କାଳ ବୈଶାଖୀ ରେ ଉଡ଼ିଲା ଛପର, ସହାୟତା ଅପେକ୍ଷାରେ ହିତାଧିକାରୀ

ଦାରିଙ୍ଗବାଡି: ଗତ ରାତ୍ରୀରେ କାଳ ବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳିଛି, ଏପରି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମଣିପୁର ଅଞ୍ଚଳରେ । ବିଳମ୍ବିତ ରାତିରେ ହଠାତ ବର୍ଷା ଓ ପବନ ଯୋଗୁ ଏକାଧିକ ଲୋକଙ୍କ ଘରର ଛପର ଉଡିବା ସହ ଆଜବେଷ୍ଟସ ଉଡି ଭାଙ୍ଗି ନଷ୍ଟ ହୋଇଛି। ସୂଚନା ଯେ ପ୍ରତିଦିନ ଭଳି ଲୋକମାନେ ରାତିରେ ଖାଇ ପିଇ ଶୋଇପଡ଼ିଥିଲେ। ହଠାତ ବିଳମ୍ବିତ ରାତିରେ କେହି କିଛି ବୁଝିବା ଆଗରୁ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ହୋଇଥିଲା। ଫଳରେ ଉକ୍ତ ଗ୍ରାମର ମାଙ୍ଗେରା ପ୍ରଧାନ, ରୁପେନ୍ଦ୍ର ପ୍ରଧାନ , ସୁକିରାମ ପ୍ରଧାନ , ପପୁ ପ୍ରଧାନ, ଦିବ୍ୟାଙ୍ଗ ବ୍ୟକ୍ତି ରାଧାନାଥ ପ୍ରଧାନଙ୍କ ଘରର ଛପର ଉଡିବା ସହ ବର୍ଷା କାରଣରୁ ଘରର ଅନେକ ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ସେମାନେ ଏବେ ବେସାହାରା ହୋଇ ରହିଛନ୍ତି । ମଣିପୁର ଗ୍ରାମଟି କନ୍ଧମାଳ ଓ ଗଞ୍ଜାମ ସୀମାବର୍ତ୍ତୀ ଅଞ୍ଚଳରେ ରହିଛି। ସବୁ ଉଜୁଡି ଯିବା ପରେ କ୍ଷତିଗ୍ରସ୍ତ ପରିବାର ଲୋକେ ପ୍ରଶାସନ ର ସହାୟତା ଅପେକ୍ଷାରେ ରହିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page