ଭୁବନ: ସାରା ରାଜ୍ୟରେ ୭୯ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ମଧ୍ୟ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ । ଉକ୍ତ ଦିବସରେ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଏବଂ ପ୍ରଧାନ ଶିକ୍ଷକ ପ୍ରତାପ ସାହୁ, ସହକାରୀ ଶିକ୍ଷକ ସୁବ୍ରତ ବିଶ୍ୱାଳ,

ଛବିଳ ପରିଡ଼ା, ଶିକ୍ଷୟିତ୍ରୀ କବିତା ପୃଷ୍ଟି, ଚୁମୁକି ମାଝୀ, ଅର୍ପିତା ବେହେରା, ମାମିନା ରାଉତ, ମୁଖ୍ୟ ଅତିଥି ବୁଦ୍ଧିମନ୍ତ ରଣା, ସମ୍ମାନିତ ଅତିଥି ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତ, ସତ୍ୟବାଦୀ ରଣା ଏବଂ ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟର ସଂଯୋଜକ ସମାଜସେବୀ ତଥା ସାମ୍ବାଦିକ ବିମଳ କୁମାର ରଣାଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ଦିବସ ଅବସରରେ ବିଦ୍ୟାଳୟରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯିବା ସହ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏହାସହ ଉପସ୍ଥିତ ଅତିଥି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ସ୍ୱାଧିନତା ଦିବସ ପାଳନର ମହତ୍ୱ ଓ ଗୁରୁତ୍ୱ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟରେ ପତାକା ଉତ୍ତୋଳନ ପରେ ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ବାଦ୍ୟଯନ୍ତ୍ର ସହ ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମ ପରିକ୍ରାମ କରିବାବେଳେ ଜାତୀୟ ପତାକା ଧରି ଚାଲୁଥିବା ଦୃଶ୍ୟ ମନମୁଗ୍ଧକର ହୋଇଥିବାବେଳେ ବଂଦେ ଉତ୍କଳ ଜନନୀ ନାରା ମଧ୍ୟ ଦେଇଥିବା ଦେଖିବାକୁ ମିଳିଥିଲା । ଗ୍ରାମ ପରିକ୍ରମାବେଳେ ଗ୍ରାମର ମା’ ତାରିଣୀ ଯୁବକ ସଂଘ ତରଫରୁ ପିଲାମାନଙ୍କୁ ମିଷ୍ଠାନ ବଂଟନ କରାଯାଇଥବା ଦେଖିବାକୁ ମିଳିଥିଲା ।
ବିମଳ କୁମାର ରଣାଙ୍କ ରିପୋର୍ଟ , ଉତ୍କଳ ବୁଲେଟିନ