କେନ୍ଦୁପାଣି ଠାରେ ବିଜେପି ର ଗାଁ କୁ ଚାଲ ଅଭିଯାନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ କେନ୍ଦୁପାଣି ଗାଁ ରେ ଗୁରୁବାର ସକାଳ ୧୧ ଟା ରେ ବିଜେପି ର ଗାଁ କୁ ଚାଲ ଅଭିଯାନ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଜେପି ଗୋଲାମୁଣ୍ଡା ମଣ୍ଡଳ ପ୍ରତିନିଧି ପ୍ରଦୀପ ପଣ୍ଡା, ମଣ୍ଡଳ ସଭାପତି ବୈଶାଖୁ କେତକୀ, ଯୁବ ନେତା ସମୀର ସାହୁ , ପୂର୍ବତନ ଜିଲ୍ଲାପରିଷଦ ବୃଷଭ ନାଏକ,ଗୋଲାମୁଣ୍ଡା ସମିତି ସଭ୍ୟା ପ୍ରତିନିଧି ସୁବାଷ ନାଏକ,ଦଶପୁର ସମିତି ସଭ୍ୟ ଦୁର୍ଗେଶ୍ୱର ସାହୁ,ଅଗସ୍ତି ମାଝୀ ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ଏଥିରେ ଅଞ୍ଚଳର ଶତାଧିକ ବିଜେପି କର୍ମି ଉପସ୍ଥିତ ଥିଲେ। ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ ଯୋଜନା ସବୁ ତୃଣମୂଳ ସ୍ତରରେ ଜନସାଧାରଣ ଙ୍କ ପାଖକୁ ପହଞ୍ଚାଇ ଯୋଜନା ର କିଭଳି ଲାଭ ବାନ ହେବେ ସେ ନେଇ ଗାଁ ଗାଁ ରେ ସଚେତନ କରିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବ୍ଲକ ଅଧ୍ୟକ୍ଷ ପ୍ରକାଶ କରିଥିଲେ। ଏଥିରେ ବୁଥ୍ ସ୍ତରରେ ସଂଗଠନ ପର୍ବ ମାଧ୍ୟମରେ ନୂଆ କାର୍ଯ୍ୟକର୍ତ୍ତା ଯୋଡ଼ି ଦଳୀୟ ସଂଗଠନ କୁ ତୃଣମୂଳ ସ୍ତରରେ ସୁଦୃଢ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page