ଗବେଷକ, ଐତିହାସିକ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଓ ଡ଼ଃ ଅଜିତ ତ୍ରିପାଠୀଙ୍କ ପୁସ୍ତକ “ଗୌତମ ବୁଦ୍ଧ “ଲୋକାର୍ପିତ

ଭୁବନେଶ୍ୱର ତା 25/02/25: ବିଶିଷ୍ଟ ଐତିହାସିକ, ଗବେଷକ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଓ ଡ଼ଃ ଅଜିତ କୁମାର ତ୍ରିପାଠୀ ଙ୍କ ଦ୍ୱାରା ଇଂରାଜୀ ଭାଷାରେ ଲିଖିତ “ଗୌତମ ବୁଦ୍ଧ” ପୁସ୍ତକ ସ୍ଥାନୀୟ ଶହୀଦ ନଗର ସ୍ଥିତ ଜୟଦେବ କଂପ୍ଲେକ୍ସ ଠାରେ ଶୁଭ ଉନ୍ମୋଚନ ହୋଇଯାଇଛି l ଗୀତା ବେହେରା ଙ୍କ ସଂଯୋଜନା ଓ ଶୁଭମ ଓଝା ଙ୍କ ଗୌତମ ବୁଦ୍ଧ ଙ୍କ ଉପରେ ଆଧାରିତ ସାଂସ୍କୃତିକ ନୃତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡ଼ଃ ଅଜିତ କୁମାର ତ୍ରିପାଠୀ,ବିଶିଷ୍ଟ ବକ୍ତା ଭାବେ ସଂସ୍କୃତି ପୁରୁଷ, ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସମ୍ମାନିତ ଅତିଥି ଭାବେ ପୂର୍ବତନ କୁଳପତି ଡ଼ଃ ପ୍ରଫୁଲ୍ଲ କୁମାର ମିଶ୍ର, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡ଼ ସୁନୀଲ କୁମାର ମିଶ୍ର, ପଣ୍ଡିତ ଗଦାଧର ମହାପାତ୍ର,ଉପସ୍ଥିତ ରହିବା ସହ ଗୌତମ ବୁଦ୍ଧଙ୍କ ଜୀବନ ଦର୍ଶନ ସାରା ବିଶ୍ୱକୁ ଆଲୋକିତ କରିବା ସହ ପଥ ପ୍ରଦର୍ଶନ କରିଛି ବୋଲି ମତରଖିଥିଲେ l ଗୌତମ ବୁଦ୍ଧ ଙ୍କ ନାମରେ କିଛି ଅଣ ଓଡ଼ିଆ ମିଥ୍ୟା ପ୍ରଚାରରେ ଲିପ୍ତ ଅଛନ୍ତି l ମୁଖ୍ୟବକ୍ତା ଭାବେ ବାଗ୍ନୀ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ମତବ୍ୟକ୍ତ କରି କହିଥିଲେ ଯେ ଓଡିଶା ର ଇତିହାସ ର ସଠିକ ଗବେଷଣା, ବିସ୍ଲେସଣ ସହ ପ୍ରାମାଣିକ ତଥ୍ୟ ଆକାରରେ ପ୍ରକାଶ ପାଇବା ଆବଶ୍ୟକ l ଆଜିର ଯୁବପିଢ଼ି ତଥା ସମଗ୍ର ଓଡ଼ିଆମାନେ ଓଡ଼ିଶାର ସ୍ୱାଭିମାନ, ସମ୍ମାନ, ଗବେଷଣା ପାଇଁ ଆଗେଇ ଆସିବା ଆବଶ୍ୟକ l ଏହା ସହିତ ଡ଼ଃ ତ୍ରିପାଠୀ ଙ୍କୁ ଜଣେ ମହାନ ସାରସ୍ୱତ ସାଧକ, ଗବେଷକ ବୋଲି କହିବା ସହିତ ଆଜିର ଗବେଷକ ମାନେ ତାଙ୍କ ପରି ବ୍ୟକ୍ତିତ୍ୱ ଙ୍କ ପଦାଙ୍କ ଅନୁସରଣ କରନ୍ତୁ ବୋଲି କହିଥିଲେl ଡ଼ଃ ଜ୍ଞାନେନ୍ଦ୍ର ମତବ୍ୟକ୍ତ କରି କହିଥିଲେ ଯେ ଗୌତମ ବୁଦ୍ଧଙ୍କ ଅନୁଷ୍ଠାନ ସହ 40 ବର୍ଷ ର ସମ୍ପର୍କ ଓ ଗୌତମ ବୁଦ୍ଧ ଙ୍କ ନୀତି, ବାଣୀ ପ୍ରଚାର, ପ୍ରସାର ସହ ସମାଜ କୁ ଆଲୋକ ର ମାର୍ଗ ଦେଖାଇଛନ୍ତି ବୁଦ୍ଧ l ବୁଦ୍ଧଙ୍କ ସମ୍ପର୍କ ରେ କହିବା ବହୁତକଷ୍ଟ ସାଧ୍ୟ l ବିଭିନ୍ନ ପୁସ୍ତକ ରେ ବୁଦ୍ଧଙ୍କ ବିଷୟରେ ବହୁ ବିବାଦପୂର୍ଣ୍ଣ ତଥ୍ୟ ଅଛି l ତାହା କୌଣସି ଗୁଣରେ ପରିପ୍ରେକ୍ଷୀରେ ଗ୍ରହଣୀୟ ନୁହେଁ ବୋଲି ମତପ୍ରକାଶ ପାଇଥିଲା l କାର୍ଯ୍ୟକ୍ରମ କୁ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ପୁସ୍ତକ ପ୍ରକାଶକ ଅମରେନ୍ଦ୍ର ମହାପାତ୍ର,ପଦ୍ମନାଭ ତ୍ରିପାଠୀ ପରିଚାଳନା କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ କୃଷ୍ଣ କେଶବ ଆପଟ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page