କାଂକେରି ଠାରେ ନୂତନ ବ୍ଲକ ସ୍ଥାପନ ନେଇ ଉପଜିଲ୍ଲାପାଳ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କଳାହାଣ୍ଡି,୩0|୧(ପ୍ୟାରିଲାଲ ଦୁର୍ଗା): ସରକାର ବ୍ଲକ ସମ୍ପ୍ରସାରଣ ନେଇ ସୂଚନା ଦେବା ପରେ ବ୍ଲକ ସ୍ଥାପନ ନେଇ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଜୋର ଧରିଥିବା ବେଳେ ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡ ପହିଲପାର ଅଞ୍ଚଳ ର କେନ୍ଦ୍ର ବିନ୍ଦୁ କାଙ୍କେରୀ ଠାରେ ନୂତନ ବ୍ଲକ ସ୍ଥାପନ ନେଇ ଗୁରୁବାର ଦିନ କ୍ରିୟାନୁଷ୍ଠାନ କମିଟି ର ଆହ୍ବାନ ରେ ୭ ଟି ପଞ୍ଚାୟତ ବାସୀ ଧର୍ମଗଡ଼ ଉପଜିଲ୍ଲାପାଳ ମାଧ୍ୟମରେ ଓଡିଶା ମୁଖ୍ୟମନ୍ତ୍ରୀ ଉଦ୍ଧେଶ୍ୟରେ ଏକ ଦାବୀ ପତ୍ର ଦେଇଛନ୍ତି।ବିରାଟ ପଟୁଆଲରେ ଏକ ରେଲି ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା।କ୍ରିୟାନୁଷ୍ଠାନ କମିଟି ଉପଜିଲ୍ଲାପାଳ ଅନୁପସ୍ଥିତି ରେ ସହକାରୀ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥି ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ।ଏହି ଦାବୀପତ୍ର ପ୍ରଦାନ ବେଳେ କାଙ୍କେରୀ, କନାଗାଁ, ଡୁମେରଗୁଡା, ଟିପିଗୁଡା, ସନ୍ଧିକୁଳିହାରୀ, ଖମାର ହଳଦୀ,ଛିଲିପା ପଞ୍ଚାୟତ ଆଦି ରହିଅଛି। ବିଗତ ସରକାର ଥିଲା ସମୟରେ ମଧ୍ୟ କାଙ୍କେରୀ ଠାରେ ନୂତନ ବ୍ଲକ ସ୍ଥାପନ ନେଇ ଦାବୀ କରିଥିବା ବେଳେ ସରକାର ତରଫରୁ ଅଫିସର ଆସି ଭିତ୍ତଭୂମି ଅନୁସନ୍ଧାନ କରି ସରକାର ଙ୍କୁ ପୋଜିଟିଭ୍ ରିପୋର୍ଟ ଦେଇଥିବା କ୍ରିୟାନୁଷ୍ଠାନ କମିଟିର ଆବାହକ କାଙ୍କେରୀ ସରପଞ୍ଚ ମମତା କେତକୀ ପ୍ରକାଶ କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ କାଙ୍କେରୀ ସରପଞ୍ଚ ମମତା କେତକୀ, ସମିତି ସଭ୍ୟା ଜ୍ୟୋତ୍ସ୍ନାମୟୀ ଛତ୍ରିଆ, କ୍ରିୟାନୁଷ୍ଠାନ କମିଟି ର ଅସ୍ଥାୟୀ ସଭାପତି ବିଶ୍ବନାଥ ଛତ୍ରିଆ, ସମ୍ପାଦକ ଶ୍ୟାମଘନ କେତକୀ, ମହେଶ୍ବର ସୁନାନୀ, ଭବେନ୍ଦ୍ର ଘି, ଲଳିତ ବାଗ, କୁମୁଦ ମେହେର, ଧୀରେନ୍ଦ୍ର ପୁରହିତ୍, ଦୟା କେତକୀ, ଶିମାନ ଛତ୍ରିଆ, ଦିଲୀପ ବାଗ, ବଂଶୀ କୈବର୍ଷ, ମନୁଧର କେତକୀ, ହରଦିପ, ସୁଧୂର ପ୍ରମୁଖ ଉପସ୍ଥିତ ରହିଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page