ଘୁମୁରା ୨0୨୫ ପାଳନ ପାଇଁ ଗଡ଼ିଲା ପ୍ରଚାର ରଥ

କଳାହାଣ୍ଡି, ୮/0୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲାର ଲୁପ୍ତ ପାଇଯାଉଥିବା କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଆୟୋଜିତ ହେଉଛି। ଏହି ଉତ୍ସବ ପ୍ରଥମେ ପଞ୍ଚାୟତ ସ୍ତରରେ ପାଳନ କରାଯାଉଛି । ପରେ ବ୍ଲକସ୍ତରୀୟ ଏବଂ ଶେଷରେ ଜିଲ୍ଲାସ୍ତରରେ ପାଳନ କରାଯାଇଥାଏ | ଏହି ପରିପ୍ରେକ୍ଷୀରେ ଧର୍ମଗଡ ଉପଖଣ୍ଡ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଜାନୁଆରୀ ୧୫, ୧୬, ୧୭ ରେ ଅନୁଷ୍ଠିତ ହେବ । ଏ ନେଇ ବୁଧବାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏକ ସଚେତନା ରଥର ଉଦ୍‌ଘାଟନ କରାଯାଇଛି। ୨୪ ଟି ପଞ୍ଚାୟତରେ ଏହା ପ୍ରଚାର ପ୍ରସାର କରିବ | ପ୍ରଚାର ରଥ ପ୍ରସାର କରିବା ଆଗରୁ ସ୍ଥାନୀୟ ଇଷ୍ଟଦେବୀ ମା’ଭଣ୍ଡାର ଘରଣୀଙ୍କ ପୂଜାର୍ଚନା ପରେ ଧର୍ମଗଡ ଉପଜ଼ିଲ୍ଲାପାଳ ତଥା ଉତ୍ସବ କମିଟିର ଅଧ୍ଯକ୍ଷ ଧିମାନ ଚକମା ସବୁଜ ପତାକା ହଲାଇ ପ୍ରଚାର ପ୍ରସାର ରଥକୁ ପରିଭ୍ରମଣ ପାଇଁ ଶୁଭାରମ୍ଭ କରିଥିଲେ |ଏହି କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ଉପ ସଭାପତି ବୈଦନାଥ ବେହେରା, କ୍ରୀଡା କମିଟିର ଅଧ୍ୟକ୍ଷ ସନ୍ତୋଷ ପାଣିଗ୍ରାହୀ, ଫାଇନାସ କମିଟିର ଉପାଧ୍ୟକ୍ଷା ତଥା ପୂର୍ବତନ ଏନଏସିର ଚ୍ୟାୟରମେନ ସୁଶ୍ରୀ ହୀରା ବାଗ, ଇଙ୍ଗିତ ପଣ୍ଡା, ଗ୍ରୀନରୁମ କମିଟିର ଉପ ସଭାପତି ବିଦ୍ୟାଧର ସାହୁଙ୍କ ସମେତ ବିଭିନ୍ନ ଗଣ ମାଧ୍ୟମ ର ପ୍ରତିନିଧି ଓ ପ୍ରଚାର ପ୍ରସାର କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ | ଆସନ୍ତା ତା. ୧୫, ୧୬, ୧୭ ରିଖ ୩ ଦିନ ଧରି ଧର୍ମଗଡ ଖେଳ ପଡିଆ ତଥା ମା, ଭଣ୍ଡାର ଘରଣୀ ମଞ୍ଚରେ ଉତ୍ସବର ମାହୋଲ ତଥା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକି ଉଠିବ |ଏହି ମଞ୍ଚରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମରେ ପ୍ରଥମ ରଜନୀ ରେ ସର୍ବେଶ୍ୱର ଭୋଇ ଓ ତାଙ୍କ ସାଥି ନିଜର କଳା ଅଭିନୟ ଦେଖାଇ ଦେଖଣା ହାରିଙ୍କ ମନ ମୋହିନେବେ | ଦ୍ୱତୀୟ ରାତ୍ରିରେ ରାଜଧାନୀ ଭୁବନେଶ୍ୱରର ଷ୍ଟାର କଳାକାର ବିଷ୍ଣୁ ମୋହନ କବି ଓ ସୌରଭ ନାଏକ ତାଙ୍କର କଳା ପ୍ରଦର୍ଶନ କରିବେ,ସେହିପରି ଶେଷ ରଙ୍ଗୀନ ରାତ୍ରିରେ ସୁପର ଡୁପର ଗାୟିକା ଅସୀମା ପଣ୍ଡା ଓ ତାଙ୍କ ସହପାଠି ବନ୍ଧୁମାନେ କଳାହାଣ୍ଡି ଉତ୍ସବ ର ମା ‘ଭଣ୍ଡାର ଘରଣୀ ମଞ୍ଚରେ ଗୀତ ର ସୁରେ ସୁରେ ଦର୍ଶକ ଙ୍କୁ ମନମୁଗ୍ଧ କରିବାର ସୁଯୋଗ ଦେବେ |ସେହିପରି ବିଭିନ୍ନ ଖେଳ କୁଦର କାର୍ଯ୍ୟକ୍ରମ ମାନ ରହିଛି ଯଥା -ବ୍ୟାଡ଼ମିଣ୍ଟନ, ଭଲିବଲ, ପ୍ରଦର୍ଶନୀ କ୍ରିକେଟ ପ୍ରତିଯୋଗିତା, (ପୁରୁଷ ଓ ମହିଳା ) ଭାର ଉତ୍ତୋଳନ, ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା, କବାଡି, ଯୋଗ, ହାଣ୍ଡି ଫଟା, ମହିଳା ମାନଙ୍କ ପାଇଁ ହୁଳହୁଳି, ଶଙ୍ଖ ଫୁଙ୍କା, ଝୋଟି, ରଙ୍ଗୋଲି ମେହେନ୍ଦି, ସିଲେଇ, ରୋଷେଇ ଆଦି ପ୍ରତି ଯୋଗିତା ମାନ ଆୟୋଜିତ ହେବ ବୋଲି ଧର୍ମଗଡ ଉପଖଣ୍ଡ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ କମିଟି ର ପ୍ରଚାର ପ୍ରସାର କମିଟି ର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ ବିଭିନ୍ନ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି|

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page