ରାଜସୁନାଖଳା ମହୋତ୍ସବରେ ସରପଞ୍ଚ ସମ୍ମାନିତ 

ଖୋର୍ଦ୍ଧା: ରାଜସୁନାଖଳା ମହୋତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି I ରାଜସୁନାଖଳା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ଗ୍ରାମ ପଂଚାୟତର ସରପଞ୍ଚ ତଥା ମହିମା ସେବା ଫାଉଣ୍ଡେସନର ଉପଦେଷ୍ଟା ସମାଜସେବୀ ପ୍ରଦୀପ କୁମାର ବାରିକଙ୍କୁ ମୁଖ୍ୟ ଅତିଥି ଓଡିଶା ବିଧାନସଭା ବାଚସ୍ପତି ମାନନୀୟା ସୁରମା ପାଢ଼ୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ I ସମାଜସେବା ତଥା ପଂଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ଉକ୍ତ ସମ୍ବର୍ଦ୍ଧନା ତାଙ୍କୁ ପ୍ରଦାନ କରାଯିବା ସହିତ ଉତ୍କଳର କଳା, ସଂସ୍କୃତି, ପରମ୍ପରାକୁ ଆଗେଇ ନେବାରେ ଏହିପରି ମହୋତ୍ସବର ଆବଶ୍ୟକତା ଅଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସମାଜସେବୀ ତଥା ଫାଉଣ୍ଡେସନର ସଭାପତି ନାରାୟଣ ଖୁଣ୍ଟିଆ ଜଣାଇଛନ୍ତି I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page