ବଜାରରେ ନୂଆ ମାରୁତି ଡିଜାୟାର ଲଞ୍ଚ

ନୂଆଦିଲ୍ଲୀ: ନଭେମ୍ବରରେ ଭାରତୀୟ ବଜାରରେ ନୂଆ ମାରୁତି ଡିଜାୟାର ଲଞ୍ଚ କରାଯାଇଥିଲା | ଏହି କାରର ଲଞ୍ଚ ହେବାର ଏକ ମାସ ବିତି ନଥିଲେ ମଧ୍ୟ ୩୦ ହଜାରରୁ ଅଧିକ ୟୁନିଟ୍ ପାଇଁ ବୁକିଂ କରାଯାଇଛି। ମାରୁତି ପ୍ରତିଦିନ ଡିଜାୟାରର ନୂତନ ଜେନେରେସନ ମଡେଲର ପ୍ରାୟ ୧୦୦୦ ଗାଡି ପାଇଁ ବୁକିଂ କରୁଛି  | ମାରୁତି ପକ୍ଷରୁ କୁହାଯାଇଛି ଯେ ପୂର୍ବ ମଡେଲ ତୁଳନାରେ ପ୍ରତିଦିନ ପ୍ରାୟ ଦୁଇଗୁଣ ବୁକିଂ ଚାଲିଛି। କାରରେ ଲୋକଙ୍କ ସୁରକ୍ଷା ପ୍ରତି ସର୍ବାଧିକ ଧ୍ୟାନ ଦେଇଛି  | ଏହି କାରରେ ୬ଟି ଏୟାରବ୍ୟାଗ ସହ ଗାଡିରେ ଇବିଡ଼ି ମଧ୍ୟ ଯୋଗାଇ ଦିଆଯାଉଛି | ୩୬୦-ଡିଗ୍ରୀ କ୍ୟାମେରା ସହିତ ଏହି କାରରେ କ୍ରୁଜ୍ କଣ୍ଟ୍ରୋଲର ବୈଶିଷ୍ଟ୍ୟ ମଧ୍ୟ ପ୍ରଦାନ କରାଯାଇଛି | ନୂତନ ଡିଜାଇରର ଏକ୍ସ-ସୋରୁମ୍ ମୂଲ୍ୟ ୬.୭୯ ଲକ୍ଷରୁ ଆରମ୍ଭ ଏବଂ ଏହାର ଟପ୍ ମଡେଲର ମୂଲ୍ୟ ୧୦.୧୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି | ଡିଜାଇରରେ ଅନେକ ନୂତନ ବୈଶିଷ୍ଟ୍ୟ ଅନ୍ତର୍ଭୂକ୍ତ ହୋଇଥିଲେ ମଧ୍ୟ ଏହି କାରର ମୂଲ୍ୟ ୭ ଲକ୍ଷ ଟଙ୍କା ମଧ୍ୟରେ ରହିଛି | ମାରୁତି ପ୍ରତିଦିନ ଡିଜାୟାରର ନୂତନ ଜେନେରେସନ ମଡେଲର ପ୍ରାୟ ୧୦୦୦ ଗାଡି ପାଇଁ ବୁକିଂ କରୁଛି  | ଅଟୋମେକର୍ସ ଏପର୍ଯ୍ୟନ୍ତ ପାଞ୍ଚ ହଜାରରୁ ଅଧିକ ୟୁନିଟ୍ ବିତରଣ କରିସାରିଛି । ବର୍ତ୍ତମାନ, ଏହି ମାରୁତି ଯାନର ଅପେକ୍ଷା ସମୟ ପ୍ରାୟ ତିନି ମାସରେ ପହଞ୍ଚିଛି |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News