ଗାୟକ ରତ୍ନ ଲୋକନାଥ କରଙ୍କ ଜୟନ୍ତୀ ପାଳିତ

ଚିଲିକା: ଉତ୍କଳୀୟ ପାଲା ସଂସ୍କୃତିର କର୍ଣ୍ଣଧାର ଗାୟକରତ୍ନ ସ୍ଵର୍ଗତ ଲୋକନାଥ କରଙ୍କ ୧୧୨ତ୍ତମ ଜୟନ୍ତୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବଡପଦରସ୍ଥ ଜଗତି ପାହାଡ଼ର ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ଜଗତି ମହାବିରୀଙ୍କ ପୀଠରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ପୂର୍ବାହ୍ନରେ ରୁଦ୍ରାଭିଷେକ, ରାମାର୍ଚ୍ଚନ, ଗୀତାପାଠ ଓ ହନୁମାନ ଚାଳିଶା ପଠନ ପାରେ ଅଖଣ୍ଡ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ, ଦାଶକାଠିଆ ଓ ପାଲା ଗାୟକମାନେ ପାଲା ପରିବେଷଣ କରି ଥିଲେ । ଏହା ପରେ ଗୁରୁଙ୍କ ଅଭିଷେକ, ହୋମ ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବା ପରେ ୩ ଘଣ୍ଟିକା ସମୟରେ ସାଂସ୍କୃତିକ ସନନ୍ଦକୁ ଉତ୍ତୋଳନ କରି ଥିଲେ ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦର ଉପଦେଷ୍ଟା ତଥା ଚିଲିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ। ସାଂସ୍କୃତିକ ସନନ୍ଦକୁ ଉତ୍ତୋଳନ କରିବା ପରେ ଏକ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ, ଓଡ଼ିଶା ଟ୍ରଷ୍ଟ ବୋର୍ଡର ସମ୍ପାଦକ ସୁଦର୍ଶନ ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ଜଗତପୁର ପାଲା ପରିଷଦର ରବୀନ୍ଦ୍ର ନାଥ ପଣ୍ଡା।ଅନ୍ୟମାନଙ୍କ ମଧ୍ୟରେ ଜଗୃତିକାର ସଭାପତି ପ୍ରଫେସର ଗଙ୍ଗାଧର ପ୍ରଧାନ,ସମ୍ପାଦକ ବିରଞ୍ଚି ନାରାୟଣ ପ୍ରସାଦ ନାୟକ, ଶିକ୍ଷକ ପଠାଣି ବଳବନ୍ତରାୟ, ଜୟନ୍ତୀ କମିଟିର ସଭାପତି ଆଶିଷ କୁମାର ପତି,ସମ୍ପାଦକ ରାମ ଚନ୍ଦ୍ର କର, ଚିଲିକା ପୂଜ୍ୟପୂଜା ସଂସଦର ସଭାପତି ଦିଲ୍ଲୀପ କୁମାର ଶତପଥୀ,ସଙ୍ଗୀତଜ୍ଞ ଅଜିତ୍ କୁମାର ମିଶ୍ର, ଶିକ୍ଷକ ଦୁର୍ଯ୍ୟୋଧନ ପ୍ରଧାନ, ଉପଦେଷ୍ଟା ଉମାକାନ୍ତ ମହାପାତ୍ର,ବିଜୟ କୁମାର ମହାପାତ୍ର ଓ ବିକ୍ରମ କେଶରୀ ବାରିକ ପ୍ରମୁଖ ଯୋଗଦେଇ ଥିଲେ। ଉକ୍ତ ଜୟନ୍ତୀ ସଭାରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ୍ନ କରିଥିବା ପାଲା,ଦାଶକାଠିଆ ଓ ସଂକୀର୍ତ୍ତନ ଗାୟକ ଓ ପାଳିଆମାନଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News