ଭୁବେନଶ୍ୱର/କଟକ: ଦେଶର ଅଗ୍ରଣୀ ସ୍ପୋଟର୍ସ ଓ ଆଥିଲିଜର ଫୁଟଓୟାର ବ୍ରାଣ୍ଡ କ୍ୟାମ୍ପସ ଆକ୍ଟିଭ ଓୟାର ପକ୍ଷରୁ ଜାତୀୟ ପୁରସ୍କାର ବିଜୟିନୀ ବଲିଉଡ ଅଭିନେତ୍ରୀ କ୍ରୀତି ସାନନଙ୍କୁ କମ୍ପାନିର ମହିଳା ବର୍ଗର ଉତ୍ପାଦ ପାଇଁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଘୋଷଣା କରାଯାଇଛି। ଏହି ସହଯୋଗିତା କେବଳ ଏକ ବ୍ରାଣ୍ଡ ଓ ସେଲିବ୍ରିଟି ଭିତରେ ସହଯୋଗିତା ନୁହେଁ, ଏହା ହେଉଛି ଭାରତରେ ମହିଳା ଫୁଟଓୟାର ବର୍ଗର ଭବିଷ୍ୟତ ଗଠନ କରିବା ପାଇଁ କ୍ୟାମ୍ପସର ରହିଥିବା ଲକ୍ଷ୍ୟର ପ୍ରତିଫଳନ। କ୍ରୀତି ସେନନ ନିଜର ସାହସିକ କ୍ୟାରିୟର ଚୟନ, ବିବିଧ ଭୂମିକାରେ ଅଭିନୟ କରିବା ଏବଂ ଆଜିର ମହିଳାର ମହିଳାମାନଙ୍କ ଭାବର ପ୍ରତିଫଳନ ଭାବେ ପରିଚିତ। ଜଣେ ଇଞ୍ଜିନିୟରିଂ ସ୍ନାତକରୁ ସେ ଭାରତର ଅନ୍ୟତମ ପସନ୍ଦର ଅଭିନେତ୍ରୀର ପରିଣତ ହୋଇପାରିଛନ୍ତି। ସେ ହେଉଛନ୍ତି ନିଷ୍ଠା, ବ୍ୟକ୍ତିତ୍ୱ ଓ ଷ୍ଟାଇଲ ପାଇଁ ପ୍ରେରଣା। ଅନ୍ୟପକ୍ଷରେ ସ୍ନିକରକୁ ଲୋକଙ୍କ ନିକଟତର କରିବାରେ କ୍ୟାମ୍ପସ ଆକ୍ଟିଭଓୟାର ଅଗ୍ରଣୀ ରହିଛି। ବିଗତ ବଷର୍ଗୁଡ଼ିକରେ ଏହି ପ୍ରତିବଦ୍ଧତା ବଳରେ କମ୍ପାନିର ମହିଳା ପୋଟେର୍ଫାଲିଓରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। କ୍ରୀତି ସେନନଙ୍କୁ ନିଯୁକ୍ତ କରିବା ହେଉଛି ଏହି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ସହଯୋଗିତା ସମ୍ପର୍କରେ କ୍ୟାମ୍ପସ ଆକ୍ଟିଭଓୟାର ଲିମିଟେଡର ସିଇଓ ଓ ପୂଣ୍ଣର୍କାଳୀନ ନିର୍ଦ୍ଦେଶକ ନିଖିଲ ଅଗ୍ରୱାଲ କହିଛନ୍ତି ଯେ, “କ୍ୟାମ୍ପସର ମହିଳା ବର୍ଗ ପାଇଁ କ୍ରୀତି ସେନନଙ୍କୁ ଚେହେରା ଭାବେ ଘୋଷଣା କରି ଆମେ ରୋମାଂଚିତ। ତାଙ୍କ ଆକାଂକ୍ଷା, ବିବିଧତା ଓ ଅସଲିପଣ ଆଜିର ଭାରତୀୟ ମହିଳାଙ୍କ ଭାବକୁ ତୋଳି ଧରିଛି ଏବଂ ଏହି ବର୍ଗ ପାଇଁ ଆମ ଲକ୍ଷ୍ୟ ସହ ସମନ୍ୱିତ ରହିଛି। ଆମ ପାଇଁ ମହିଳା ସ୍ପୋଟର୍ସ ଓ ଆଥିଲିଜର ଅଭିବୃଦ୍ଧି ବଢ଼ାଇବାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ଏବଂ ଲୋକମାନଙ୍କ ସହ ଯୋଡି ହେବାରେ କ୍ରୀତିଙ୍କ ଦକ୍ଷତାକୁ ନେଇ ଆମେ ଏହି ଧାରା ବଜାୟ ରଖିବା ସହିତ ଆମର ଡିଜାଇନ ପରିଭାଷାରେ ଉନ୍ନତି ଆଣିବା, ମହିଳାମାନଙ୍କ ପାଇଁ ନବସୃଜନ ପ୍ରଦାନ କରିବା ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ବର୍ଗରେ କ୍ୟାମ୍ପସର ଅଗ୍ରଣୀ ସ୍ଥାନକୁ ସୁଦୃଢ଼ କରିବାକୁ ଚାହୁଛୁ।” ଏହି ସହଯୋଗିତା ସମ୍ପର୍କର୍ରେ କ୍ରୀତି କହିଛନ୍ତି ଯେ, “ଆପଣ ଯାହା, ଆପଣଙ୍କୁ ଯାହା କୁହାଯାଉଛି ତାହା ନୁହେଁ, ତାହା ଆପଣଙ୍କ ଷ୍ଟାଇଲ ପରିପ୍ରକାଶ କରିବା ଦରକାର ଉପରେ ମୋର ସବର୍ଦା ବିଶ୍ୱାସ ରହିଛି। ମୋ ପାଇଁ ବିଶିଷ୍ଟ ଭାରତୀୟ ସ୍ନିକର ବ୍ରାଣ୍ଡ କ୍ୟାମ୍ପସ ସେହି ବିଶ୍ୱାସର ପ୍ରତୀକ ଯାହା ଫୁଟଓୟାରକୁ ମହିଳାମାନଙ୍କ ଭଳି ବିବିଧ ଭୂମିକା ନିର୍ବାହ କରିବା ଓ ଆରାମ ଓ ଷ୍ଟାଇଳ ପ୍ରଦାନ କରିବା ଭଳି ପ୍ରସ୍ତୁତ କରାଯାଇଛି। କ୍ୟାମ୍ପସ ପରିବାର ସହ ଏବଂ ଏକ ଲକ୍ଷ୍ୟ ଯାହା ନିଜର ଭଳି ଲାଗୁଛି ତାହା ସହ ଯୋଡ଼ି ହୋଇ ମୁଁ ବେଶ ଉତ୍ସାହିତ ଯାହା ବ୍ୟକ୍ତିତ୍ୱର ଭାବକୁ ପାଳନ କରୁଥିବା େବେଳ ନିଜ ବିନା ଦ୍ୱିଧାରେ ନିଜ ପାଇଁ ଚୟନ କରିବା ଲାଗି ମହିଳାମାନଙ୍କୁ ଅନୁପ୍ରାଣିତ କରିବ।”
କ୍ୟାମ୍ପସ ଆକ୍ଟିଭଓୟାର ପକ୍ଷରୁ ମହିଳା ବର୍ଗ ପାଇଁ କ୍ରୀତି ସାନନଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର ଘୋଷଣା
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ମାଇଲଖୁଣ୍ଟ ସ୍ଥାପନ କଲା ଓଁ ଶିବ ବାବା ଟ୍ରଷ୍ଟ
ଓଡ଼ିଶାର ଅଗ୍ରଣୀ ସୋଲାର ଭେଣ୍ଡର ଭାବେ ପରିଚିତ ଓଁ ଶିବ ବାବା ଟ୍ରଷ୍ଟ ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସୋଲାର ସେବା ଯୋଗାଇବା କ୍ଷେତ୍ରରେ ମାଇଲ୍ଖୁଣ୍ଟ ସ୍ଥାପନ କରିଛି l ଏହି ଟ୍ରଷ୍ଟ ଏଯାବତ ୭୫୦ରୁ ଉର୍ଦ୍ଧ୍ବ ସୋଲାର ପ୍ୟାନେଲ
ରାଜ୍ୟସ୍ତରୀୟ ଶ୍ରୀ ପଞ୍ଚରତ୍ନ ଶ୍ରୀମଦ ଭଗବଦ ଗୀତା ପ୍ରଚାର ସଂଘ ଓଡିଶାର ପ୍ରଥମ ବାର୍ଷିକ ଉତ୍ସବ
ବୋଲଗଡ: (ଅଖିଳ ସୁନ୍ଦରାୟ) ଗତ ତା ୨୨.୦୨.୨୦୨୬ ରିଖ ରବିବାର ଦିନ ରାଜ୍ୟ ସ୍ତରୀୟ ପଞ୍ଚରତ୍ନ ଶ୍ରୀମଦ୍ ଭଗବଦ୍ ଗୀତା ପ୍ରଚାର ସଂଘ ଓଡ଼ିଶା ତରଫରୁ ଏକ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି। ଓଡ଼ିଶାର ପ୍ରତି କୋଣ
ଆସୁଛି ଲଗାତାର ଦୁଇଟି ଲଘୁଚାପ, ଧୋଇଯିବ କି ଦଶହରା ?
