ), ଗୁରୁ ରବି ନାରାୟଣ ପଣ୍ଡା ( ଓଡିଶୀ ମର୍ଦ୍ଦଳ ) ଏବଂ ଗୁରୁ ବିମ୍ବାଧର ଦାସ ( ଓଡିଶୀ ନୃତ୍ୟ ) ଙ୍କୁ ଜ୍ୟୋତି କଳା ମନ୍ଦିର ଓଡ଼ିଶୀ ସମ୍ମାନ ୨୦୨୫ ରେ ସମ୍ମାନିତ କରା ଯାଇଥିଲା ଓ ସଂନ୍ଧ୍ୟା ର ପ୍ରଥମ ଅର୍ଘ୍ୟରେ ଫାଉଣ୍ଡର/ଡାଇରେକ୍ଟର ଗୁରୁ ଜ୍ୟୋତି ରାଉତଙ୍କ ଦ୍ବାରା ଓଡ଼ିଆ ଅଭିନୟ “ଆସି ଘନ କାଳ ” ପ୍ରଥମେ ପରିବେଷଣ ହୋଇଥିଲା । ଏହି ଅଭିନୟ ଦର୍ଶକମାନଙ୍କୁ ମୋହିତ କରିଦେଇଥିଲା । ପରେ ପରେ ଗୁରୁ ଜ୍ୟୋତି ରାଉତଙ୍କ ନିର୍ଦ୍ଦେଶନାରେ ଆରମ୍ଭକାରି ପିଲାମାନଙ୍କ ଦ୍ବାରା “ଶିବ ମଙ୍ଗଳାଚରଣ” ଓ କନିଷ୍କ ବର୍ଗର ଶିଳ୍ପୀମାନଙ୍କ ଦ୍ବାରା “ଆନନ୍ଦ ଭୈରବୀ ପଲ୍ଲବୀ ” ପରିବେଷଣ ହୋଇଥିଲା । ଏହା ବେଶ ଚିତାକର୍ଷକ ଥିଲା ଓ ଜ୍ୟୋତି କଳା ମନ୍ଦିରଙ୍କ ବରିଷ୍ଠ ଛାତ୍ରୀ ମାନଙ୍କ ଦ୍ବାରା “ ଶିବ ତାଣ୍ଡବ ” ଏବଂ “ସଜ କଞ୍ଜ ନୟନା” ପରିବେଷଣ ହୋଇଥିଲା । ଏହା ଖୁବ୍ ହୃଦୟସ୍ପର୍ଶି ଥିଲା । ପରେପରେ ଜ୍ୟୋତି କଳା ମନ୍ଦିରଙ୍କ ନବୀନା ଛାତ୍ରୀ ମାନଙ୍କ ଦ୍ବାରା ସମ୍ବଲପୁରୀ ନୃତ୍ୟ ବି ପରିବେଷଣ ହୋଇଥିଲା । ଏହି ଅଦ୍ଭୁତ ପ୍ରଦର୍ଶନର ସୁନ୍ଦର ସମାପନ ସହିତ ସନ୍ଧ୍ୟାର ପଟଚିତ୍ର ଶେଷ ହୋଇଥିଲା । ଉକ୍ତ ବାର୍ଷିକ ଉତ୍ସବର ମଞ୍ଚ ପରିଚାଳନା କରିଥିଲେ ଶ୍ରୀନିବାସ ଘଟୁଆରୀ(ମିଲନ)।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page