କୁମ୍ଭ କର୍ଣ୍ଣ ନିଦ୍ରାରେ ପୋଲିସ ଓ ଅବକାରୀ ବିଭାଗ
କଳାହାଣ୍ଡି, ୨୮|୪(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲାରେ ଦେଶୀ ଓ ବିଦେଶୀ ମଦ ଚୋରା ବେପାରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅନେକ ଜାଗାରେ ଚୋରା ବେପାରୀଙ୍କୁ ପୋଲିସ ଓ ଅବକାରୀ ବିଭାଗ ଧରି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ତଦନ୍ତ ସାପେକ୍ଷ । କିଛି ମାତ୍ରାରେ କୁଚିଆ ଓ ଚୋରା ମଦ ବେପାରୀକୁ ଧରି ମଦ ଜବତ କରିବା ଓ କିଛି ଦିନରେ ଛାଡ଼ି ଦେବା ଏକ ପୋଲିସ ଓ ଅବକାରୀ ବିଭାଗର ନିୟମିତ କାର୍ଯ୍ୟକଳାପ । ଠିକ୍ ସେହିପରି ଧନେର ଗାଁରେ ବେଆଇନ ଦେଶୀ ମଦ ଡବଲ ଘୋଡ଼ା (ପାଉଚ) ବିକ୍ରିର କରାଳ ରୂପ ଧାରଣ ଜାରି ରହିଛି । ହେଲେ ଆଖିରେ ପୋଲିସ ଓ ଅବକାରୀ ବିଭାଗ କୁମ୍ଭ କର୍ଣ୍ଣ ନିଦ୍ରାରେ ଶୋଇ ରହିଛି । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଧୀନରେ ଥିବା ଧନେର ଗାଁ ହେଉଛି ତିନୋଟି ୱାର୍ଡ ନେଇ ଗଠିତ ଏହି ଗ୍ରାମରେ ନିତିଦିନ କୁଲି ମଜୁରୀ କରି ଗରିବ ପେଟ ପାଟଣା କରିଥାଏ କିନ୍ତୁ, ଏହି ଦେଶୀ ମଦ ଚୋରା ବେପାରୀ ମାନଙ୍କ ପାଇଁ ଆଜି କେତେ ଯେ ଦୁଃଖ କଷ୍ଟରେ ଜୀବନ ଯାପନ କରୁଛନ୍ତି ତାହା ଭାବିବା କଷ୍ଟକର । ଦୀର୍ଘ ଦିନ ଧରି ୩ ଜଣ ବ୍ୟକ୍ତି ଦେଶୀ ମଦ (ଡବଲ ଘୋଡ଼ା )ଚୋରା ବେପାରୀ ଚଳାଇ ଆସୁଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ପୋଲିସ ଓ ଅବକାରୀ ବିଭାଗ ଦେଖି ନ ଦେଖିଲା ପରି ହାତ ବାନ୍ଧି ଚୁପ୍ ଚାପ୍ ବସିଛନ୍ତି । ପ୍ରାୟତଃ ଧନେର ଗାଁରେ ୩ ନମ୍ବର ୱାର୍ଡ଼ର ଦୁଇ ହାତୀ ପରିବାର ଜୋର୍ ଦାର ବିକ୍ରି କରି ଚାଲିଛନ୍ତି, ସ୍ଥାନୀୟ ଡଙ୍ଗରୀ ପଡ଼ାର ଜୈନିକ ବିକ୍ରେତାଙ୍କ ପାଇଁ ମଦ ବେପାର ପୋଷ ମାସ ଓ ୧ ନମ୍ବର ୱାର୍ଡ଼ର ଶବର ମହୋଦୟ ସୁବିଧା ବିକ୍ରେତା ସାଜିଛନ୍ତି । ସାଧାରତଃ କାଲୋପଲା ବ୍ରାଞ୍ଚ ଦେଶୀ ମଦ ଭାଟି (ଘୋଡ଼ା) ପାଉଚ୍ କାଁ ଭାଁ ଆସେ କିନ୍ତୁ ଡବଲ ଘୋଡ଼ା ପାଉଚ କୁ ନେଇ ମଧ୍ୟ ଜଣେ କଲୋପଲାର ଜୈନିକ ବ୍ୟକ୍ତି ଏହାର ନକଲି ପ୍ରସ୍ତୁତ କରୁଥିବା ଓ ଗାଁ କୂଚିଆ ମାନଙ୍କୁ ଅତି କମ୍ ଦରରେ ପହଞ୍ଚାଉ ଥିବା ଚର୍ଚ୍ଚା ହୁଏ | ସଂପୃକ୍ତ ଏହି ଦେଶୀ ମଦ ଡ଼ବଲ ଘୋଡ଼ା (ପାଉଚ୍ଚ) ମଦ ଦୋକାନରେ କ୍ରେତାଙ୍କୁ ୨୦୦ ମିଲି ଗ୍ରାମକୁ ୪୨ ଟଙ୍କା ନିଆଯାଏ । ହେଲେ ଏହି କଲୋପଲାର ଜୈନିକ ବ୍ୟକ୍ତି ନକଲି ପ୍ରସ୍ତୁତ କରି ୨୦ ରୁ ୨୫ ଟଙ୍କା ବ୍ୟୟରେ ଗାଁ କୁଚିଆକୁ ଯୋଗାଉଛି ଯାହା ଫଳରେ ଚୋରା ମଦ ବେପାରୀ କୁଚିଆ ଙ୍କୁ ଅଧିକ ମାତ୍ରାରେ ଲାଭ ପ୍ରାପ୍ତ ହୋଇଥାଏ ଓ ବେପାର କରିବାର ପ୍ରୟାସ ଜାରି ରହିଛି। ଆଗକୁ ରବି ଫସଲ ଧାନ କଟା ପକ୍ରୀୟା ଆରମ୍ଭ, ଏହି ଦିନରେ ମଦ ବେପାରୀକୁ ଜୋର୍ ଦାର ଲାଭ ପ୍ରାପ୍ତ ହୋଇଥାଏ, ଧାନ କଟା ବେଳେ ଭୋଜି ଭାତ ଓ କାମ କରିବା ପାଇଁ ଏହି ମଦକୁ କ୍ରୟ
କରିଥାନ୍ତି |ହେଲେ ଦୁଇରୁ ତିନି ମାସ ହେବ ଏହି ମଦ ଜବତ ପାଇଁ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଗୋଟିଏ ଦିନ ତଦନ୍ତ ହୋଇଥିଲା କିନ୍ତୁ କିଛି ମଦ ବିକ୍ରି ର କିଛି ଫଳ ପ୍ରଦ ନ ହେଲା | ବର୍ତ୍ତମାନ ଗାଁରେ ଚୋରା ମଦ ବେପାରୀ ବୃଦ୍ଧି ପାଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗର ଦେଖାନାହିଁ | ଏଣୁ ଏ ଦିଗରେ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ଦୃଷ୍ଟି ଆକର୍ଷଣ କରି ଏହି ମଦ ବେପାରୀକୁ ଧରିବାରେ କେତେ ସାଫଲ୍ୟ ହେଉଛନ୍ତି ଦେଖିବାକୁ ବାକି ରହିଲା ।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