ଜିଓ ଆଣିବାକୁ ଯାଉଛି ଇଲେକ୍ଟ୍ରିକ୍ ସାଇକେଲ , ଦେଶରେ ଗଡ଼ିବ ଜିଓ ସାଇକେଲ୍
ଜିଓ ଇଲେକ୍ଟ୍ରିକ୍ ସାଇକେଲ ଖୁବ୍ ଶୀଘ୍ର ବଜାର ପ୍ରବେଶ କରିବାକୁ ଯାଉଛି। କଣ ରହିଛି ଏହି ଜିଓ ବ୍ୟାଟେରୀ ସାଇକେଲ୍ ଜାଣନ୍ତୁ। କଣ ରହିଛି ଏହାର ସ୍ୱତନ୍ତ୍ରତା, କେମିତି କରିବେ ଏହାର ବ୍ୟବହାର ଓ କେତେ ମୂଲ୍ୟରେ ମିଳିବ ଏହି ଜିଓ ଇ ସାଇକେଲ। ଜାଣିନିଅନ୍ତୁ। ଟେଲିକମ୍ୟୁନିକେସନ୍ କ୍ଷେତ୍ରରେ ବିପ୍ଳବ ଆଣିଥିବା ଜିଓ ଏବେ ସମସ୍ତ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଯାଉଛି। ପୋଷାକ ଠାରୁ ଆରମ୍ଭ କରି ପେଟ୍ରୋଲ ପର୍ଯ୍ୟନ୍ତ ଜିଓ ବ୍ରାଣ୍ଡ ସବୁ କ୍ଷେତ୍ରରେ ଦେଶରେ ନିଜର ବିଜନେସ୍ ଜାରି ରଖିଥିବାବେଳେ ଏବେ ଜିଓ ମଧ୍ୟ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କ୍ଷେତ୍ରରେ ପ୍ରବେଶ କରିବାକୁ ଯୋଜନା କରୁଥିବା ଜଣାପଡିଛି। ରିଲାଏନ୍ସ ଜିଓ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କ୍ଷେତ୍ରରେ ପ୍ରବେଶ କରିବାକୁ ସମସ୍ତ ଯୋଜନା ଆରମ୍ଭ କରିଦେଇଥିବା ଜଣାପଡିଛି। ଏହାକୁ ନେଇ ଚଳିତ ବର୍ଷ ଶେଷ ସୁଦ୍ଧା ଜିଓ ଇଲେକ୍ଟ୍ରିକ୍ ସାଇକେଲ ଲଞ୍ଚ କରିବାର ଆଶା ରଖିଛି ରିଲାଏନ୍ସ ଗ୍ରୁପ୍। ଏହି ଇ-ବାଇକ ଦୈନନ୍ଦିନ ଯାତାୟାତ ପାଇଁ ବହୁତ ଉପଯୋଗୀ ହୋଇପାରିବ ବୋଲି କୁହାଯାଉଛି। ଏହାକୁ ନେଇ ରିଲାଏନ୍ସ ଏ ସମ୍ପର୍କରେ କୌଣସି ବିଧିବଦ୍ଧ ଭାବେ ଘୋଷଣା କରିନଥିବା ଜଣାପଡିଛି। ତେବେ ଏହି ଇ ସାଇକେଲକୁ ନେଇ କିଛି ବୈଶିଷ୍ଟ୍ୟ ଏବଂ ଏହାର ସମ୍ଭାବ୍ୟ ମୂଲ୍ୟ ବିବରଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖାଦେଇଛି। ଜିଓ ଇଲେକ୍ଟ୍ରିକ୍ ସାଇକେଲ ଅଧିକ ମାଇଲେଜ୍ ଦେବା ସହ ଖୁବ୍ ଆରାମ ଦାୟକ ହୋଇପାରିବ ବୋଲି ଜଣାପଡିଛି। ଏହି ଇ-ସାଇକେଲ ପାଖାପାଖି ୪୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ ବୋଲି ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ବ୍ୟତୀତ, ଏହି ସାଇକେଲକୁ ଜଣେ ମାତ୍ର ଚଳାଇପାରୁଥିବାବେଳେ ଏଥିରେ ଏକ ଉନ୍ନତ ମାନର ବ୍ୟାଟେରୀ ଖଞ୍ଜାଯାଇଥିବା ଜଣାପଡିଛି। ତେବେ ଏହି ଇ- ସାଇଲେକକୁ ସାଧାରଣ ବର୍ଗର ଲୋକଙ୍କ ପାଇଁ ଏହା ସୁବିଧାରେ କିଣିପାରିବେ ବୋଲି ଜଣାପଡିଛି। ଏଥିରେ ଡିଜିଟାଲ ଲାଇଟ୍ ସେଟ ହୋଇଥିବାବେଳେ ଡିଜିଟାଲ କ୍ଲଷ୍ଟର ଏବଂ ବ୍ଲୁ ଟୁଥ୍ ର ସୁବିଧା ମଧ୍ୟ ରହିଛି। ଏହା ସହ ଆପଣ ମଧ୍ୟ ନିଜର ମୋବାଇଲ୍ ରିଚାର୍ଜ କରିବାର ସୁବିଧା ଏଥିରେ ଉପଲବ୍ଧ ବୋଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହା ପରିବେଶ ଉପଯୋଗ ହୋଇଥିବାବେଳେ ଏହାକୁ ଜଣେ ସାଧାରଣ ଲୋକ କିଣିପାରିବା ସହ ସହଜରେ ଚଳାଇପାରିବ ।