ଆଜି ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ ଦିଗ ଆଡ଼କୁ ଗତି କରିବ । ଆସନ୍ତାକାଲି (26 ତାରିଖ) ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର
ଓଡିଶାରୁ ଗୁଜରାଟ: ବ୍ରହ୍ମପୁରରୁ ସୁରଟ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ସେବାର ଶୁଭାରମ୍ଭ
ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଗୁଜରାଟର ଏକାଧିକ ପ୍ରମୁଖ ଜିଲ୍ଲାକୁ ସଂଯୋଗ କରୁଥିବା ବ୍ରହ୍ମପୁର ଏବଂ ସୁରଟ (ଉଧନା) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ସେବା ଘୋଷଣା କରିଛି ଭାରତୀୟ ରେଳବାଇ । ଏହି ନୂତନ ଟ୍ରେନ୍ ସେବା
ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହେଲା ଟିପିଏସ୍ଓଡିଏଲ୍
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହୋଇଛି। ଅର୍ଗାନିକ୍ ଫିଙ୍ଗର୍ ମିଲେଟକୁ ପ୍ରୋତ୍ସାହନ ଯୋଗାଉଥିବାରୁ ଶକ୍ତି ବର୍ଗରେ ଟିପିଏସ୍ଓଡିଏଲକୁ ଏହି ପୁରସ୍କାର ମିଳିଛି। ଏହି ପୁରସ୍କାର ଦକ୍ଷିଣ
ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ବିଦେଶ ଗ୍ରସ୍ତ
ଭୁବନେଶ୍ୱର: ସ୍ଥାନୀୟ ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ନୃତ୍ୟନିପୁଣାର ନୃତ୍ୟଶିଳ୍ପୀ ଅର୍ଚ୍ଚିତା ପ୍ରଧାନ, ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର ଏବଂ ନିର୍ଦ୍ଦେଶିକା ଡଃ ପ୍ରିୟଙ୍କା ମିଶ୍ରଙ୍କ ଦୁବାଇ ଗ୍ରସ୍ତ । ଅନୁଷ୍ଠାନ ର ନୃତ୍ୟାଙ୍ଗନାମାନେ ଦୁବାଇର AI AJYAL THEATRE ଠାରେ ଓଡ଼ିଶୀ
ସାରସ୍ୱତ ସାଧିକା ଇନ୍ଦିରା ପଟ୍ଟନାୟକଙ୍କ ବିୟୋଗ
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ସମାଜର ପୂର୍ବତନ ସମ୍ପାଦକ ବହୁମୁଖି ବ୍ୟକ୍ତିତ୍ୱର ଅଧିକାରୀ ପ୍ରଦୋଷ ପଟନାୟକଙ୍କ ସହଧର୍ମିଣୀ ତଥା ବରିଷ୍ଠ ସମାଜସେବିକା, ଉକôଳ ମହିଳା ସମିତିର ଆଜୀବନ ସଦସ୍ୟା, ପୂଜ୍ୟ ପୂଜା ପ୍ରାଣ, ସମାଜ ସଂସ୍କାରିକା ଇନ୍ଦିରା ପଟ୍ଟନାୟକଙ୍କ ୭୦ ବର୍ଷ
ଶୁଭିଲାଣି କୁଶଭଦ୍ରାର ସ୍ୱର, ଉପମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର
ଭୁବନେଶ୍ୱର: କୁଶଭଦ୍ରାର ଖନନ, ସୁରକ୍ଷା ଓ ସୌନ୍ଦର୍ଯ୍ୟ ଅଭିବୃଦ୍ଧିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ସରକାରୀ ବାସଭବନରେ ଭେଟିଛି କୁଶଭଦ୍ରା କାନ୍ଦୁଛି ପରିବାର । ନିମାପଡ଼ାର ଜୀବନ ରେଖା କୁଶଭଦ୍ରାର ହୃତଗୌରବ ଫେରାଇ ଆଣିବା ଦିଗରେ ୭ଗୋଟି ଦାବିକୁ ଉତଥାପନ
ଚର୍ଚ୍ଚାରେ ରାଜଧାନୀ ଗଛ ଗଣେଶ
ପବିତ୍ର ଗଣେଶ ପୂଜା । ଧରାବତରଣ କରିଛନ୍ତି ଅଗ୍ରପୂଜ୍ୟ ଗଜାନନ । ଆଉ ଗଜାନନଂକ ପୂଜାକୁ ନେଇ ଆଉ ଗାଁଠୁ ସହର ଚଳଚଂଚଳ ହେଉଥିବା ବେବେଳେ ରାଜଧାନୀ ଭୁବନେଶ୍ୱରରେ ବି ଗଣେଶ ପୂଜା ବେଶ ଧୁମଧାମରେ ପାଳନ ହେଉଛି । ବର୍ଷାରେ
ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ
ପୁରୀ: ଜିଲ୍ଲାର ବଳଙ୍ଗା ନାବାଳିକାଙ୍କ ଦିଲ୍ଲୀ ଏମ୍ସରେ ମୃତ୍ୟୁ ପରେ ଆଜି ପୈତୃକ ଗାଁ ବାୟାବରରେ ଶେଷ ହେଲା ଅନ୍ତିମ ସଂସ୍କାର । ବାୟାବର ନୂଆ ଗୋପାଳପୁରରେ ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତକାଲି (ରବିବାର) ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା
Politics
Entertainment
ପଖାଳ ଦିବସ